ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ର ଆଦିବାସୀ ବ୍ୟାପାର ଏବଂ ଜଳାଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦିନିକିଆ ଢେଙ୍କାନାଳ ଗସ୍ତ

କାମାକ୍ଷାନଗର (ମ ନି ସ)୨୨/୦୪_ଆଜି ଢେଙ୍କାନାଳ ଜିଲ୍ଲା ଦିନିକିଆ ଗସ୍ତରେ ଆସିଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗ ମନ୍ତ୍ରୀ ବିଶେଶ୍ୱର ଟୁଡୁ |କଙ୍କଡାହାଡ଼ ବ୍ଲକ ସୋଲଗାଁ ଠାରେ ଥିବା ଏକଲବ୍ୟ ମଡେଲ ରେସିଡେଣ୍ଟାଲ ସ୍କୁଲର ଭୂମି ପୂଜନ ପାଇଁ ସରକାରୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ | ରାଜ୍ୟର ପ୍ରତେକ ଜିଲ୍ଲା ରେ ଏକଲବ୍ୟ ମଡେଲ ରେସିଡେଣ୍ଟାଲ ସ୍କୁଲ ନିର୍ମାଣ ହେବାକୁ ଥିବା ବେଳେ, ଢେଙ୍କାନାଳ ରେ ମଧ୍ୟ ଆଜି ଏହାର ନିର୍ମାଣ ପାଇଁ ଭୂମି ପୂଜନ ହୋଇଛି |ତେବେ ଏହି ରେସିଡେଣ୍ଟାଲ ସ୍କୁଲ ରେ ଢେଙ୍କାନାଳ ସମେତ ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାର କିଛି ଆଦିବାସୀ ଛାତ୍ରଛାତ୍ରୀ ରହିକି ଅଧ୍ୟୟନ କରିପାରିବେ ବୋଲି କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି |ଦିନ ୧୧.୩୦ ମିନିଟରେ ବିରିବୋଲେଇ ହାଇସ୍କୁଲ ଛକ ଠାରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ଓ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟରଣ ପାଣି ଦଳୀୟ କାର୍ଯ୍ୟକର୍ତା ଙ୍କ ସହ ମିଶି ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ବିରାଟ ଶୋଭାଯାତ୍ରାରେ ସ୍ୱାଗତ କରିଥିଲେ |ସେହିଠାରୁ ଏକ ବାଇକ ଶୋଭାଯାତ୍ରାରେ ଯାଇ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ |ସେଠାରେ ପରଜଙ୍ଗ ବିଧ୍ୟାୟକ ନୃସିଂହ ଚରଣ ସାହୁ,ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ସହ ଜିଲ୍ଲାପ୍ରଶାସନ ଉପସ୍ଥିତ ଥିଲେ |ତେବେ ଏହି ଏକଲବ୍ୟ ବିଦ୍ୟାଳୟ ଟି ୧୩ଏକର ପରିମିତ ଜମିରେ ନିର୍ମାଣ ହେବାକୁ ଥିବା ବେଳେ,୪୮୦ଆଦିବାସୀ ଛାତ୍ରଛାତ୍ରୀ ଙ୍କ ଅ ଧ୍ୟୟନ ପାଇଁ ବ୍ୟବସ୍ଥା ହେବ |ତେଣୁ ଛାତ୍ର ଛାତ୍ରୀଙ୍କ ପାଇଁ ୧୬ଟି ଶ୍ରେଣୀ ଗୃହ ସହ ୩ଟି ଲାବୋ୍ରୋଟୋରି, ଗୋଟିଏ କମ୍ପୁଟର ଲ୍ୟାବ,ସହ ଲାଇବ୍ରେରୀ ଓ ଷ୍ଟାଫ ରୁମ ନିର୍ମାଣ ହେବ|ସେହିପରି ଛାତ୍ର ଛାତ୍ରୀଙ୍କ ରହିବା ପାଇଁ ସ୍ୱତନ୍ତ୍ର ହଷ୍ଟେଲ ଓ ଉର୍ନତ ଖେଳ ପଡିଆ ନିର୍ମାଣ ହେବ|ଏହି ନିର୍ମାଣ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ ହେବାକୁ ଥିବା ବେଳେ ଆଗାମୀ ୨୦୨୪-୨୫ଶିକ୍ଷା ବର୍ଷରୁ ଷଷ୍ଠ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ମେଧାବୀ ଛାତ୍ର ଛାତ୍ରୀ ମାଗଣାରେ ଶିକ୍ଷା ଲାଭ କରିବେ ବୋଲି କହିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗ

masiha

ଗଦ୍ୟ ସାହିତ୍ୟର ବିକାଶ ନିମନ୍ତେ ସଂଗ୍ରାମ ଜାରି ରଖିଛି ମୋ ଅନୁଷ୍ଠାନ

Sunil Chandra Nayak

ଧର୍ମଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର 

masiha

Leave a Comment

error: Content is protected !!