ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିକା ନଳ ବଣରେ ହୁତୁହୁତୁ ହୋଇ ଜଳୁଛି ନିଆଁ : ବିପଦରେ ଜଳଚର ଜୀବ !!!

ଚିଲିକା:- ମରାଳ ମାଳୀନି ନୀଳାମ୍ବୁ ଚିଲିକାରେ ଲାଗିଛି ନିଆଁ । ଏ ନିଆଁ କି’ଏ ଲଗାଇଲା ତାହାତ କହିବା ମୁସ୍କିଲ , ହେଲେ ଲାଗିଥିବା ନିଆଁ କିପରି ଲିଭିବ , ଏ ନିଆଁ କୁ କିଏ ଲିଭାଇବ ତାହାବି କହିବା ମୁସ୍କିଲ । ହଠାତ୍ କାଳ ବୈଶାଖୀ ପ୍ରଭାବ ଚିଲିକାରେ ଦେଖାଦେଲା , ଆଉ ଏହାର କିଛି ସମୟ ପରେ ଚିଲିକାର ମଧ୍ୟ ଭାଗରେ ଧୂଆଁ ଦୃଶ୍ୟମାନ ହେଲା , ଆଉ ପରେ ପରେ ଚିଲିକାରେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ଚିଲିକାରେ ନିଆଁ ଲାଗିଲେ ଜଳଚର ଜୀବ ପ୍ରଭାବିତ ହେବେ ଏପରି ଚିଲିକାର ଜୈବ-ବିବିଦ୍ଧତା ନଷ୍ଟ ହୋଇଯିବ । ଚିଲିକାର ନଳ ବଣରେ ଲାଗିଛି ଏହି ନିଆଁ। ଯାହା ଜଣା ପଡ଼ୁଛି ମାଛ ଧରିବା ଲୋଭରେ ମାଫିଆ ମାନେ ଲଗାଇ ଦେଉଛନ୍ତି ନିଆଁ । ଟାଙ୍ଗି ଥାନା କାଳୁପଡା ଘାଟ ଜେଟି ନିକଟରେ ଲାଗିଛି ନିଆଁ । ପବନ ଜୋର୍ ରେ ବହୁ ଥିବାରୁ ନିଆଁର ପ୍ରକୋପ ବଢିବାରେ ଲାଗିଛି । ନଳ ବଣ ପୋଡିଗଲା ପରେ ଚିଲିକା କାଦୁଅ ରେ ଥିବା ସାଉଳ, ମାଗୁର ପରି ଅନେକ ପଙ୍କରେ ଥିବା ମାଛ ଧରିବା ବାହାନାରେ ପାଇଁ କେତେକ ମାଛ ମାଫିଆ ନିଆଁ ଲଗାଇ ଦେଇ ନିଜର ସ୍ୱାର୍ଥ ସାଧନ କରୁଛନ୍ତି । ଫଳରେ ଅନ୍ୟମାନେ ପଡୁଛନ୍ତି ବିପଦରେ ନିଆଁର ପ୍ରକୋପ ଏତେ ମାତ୍ରାରେ ଦେଖିବାକୁ ମିଳୁଛି ଯେ ୧‍୦୦ ମିଟର ପର୍ଯ୍ୟନ୍ତ ନିଆଁ ଉପରକୁ ଉଠୁଥିବା ଦେଖିବାକୁ ମିଳିଛି । ଖରା ଦିନ ହୋଇଥିବାରୁ ନଳ ଘାସ ଗୁଡିକ ଶୁଖିଲା ଅଛି । ତେଣୁ ଆହୁରି ଅଧିକରୁ ଅଧିକ ନିଆଁ ବ୍ୟାପିବାରେ ସମ୍ଭାଵନା ସୃଷ୍ଟି ହୋଇଛି ।ଏହି ନଳ ବଣ ଗୁଡିକରେ ଚିଲିକାରେ ଥିଵା ବିରଳ ବନ୍ୟ ଜନ୍ତୁ ଫିସିଙ୍ଗ୍ କ୍ୟାଟ୍ ବସବାସ କରୂଛନ୍ତି । ତେଣୁ ସେମାନଙ୍କର ଜୀଵନ ପ୍ରତି ଦେଖା ଦେଇଛି ବିପଦ ।

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ରାଇରଙ୍ଗପୁରରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମ ଜୟନ୍ତୀ      

masiha

ରାଜ୍ୟସ୍ତରୀୟ ଲଉଡି ନୃତ୍ଯ ମହୋତ୍ସବ 

Sunil Chandra Nayak

ବନ୍ଧମୁଣ୍ଡା ରେ “ହର ଘର ଜଳ, ଘର-ଘର ନଳ” ଯୋଜନାର ଆରମ୍ଭ , ପାଣି ସମସ୍ୟା ସମାଧାନ ପାଇଁ ବଡ଼ ପଦକ୍ଷେପ

Leave a Comment

error: Content is protected !!