ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳଛତ୍ରର ଶୁଭାରମ୍ଭ

କର୍ଲାମୁଣ୍ଡା: ଏହି ବ୍ଲକ ଯୋରାଡବରା ପଞ୍ଚାୟତ କୁସୁର୍ଲା ହଜାରୀପଡା କଳାରୁଦ୍ର ଯୁବକ ସଂଘ ପାକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜଳଛତ୍ର ଶୁଭାରମ୍ଭ କରାଯାଇଛି l କଳାରୁଦ୍ର ଯୁବକ ସଂଘର କର୍ମକର୍ତ୍ତା ଓ ରାମଜୀ ସାଂସ୍କୃତିକ ଅନୁଷ୍ଠାନ କର୍ମକର୍ତ୍ତା ମିଳିତ ଆନୁକୂଲ୍ୟରେ କୁସୁର୍ଲା ହଜାରୀପଡା ଛକ ଠାରେ ଜଳଛତ୍ର ଖୋଲାଯାଇଛି l ଗ୍ରୀଷ୍ମ ପ୍ରବାହର ପ୍ରଚଣ୍ଡ ଖରାରେ ପାଣି ଟିକେକ ପାଇଁ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ତାହାକୁ ଦୃଷ୍ଟିରେ ରଖି ଜଳଛତ୍ର ର ବ୍ୟବସ୍ତା କରାଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ରାମଜୀ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଶ୍ୟାମରାଜ ସାହୁ, ରାମଜୀ ସାଂସ୍କୃତିକ ଅନୁଷ୍ଠାନ ର ପୂର୍ବତନ ସମ୍ପାଦକ କ୍ଷେତ୍ରୀ ସାହୁ, ସମାଜସେବୀ ରୋମାଞ୍ଚଳ ସାହୁ,ୱାର୍ଡ ମେମ୍ବର ଡମ୍ୱରୁ ସାହୁ, ରାମରାଜ ସାହୁ, ନୀଳକଣ୍ଠେଶ୍ଵର ସାହୁ, ଅରବିନ୍ଧ ସାହୁ, ହେମନ୍ତ ସାହୁ, ତୁଷ୍ମନ୍ତ ସାହୁ ସହଯୋଗ କରିଥିବା ବେଳେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ରେ ସୁନ୍ଦରଗଡ଼ ଜିଲ୍ଲା ପୁରସ୍କୃତ

Sunil Chandra Nayak

ସ୍ମୃତି ସାନ୍ତ୍ଵନା ର ସ୍ବତନ୍ତ୍ର ଲେଖିକା ସମ୍ମିଳନୀ  ସମ୍ମାନିତ ହେଲେ ଅଙ୍ଗୁରବାଳା, ସ୍ନେହଲତା,ସୁଧୀରାଲକ୍ଷ୍ମୀ ଓ  ସୈ।ଦାମିନୀ 

Sunil Chandra Nayak

ୟୁ. ଜି. ଏମ୍. ଆଇ. ଟି. ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୧୭୭ତମ ଜନ୍ମ ଦିବସ ପାଳିତ

masiha

Leave a Comment

error: Content is protected !!