ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାମୁଁ ଘରକୁ ଯାତ୍ରା ଦେଖି ଯାଇଥିବା ବେଳେ ଖୋଲା କୂଅରେ ପଡି ୧୨ ବର୍ଷ ବାଳକର ମୃତ୍ୟୁ

କାମାକ୍ଷାନଗର(ମ ସୀ ହା)24/4/23 //  ମାମୁଁ ଘର ଗାଁକୁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଅଘଟଣ । ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ଖୋଲା କୂଅରେ ପଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ସରଦେଇପୁର ଗାଁରେ । ମୃତ ନାବାଳକ ଜଣଙ୍କ ତୁମୁସିଙ୍ଗା ଥାନା ବୋଲୁଅ ଗାଁର ବିରଞ୍ଚି ନାୟକଙ୍କ ୧୨ ବର୍ଷୀୟ ପୁଅ ଶୁଭମ ନାୟକ । ଗତକାଲି ଶୁଭମ ମାମୁଁ ଘରକୁ ନିଜ ପରିବାର ଲୋକଙ୍କ ସହିତ ଯାତ୍ରା ଦେଖିବାକୁ ଯାଇଥିଲେ । ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ପରିଶ୍ରା କରିବାକୁ ଆସିଥିବା ବେଳେ ପାଖରେ ଥିବା ଏକ ଖୋଲା କୂଅରେ ଖସି ପଡ଼ିଥିଲେ । ପରିବାର ଲୋକେ ବିଳମ୍ବିତ ରାତିରେ ବହୁ ଖୋଜା ଖୋଜି କରିଥିଲେ ମାତ୍ର ଶୁଭମଙ୍କ କୌଣସି ପତ୍ତା ପାଇ ନ ଥିଲେ । ଆଜି ସକାଳେ ଗ୍ରାମବାସୀ ଶୁଭମଙ୍କ ମୃତ ଦେହ କୂଅରେ ଭାସୁଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କ ମୃତ ଦେହ କୂଅରୁ ଉଦ୍ଧାର କରାଯାଇଥିଲା । ଏ ନେଇ ଖବର ପାଇ କାମାକ୍ଷାନଗର ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଜିରି ରଖିଛି । ଶୁଭମଙ୍କ ମୃତ୍ୟୁକୁ ନେଇ ମାମୁଁ ଘର ସରଦେଇପୁର ଓ ନିଜ ଗାଁ ବୋଲୁଅରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଜୁ ପଟ୍ଟନାୟକ ଙ୍କ 108 ଜନ୍ମ ଜୟନ୍ତୀ ପାଳିତ

masiha

ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର କିଶୋରୀ ମାନଙ୍କୁ ନେଇ ନାଗରିକ ଦାୟିତ୍ଵ ବୋଧ ଶିକ୍ଷା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ବର୍ଣ୍ଣାଢ଼୍ୟ ପରିବେଶ ରେ ପାଳିତ ହେଲା ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନମଙ୍ଗଳ)ସଂଗଠନର ଚତୁର୍ଥ ବାର୍ଷିକ ଉତ୍ସବ:ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଂଘ କୁ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!