ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଧର୍ଷଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରା ଜଜ୍ କୋର୍ଟ

୨୦୧୮ ମସିହାରେ କୋକସରା ଥାନା ଅନ୍ତର୍ଗତ ସିର୍ଲିଗୁଡ଼ା ଗ୍ରାମର ଲକ୍ଷ୍ମଣ ଭାଟି ଗ୍ରାମରେ ଥିବା ହୀରା ସାଗରକୁ ପୀଡ଼ିତା ଗାଧୋଇ ଯାଉଥିବାବେଳେ ବଳପୂର୍ବକ ଉଠାଇନେଇ ନିକଟସ୍ଥ ବୁଦା ଆଢ଼ୁଆଳରେ ଜୋର ଜବରଦସ୍ତି ଧର୍ଷଣ କରିବା ଅଭିଯୋଗରେ ପୀଡ଼ିତା କୋକସରା ଥାନାରେ ଲିଖିତ ଏତଲା ପ୍ରଦାନ କରିଥିଲେ। ଏତଲା ଭିତ୍ତିରେ କୋକସରା ପୋଲିସ ଥାନା କେଶ ନମ୍ବର ୧୮୪ ତାରିଖ ୨୪.୧୦.୨୦୧୮ ବଳରେ ତଦନ୍ତ କରି ଅଭିଯୁକ୍ତ ଲକ୍ଷ୍ମଣ ଭାଟି କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ। ଦୀର୍ଘ ୫ ବର୍ଷ ଧରି ଏହି ମାମଲା ଧର୍ମଗଡ଼ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ, ସାକ୍ଷୀ ମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ସହାୟକ ଦୌରା ଜଜ୍ ଶ୍ରୀ ବିଶ୍ବବିସୃତ କର ଆଜି ସିଟି କେଶ ନମ୍ବର ୧୬/୧୨ -୨୦୧୯ ମୋକଦ୍ଦମା ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ ଲକ୍ଷ୍ମଣ ଭାଟି କୁ ଭାରତୀୟ ପିଙ୍ଗଲ କୋଡ଼ ଦଫା ୩୭୬(କ) ବଳରେ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ସଶ୍ରମ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ସ୍ଥଳେ ଅତିରିକ୍ତ ତିନିମାସ ଜେଲ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମାମଲା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Sunil Chandra Nayak

ରସି ଲଗାଈଥିବା ଝୁଲନ୍ତା ଶବ ଉଦ୍ଧାର

Sunil Chandra Nayak

ଜମି ଲିଜ କୁ କେନ୍ଦ୍ରକରି ଟାଙ୍ଗିଆ ରେ ଆକ୍ରମଣ ,୩ ଅଭିଯୁକ୍ତ କୋର୍ଟ ଚାଲାଣ 

masiha

Leave a Comment

error: Content is protected !!