ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତମ୍ବଛଡା ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଠାରେ ବାର୍ଷିକ ଉତ୍ସବ ୨୦୨୨-୨୩ ପାଳିତ

ଟେମରୀ(ମ ନି ସ):-୨୧/୦୪:- ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଜୀଙ୍କ ଆର୍ଟ ଅଫ ଲିଭିଙ୍ଗ ଦ୍ବାରା ପରିଚାଳିତ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ତମ୍ବାଛଡାଠାରେ ଆଜି ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଗୋପି ନାଥ ମହାନନ୍ଦ ଓ କଳାହାଣ୍ଡି ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ସଂଯୋଜକ ଜନ୍ମେଜୟ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଉପେନ୍ଦ୍ର ସେନାପତି, ଚିତ୍ତରଞ୍ଜନ ସେନାପତି, ପ୍ରଧାନ ଗୁରୁଜୀ ସଞ୍ଜୟ ସେନାପତି, ନିରାକାର ବାଗ, ବବୃବାହାନ ସେନାପତି ତଥା ଅନ୍ୟାନ୍ୟ ଗୁରୁଜୀ ଓ ଗୁରୁମାତା ଯୋଗ ଦେଇଥିଲେ । ଏହି ବିଦ୍ୟାଳୟର ଶିଶୁ ରୁ ଅଷ୍ଟମ ଶ୍ରେଣୀ ଯାଏଁ ଥିବା ଛାତ୍ର ଛାତ୍ରୀମାନେ ନୃତ୍ୟ, ଗୀତ, ତଥା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଥିଲେ । କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଛି । ଏଥିରେ ତମ୍ବାଛଡା ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିରରେ ପାଠ ପଢ଼ାଉଥିବା ଅଭିଭାବକଙ୍କ ମନରେ ଛାତ୍ରଛାତ୍ରୀଙ୍କ ମନ ମୁଗ୍ଧ କର ନୃତ୍ୟ, ଗୀତ ପ୍ରଦର୍ଶନ ଖୁସି ଓ ଆନନ୍ଦ ଭରିଦେଇଥିଲା।   

ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

କଳାହାଣ୍ଡିରେ ଗର୍ଜିଲା ଛାତ୍ରଶକ୍ତି: NEET ଦୁର୍ନୀତି ବିରୋଧରେ AISFର ବିଶାଳ ପ୍ରତିବାଦ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

ନିଜେ ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ

Sunil Chandra Nayak

ଯୋଡ଼ାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!