ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାମନପୁର ଠାରୁ ଦଶପୁର ରାସ୍ତା ପାଲଟିଛି ମରଣ ଯନ୍ତା

ଖାଲ ଖୁମା ରାସ୍ତାରେ ଗାଡି ଚଳାଇବା କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ 

ଗୋଳାମୁଣ୍ଡା ତା ୨୫/୪ /ନିର୍ଭୟ, ନିରପେକ୍ଷ ମସିହା/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ଦଶପୁର ଠାରୁ ଚପରିଆ ରାସ୍ତା ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ଵାରା କାମ ଚାଲୁଥିବା ବେଳେ ମନ୍ଥର ଗତିରେ କାମ ହେଉଥିବା ଲୋକଙ୍କ ଅଭିଯୋଗ ହେଉଛି । ରାସ୍ତା କାମଟି ଚପରିଆ ଠାରୁ ଧାମନପୁର ପର୍ଯ୍ୟନ୍ତ ଶେଷ ହେଇଥିବା ବେଳେ ଧାମନପୁର ଠାରୁ ଦଶପୁର ପର୍ଯ୍ୟନ୍ତ ରାସ୍ତା ମରଣ ଯନ୍ତା ପାଲଟିଛି । ରାସ୍ତାର ପିଚୁ ଉପାଡି ଦେଇ ନୂଆ ମେଟାଲ ରାସ୍ତାରେ ପଡୁଛି । ମେଟାଲ ଗୁଡିକୁ ମେସିନ ଦ୍ୱାରା ସମାନ୍ତର କରାଯାଉ ନ ଥିବାରୁ ବିକଟ ପରିସ୍ଥିତି ସୃଷ୍ଟି ହୋଇଛି  । ଏ ରାସ୍ତା ଦେଇ ଅନେକ ବାଇକ,ଚାରିଚକିଆ,ଓ ଭାରିଯାନ ଗୁଡିକ ଯିବା ଆସିବା କରୁଥିବା ବେଳେ ଅନେକ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଏହି ରାସ୍ତାଟି ଜିଲ୍ଲା ଉପଖଣ୍ଡକୁ ସଂଯୋଗ ହୋଇଥିବାରୁ ଗୋଳାମୁଣ୍ଡା ବ୍ଲକର ଦୁଇ ତୃତୀୟାଂଶ ପଞ୍ଚାୟତର ଜନସାଧାରଣ ରାସ୍ତା ଉପରେ ନିର୍ଭର କରନ୍ତି । ଏହି ରାସ୍ତା ଏକ ମୁଖ୍ୟ ରାସ୍ତା କହିଲେ ଅତୁକ୍ତି ହେବ ନାହିଁ । ରାସ୍ତାରଖାଲ ଖୂମା ରେ ସାଧାରଣତ ବାଇକ ଚାଳକ ମାନେ ବେଶୀ ମାତ୍ରାରେ ଅସୁବିଧା ଭଗୁଥିବା ନେଇ ଜନସାଧାରଣଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଏହି ରାସ୍ତାରେ ଯେତେ ଦୁର୍ଘଟଣା ହେଉଛି ଗ୍ରାମ୍ୟ ନିର୍ମାଣ ବିଭାଗ କିମ୍ବା ଠିକାଦାର ଦାୟୀ ରହିବେ କି ବୋଲି ଏକ ପ୍ରଶ୍ନବାଚି ସୃଷ୍ଟି ହେଉଛି । ଧର୍ମଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ଦୃଷ୍ଟି ଦେଇ ମେଟାଲ ଗୁଡିକୁ ମେସିନ ଦ୍ୱାରା ସମାନତା କରିବା ସହ ଶୀଘ୍ର କାମ ସାରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ମା ମାଣିକେଶ୍ବରୀ ମନ୍ଦିର ଉନ୍ମୋତିକରଣ ପାଇଁ ବୋଲ ବୋମ ମାନଙ୍କ ସରକାରଙ୍କୁ ନିବେଦନ

ସର୍ଗିଗୁଡା ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ. ଯୋଗଦେଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ 

masiha

ବିଶ୍ବ ଆଦିବାସୀ ଦିବସ ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ”ଖେ୍ରୱାଲ ଜୁମିଡ଼”ତରଫରୁ ରକ୍ତଦାନ ଶିବିର ; ୪୫ ୟୂନିଟ ରକ୍ତ ସଂଗୃହୀତ 

Sunil Chandra Nayak

Leave a Comment

error: Content is protected !!