ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୃଥିବୀ ଦିବସ ପାଳିତ

ଡାବୁଗାଁ, ୨୨/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଚେରଚେଟିଆଗୁଡା ଗ୍ରାମ ଠାରେ ଡାବୁଗାଁ ବନ ବିଭାଗ ତରଫରୁ ପୃଥିବୀ ଦିବସ ଶନିବାର ପାଳିତ ହୋଇଯାଇଛି | ଏଥିରେ ପ୍ରଥମେ ଲୋକ ମାନେ ଏକ ସ୍ଥାନରେ ମିଳିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ଜଙ୍ଗଲ, ମାଟି, ଜୀବଜନ୍ତୁ ଙ୍କ ସୁରକ୍ଷା କରିବା ସ୍ଲୋଗାନ ଦେଇ ସଭା ସ୍ଥଳରେ ପହଞ୍ଚିଥିଲେ | ଉକ୍ତ ସଭାରେ ଡାବୁଗାଁ ବନପାଳ ମଧୂସୁଦନ ପାତ୍ର ଯୋଗ ଦେଇ ମୃତ୍ତିକା କ୍ଷୟ ହେଲେ ଜୀବଜଗତ ଉପରେ କୁପ୍ରଭାବ ପଡିବା, ଜଙ୍ଗଲରୁ ଗଛ କାଟିବା ବନ୍ଦ କରିବା, ପରିବେଶ ସନ୍ତୁଳନ ରକ୍ଷା କରିବା, ଜଙ୍ଗଲରେ ନିଆଁ ଦାଉରୁ ରକ୍ଷା କରିବା, ବନ୍ୟପ୍ରାଣୀ ସୁରକ୍ଷା କରିବା ଆଦି ବିଷୟରେ ଜନସାଧାରଣଙ୍କୁ ବୁଝାଇଥିଲେ | ଏହି ସଭାରେ ଚେରଚେଟିଆଗୁଡା ବନସଂରକ୍ଷଣ ସମିତି ସଭାପତି ପଦ୍ମୁ ଭତ୍ରା, ମାଳିଗୁଡା ବନସଂରକ୍ଷଣ ସମିତି ସଭାପତି ରଘୁନାଥ କଲାର, ବୁଟିଆଗୁଡା ବନସଂରକ୍ଷଣ ସମିତି ସଭାପତି କୁମ ଭତ୍ରା, ଚିକିଲି ବନସଂରକ୍ଷଣ ସମିତି ସଭାପତି ବଲରାମ ପୂଜାରୀ, ହଳଦୀ ବନସଂରକ୍ଷଣ ସମିତି ସଭାପତି ସନସାଏ ପନକା, ବନରକ୍ଷୀ କାର୍ତ୍ତିକ ମାଝି, ମନୋରଞ୍ଜନ ନାୟକ, ଉମାଶଙ୍କର ମିଶ୍ର, ରିତାରାଣୀ ବିଶ୍ଵାସରାୟ, ସରସ୍ଵତୀ ମେହେର, ନମିତା ମହାନ୍ତି, ଇତିଶ୍ରୀ ମହାନ୍ତି, ପାରାଫରେଷ୍ଟ୍ରି ଷ୍ଟାଫ, ବିଭିନ୍ନ ଗ୍ରାମର ବନସଂରକ୍ଷଣ ସମିତିର ସଭ୍ୟା ସଭ୍ୟ, ଗ୍ରାମବାସୀ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମୌସୁମୀ ବର୍ଷାରେ ଭିଜୁଛି ହଜାର ହଜାର ବସ୍ତା ଧାନ: ଚୋରି ଭୟ ସାଙ୍ଗକୁ ‘କଟନୀ-ଛଟନୀ’ ମାଡ଼ରେ ଚାଷୀ ବେହାଲ , ମଣ୍ଡି ପରିଦର୍ଶନ କଲା ବିଜେଡି ପ୍ରତିନିଧି ଦଳ, ରାଜରାସ୍ତା ଅବରୋଧ ଚେତାବନୀ

ରାମାଧୀନ ସଂସ୍କୃତ ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ-2023 ଉଦଘାଟନ

masiha

କାକବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀ ମୃତ୍ୟୁ ଘଟଣା ଅନୁସୂଚିତ ଜାତି ଆୟୋଗଙ୍କ ତରଫରୁ ତକ୍ରାଳ ହସ୍ତକ୍ଷେପ ପାଇଁ ବିଜେଡିର ଦାବି

Sunil Chandra Nayak

Leave a Comment

error: Content is protected !!