ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିକା ନଳ ବଣରେ ହୁତୁହୁତୁ ହୋଇ ଜଳୁଛି ନିଆଁ : ବିପଦରେ ଜଳଚର ଜୀବ !!!

ଚିଲିକା:- ମରାଳ ମାଳୀନି ନୀଳାମ୍ବୁ ଚିଲିକାରେ ଲାଗିଛି ନିଆଁ । ଏ ନିଆଁ କି’ଏ ଲଗାଇଲା ତାହାତ କହିବା ମୁସ୍କିଲ , ହେଲେ ଲାଗିଥିବା ନିଆଁ କିପରି ଲିଭିବ , ଏ ନିଆଁ କୁ କିଏ ଲିଭାଇବ ତାହାବି କହିବା ମୁସ୍କିଲ । ହଠାତ୍ କାଳ ବୈଶାଖୀ ପ୍ରଭାବ ଚିଲିକାରେ ଦେଖାଦେଲା , ଆଉ ଏହାର କିଛି ସମୟ ପରେ ଚିଲିକାର ମଧ୍ୟ ଭାଗରେ ଧୂଆଁ ଦୃଶ୍ୟମାନ ହେଲା , ଆଉ ପରେ ପରେ ଚିଲିକାରେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ଚିଲିକାରେ ନିଆଁ ଲାଗିଲେ ଜଳଚର ଜୀବ ପ୍ରଭାବିତ ହେବେ ଏପରି ଚିଲିକାର ଜୈବ-ବିବିଦ୍ଧତା ନଷ୍ଟ ହୋଇଯିବ । ଚିଲିକାର ନଳ ବଣରେ ଲାଗିଛି ଏହି ନିଆଁ। ଯାହା ଜଣା ପଡ଼ୁଛି ମାଛ ଧରିବା ଲୋଭରେ ମାଫିଆ ମାନେ ଲଗାଇ ଦେଉଛନ୍ତି ନିଆଁ । ଟାଙ୍ଗି ଥାନା କାଳୁପଡା ଘାଟ ଜେଟି ନିକଟରେ ଲାଗିଛି ନିଆଁ । ପବନ ଜୋର୍ ରେ ବହୁ ଥିବାରୁ ନିଆଁର ପ୍ରକୋପ ବଢିବାରେ ଲାଗିଛି । ନଳ ବଣ ପୋଡିଗଲା ପରେ ଚିଲିକା କାଦୁଅ ରେ ଥିବା ସାଉଳ, ମାଗୁର ପରି ଅନେକ ପଙ୍କରେ ଥିବା ମାଛ ଧରିବା ବାହାନାରେ ପାଇଁ କେତେକ ମାଛ ମାଫିଆ ନିଆଁ ଲଗାଇ ଦେଇ ନିଜର ସ୍ୱାର୍ଥ ସାଧନ କରୁଛନ୍ତି । ଫଳରେ ଅନ୍ୟମାନେ ପଡୁଛନ୍ତି ବିପଦରେ ନିଆଁର ପ୍ରକୋପ ଏତେ ମାତ୍ରାରେ ଦେଖିବାକୁ ମିଳୁଛି ଯେ ୧‍୦୦ ମିଟର ପର୍ଯ୍ୟନ୍ତ ନିଆଁ ଉପରକୁ ଉଠୁଥିବା ଦେଖିବାକୁ ମିଳିଛି । ଖରା ଦିନ ହୋଇଥିବାରୁ ନଳ ଘାସ ଗୁଡିକ ଶୁଖିଲା ଅଛି । ତେଣୁ ଆହୁରି ଅଧିକରୁ ଅଧିକ ନିଆଁ ବ୍ୟାପିବାରେ ସମ୍ଭାଵନା ସୃଷ୍ଟି ହୋଇଛି ।ଏହି ନଳ ବଣ ଗୁଡିକରେ ଚିଲିକାରେ ଥିଵା ବିରଳ ବନ୍ୟ ଜନ୍ତୁ ଫିସିଙ୍ଗ୍ କ୍ୟାଟ୍ ବସବାସ କରୂଛନ୍ତି । ତେଣୁ ସେମାନଙ୍କର ଜୀଵନ ପ୍ରତି ଦେଖା ଦେଇଛି ବିପଦ ।

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ମାତା ସାବିତ୍ରୀ ବାଈ ଫୁଲେ ଙ୍କ ୧୯୨ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

140th FOUNDER’S DAY CELEBRATED IN JK PAPER MILL RAYAGADA

masiha

ମହାବିଦ୍ୟାଳୟ ପାଇଁ ଭୂମିଦାନ କରିଥିବା ସମାଜସେବୀ ପାଇଁ  ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୋକ ସଭା 

masiha

Leave a Comment

error: Content is protected !!