ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ହିନ୍ଦୁ ସଂଘଠନ ତରଫରୁ ରାଲି ସହ ଦାବିପତ୍ର ପ୍ରଦାନ

ପାପଡାହାଣ୍ଡି,24/4, ମନିସ –ସମ୍ବଲପୁର ଠାରେ ହିନ୍ଦୁ ଶୋଭାଯାତ୍ରା ଉପରେ ଆକ୍ରମଣ ଘଟଣାର ପ୍ରତିବାଦ କରି ସୋମବାର ପାପଡାହାଣ୍ଡି ହିନ୍ଦୁ ସଙ୍ଘଠନ ତରଫରୁ ବାଇକ ରାଲି ସହ ରାଜ୍ୟପାଳଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା | ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର ନିକଟରେ ହିନ୍ଦୁ ସଙ୍ଘଠନର ସଦସ୍ୟ ମାନେ ଏକତ୍ରିତ ହୋଇଥିଲେ | ଭାରତ ମାତା କି ଜୟ, ଜୟ ଶ୍ରୀରାମ ନାରା ଦେଇଥିଲେ | ଏକ ମୋଟର ସାଇକେଲ ରାଲିରେ ବାହାରି ଗ୍ରାମ ପରିକ୍ରମା କରିଥିଲେ | ବ୍ଲକ କାର୍ଯ୍ୟାଳୟରେ ପହଁଚିବା ପରେ ରାଜ୍ୟପାଳଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ | ବିଡ଼ିଓଙ୍କ ଅନୁପସ୍ଥିତିରେ ବ୍ଲକ ମୁଖ୍ୟ କିରାଣୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା | ଦାବିପତ୍ର ପ୍ରଦାନ ସମୟରେ ତ୍ରିନାଥ ଅମନାତ୍ୟ, ବି ଜଗନ ମୋହନ ରାଓ, ହରି ମୋହନ ଶର୍ମା, ପି ଭେଙ୍କେଟ ରାଓ, ରାଜ କିଶୋର ରାଓ,ବିନୋଦ ଅଗ୍ରୱାଲ, ନୀଳକଣ୍ଠ ତ୍ରିପାଠୀ,ଶଙ୍କର ଲାଲ ଅଗ୍ରୱାଲ, ଦିନବନ୍ଧୁ ବିଶୋଇ ସହ ବହୁ ହିନ୍ଦୁ ସଂଘଠନ ର ସଦସ୍ୟ ଉପସ୍ଥିତ ଥିଲେ | ଦାବିପତ୍ର ପ୍ରଦାନ ବେଳେ ପାପଡାହାଣ୍ଡି ଆଇଆଇସି ଦୀପକ ଜେନା ଓ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚାଷିଙ୍କ ପାଇଁ ମରୀଚିକା ପାଲଟିଛି ମୋଡୋସିଲ ଚେକ ଡ୍ୟାମ, ଚାଷିଙ୍କ କାମରେ ଆସୁନି ଲକ୍ଷାଧିକ ଟଙ୍କାରେ ନିର୍ମିତ ପ୍ରକଳ୍ପ

masiha

ଏସ୍‌ପିସିବି ପକ୍ଷରୁ ‘ନୀଳ ଆକାଶ ପାଇଁ ନିର୍ମଳ ବାୟୁ’ ସଂପର୍କିତ ଅନ୍ତର୍ଜାତୀୟ ଦିବସ ପାଳିତ

Sunil Chandra Nayak

ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

masiha

Leave a Comment

error: Content is protected !!