ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୃଥିବୀ ଦିବସ ପାଳିତ

ଡାବୁଗାଁ, ୨୨/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଚେରଚେଟିଆଗୁଡା ଗ୍ରାମ ଠାରେ ଡାବୁଗାଁ ବନ ବିଭାଗ ତରଫରୁ ପୃଥିବୀ ଦିବସ ଶନିବାର ପାଳିତ ହୋଇଯାଇଛି | ଏଥିରେ ପ୍ରଥମେ ଲୋକ ମାନେ ଏକ ସ୍ଥାନରେ ମିଳିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ଜଙ୍ଗଲ, ମାଟି, ଜୀବଜନ୍ତୁ ଙ୍କ ସୁରକ୍ଷା କରିବା ସ୍ଲୋଗାନ ଦେଇ ସଭା ସ୍ଥଳରେ ପହଞ୍ଚିଥିଲେ | ଉକ୍ତ ସଭାରେ ଡାବୁଗାଁ ବନପାଳ ମଧୂସୁଦନ ପାତ୍ର ଯୋଗ ଦେଇ ମୃତ୍ତିକା କ୍ଷୟ ହେଲେ ଜୀବଜଗତ ଉପରେ କୁପ୍ରଭାବ ପଡିବା, ଜଙ୍ଗଲରୁ ଗଛ କାଟିବା ବନ୍ଦ କରିବା, ପରିବେଶ ସନ୍ତୁଳନ ରକ୍ଷା କରିବା, ଜଙ୍ଗଲରେ ନିଆଁ ଦାଉରୁ ରକ୍ଷା କରିବା, ବନ୍ୟପ୍ରାଣୀ ସୁରକ୍ଷା କରିବା ଆଦି ବିଷୟରେ ଜନସାଧାରଣଙ୍କୁ ବୁଝାଇଥିଲେ | ଏହି ସଭାରେ ଚେରଚେଟିଆଗୁଡା ବନସଂରକ୍ଷଣ ସମିତି ସଭାପତି ପଦ୍ମୁ ଭତ୍ରା, ମାଳିଗୁଡା ବନସଂରକ୍ଷଣ ସମିତି ସଭାପତି ରଘୁନାଥ କଲାର, ବୁଟିଆଗୁଡା ବନସଂରକ୍ଷଣ ସମିତି ସଭାପତି କୁମ ଭତ୍ରା, ଚିକିଲି ବନସଂରକ୍ଷଣ ସମିତି ସଭାପତି ବଲରାମ ପୂଜାରୀ, ହଳଦୀ ବନସଂରକ୍ଷଣ ସମିତି ସଭାପତି ସନସାଏ ପନକା, ବନରକ୍ଷୀ କାର୍ତ୍ତିକ ମାଝି, ମନୋରଞ୍ଜନ ନାୟକ, ଉମାଶଙ୍କର ମିଶ୍ର, ରିତାରାଣୀ ବିଶ୍ଵାସରାୟ, ସରସ୍ଵତୀ ମେହେର, ନମିତା ମହାନ୍ତି, ଇତିଶ୍ରୀ ମହାନ୍ତି, ପାରାଫରେଷ୍ଟ୍ରି ଷ୍ଟାଫ, ବିଭିନ୍ନ ଗ୍ରାମର ବନସଂରକ୍ଷଣ ସମିତିର ସଭ୍ୟା ସଭ୍ୟ, ଗ୍ରାମବାସୀ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ

Sunil Chandra Nayak

ପଲ୍ଲିସଭା ରେ ସ୍ଵୀକୃତି ପାଉଥିବା ପ୍ରକଳ୍ପ ଗୁଡିକ ବ୍ଲକ ପ୍ରଶାସନ ଅନୁମୋଦନ କରୁନଥିବା ନେଇ ସରପଞ୍ଚ ଙ୍କ ବିଡିଓଙ୍କୁ ଦାବିପତ୍ର

Sunil Chandra Nayak

ଭାରତ ପ୍ରସିଦ୍ଧ ଭାଷା ବିଶାରଦ,ଅନୁବାଦକ ଓ ଲେଖକ ତଥା ଛଦେଶର ବରପୁତ୍ର ଗୋଲୋକ ବିହାରୀ ଧଳ 

Sunil Chandra Nayak

Leave a Comment

error: Content is protected !!