ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ ବିଭାଗ ତରଫରୁ ପୃଥିବୀ ଦିବସ ପାଳନ 

ପାପଡାହାଣ୍ଡି ,22/4, ମନିସ :-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ର ଜବାଗୁଡା ଠାରେ ବନବିଭାଗ ତରଫରୁ ପୃଥିବୀ ଦିବସ ପାଳନ କରାଯାଇଛି l ମୁଖ୍ୟ ଅତିଥି ସହକାରୀ ବନ ସଂରକ୍ଷକ ମନସୁନ ଖେମଣ୍ଡୁ, ଗ୍ରାମ ବିକାଶ ସଂଗଠନ ର ମୁଖ୍ୟ ଇଶ୍ୱର ପ୍ରସାଦ ସାବତ,ଡାବୁଗାଁ ରେଞ୍ଜର ସେତୁ ରଞ୍ଜନୀ ଗମାଙ୍ଗ ଯୋଗ ଦେଇଥିଲେ l ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଲା ପୃଥିବୀ କୁ କିଭଳି ସୁରକ୍ଷା ଦିଆଯିବ, ଜଙ୍ଗଲ ସୁରକ୍ଷା ହେଲେ ଜଳବାୟୁ ସ୍ଥିର ରହିବ, ଜଳବାୟୁ ପରିବର୍ତନ ଲାଗି 6ଋତୁ ରୁ ବର୍ତମାନ 3ଟି ହିଁ ଋତୁ ଅନୁଭବ ହେଉଥିବା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା l ଜଙ୍ଗଲ ସୁରକ୍ଷା ପାଇଁ ଜବାଗୁଡା ଗ୍ରାମବାସୀ ଙ୍କୁ ଉତ୍ସlହିତ କରିବା ସହ ଧନ୍ୟବାଦ ଜଣାଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବନପାଳ ଉମାକାନ୍ତ ପଟନାୟକ, ସରପଞ୍ଚ ଚନ୍ଦ୍ରଧ୍ଵଜ ମାଝୀ, ଆମ ଜଙ୍ଗଲ ଯୋଜନା ର ଟିମ ଲିଡର କୃପାଦାସ ମହୁରୀଆ, ହରିହର ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ରମାକାନ୍ତ ସାହୁ, ବସନ୍ତ ନାୟକ, ଅନିତା ହିଆଲ, ମଧୁସ୍ମିତା ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସଳଙ୍ଗାବାହାଲ ଠାରେ ଲୋକକଳା ମହୋତ୍ସବ ଉଦଘାଟିତ

Sunil Chandra Nayak

ଲକ୍ଷ୍ମୀପୁର ଆଦିବାସୀ ଗାଁ କଲ୍ୟାଣ ସମିତି ତରଫରୁ ଗ୍ରାମ ସଫାଇ 

masiha

ଅଧାରୁ ପାଠ ଛାଡିଥିବା ୬୩ ଛାତ୍ରଛାତ୍ରୀଙ୍କ ପୁନଃ ନାମଲେଖା

masiha

Leave a Comment

error: Content is protected !!