ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ହିଙ୍ଗୁଳା ଦେବୀଙ୍କ ଖନ୍ଦା ଚଲା ଯାତ୍ରା, ଜ୍ୱଳନ୍ତ ଅଙ୍ଗାରରେ ଚାଲିଲେ ଦେବାଦେବୀ ଓ କାଲିସି

କୋକସରା,୨୫/୪ ଆସ୍ଥା ଓ ବିଶ୍ୱାସର ଅନ୍ୟ ନାମ ହେଉଛି ମା ହିଙ୍ଗୁଳା ଦେବୀଙ୍କ ଖନ୍ଦା ଚଲା ଯାତ୍ରା । ଯୁଗ ଯେତେ ପାଶ୍ଚାତ୍ୟ ମୁଖୀ ହୋଇଥିଲେ ମଧ୍ୟ ଆଜିବି ଗ୍ରାମାଞ୍ଚଳରେ ଦେବାଦେବୀଙ୍କ ପ୍ରତି ସେହି ପୂର୍ବ ପରମ୍ପରା ରହି ଆସିଛି । ଯୁଗ ସହ କିଛିଟା ଯାନୀ ଯାତ୍ରା ପରିବର୍ତ୍ତନର ସୁଅରେ ବଦଳିଛି, ହେଲେ ଦେବାଦେବୀଙ୍କ ଲୋକଙ୍କ ଆସ୍ଥା ବିଶ୍ୱାସ ଆଜି ମଧ୍ୟ ଉଜ୍ଜୀବିତ ହୋଇ ରହିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଠାରେ ମା ହିଙ୍ଗୁଳା ଦେବୀଙ୍କ ବାର୍ଷିକ ଖନ୍ଦା ଚଲା ଯାତ୍ରା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରତି ୫ ବର୍ଷ ଅନ୍ତରାଲରେ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ସ୍ଥାନୀୟ ଲୋକଶୃତି ଅନୁସାରେ ମା ହିଙ୍ଗୁଳା ଦେବୀ ଚାରି ପାଟ ତଳେ ଢୋଢରା ଅଞ୍ଚଳରୁ ଅଞ୍ଚଳରୁ ଡେଙ୍ଗାଗୁଡା ଗ୍ରାମରେ ଉତ୍ତରାୟଣ କରିଥିଲେ। ଦେବୀଙ୍କୁ ଆମପାଣି ବୁଢ଼ାରଜା ଦେବ ଏହି ଅଞ୍ଚଳରେ ରହିବା ପାଇଁ କିଛି ଅସ୍ତ୍ରଶସ୍ତ୍ର ପ୍ରଦାନ କରିଥିଲେ। ହିଙ୍ଗୁଳା ହେଉଛନ୍ତି ଦେବୀ ପାର୍ବତୀଙ୍କ ଅଂଶରୁ ଜନ୍ମିତ। ସେହି ଦିନ ଠାରୁ ମା ହିଙ୍ଗୁଳା ରାମେଶ୍ୱର ମହାଦେବଙ୍କ ସହ ପୂଜାପାଉଛନ୍ତି। ହିଙ୍ଗୁଳା ଦେବୀଙ୍କ ମହିମା ଅପାର। ଭକ୍ତ ଦେବୀଙ୍କ ନିକଟରେ ଯାହା ମାନସିକ କରନ୍ତି ତାହା ପୂରଣ ହୁଏ ବୋଳି ଅଗାଢ଼ ବିଶ୍ୱାସ ରହିଛି। ପ୍ରତି ୫ ବର୍ଷ ଅନ୍ତରାଲରେ ପାଳନ ହେଉଥିବା ମା ହିଙ୍ଗୁଳାଙ୍କ ଖନ୍ଦା ମଡା ଉତ୍ସଵରେ ସାମିଲ ହେବାକୁ ଅଞ୍ଚଳର ୩୦ ଖଣ୍ଡ ଗ୍ରାମର ଦେବାଦେବୀଙ୍କ ଲାଠିକୁର୍ସି ଆସି ଦେବୀଙ୍କ ପୀଠରେ ପହଞ୍ଚିବା ପରେ ମା ହିଙ୍ଗୁଳା ଦେବୀଙ୍କ ମୁଖ୍ୟ ପୁଝାରି ଲିଙ୍ଗରାଜ ମୁଲକିଆ ନିମନ୍ତ୍ରିତ ସମସ୍ତ ଦେବାଦେବୀଙ୍କୁ ବିଧି ଅନୁସାରେ ପୁଜାର୍ଚ୍ଚନା କରି ଆବାହାନ କରିଥାନ୍ତି। ପରେ ଦେବାଦେବୀଙ୍କ ଲାଠିକୁର୍ସି ମାନେ ହାଟ ପରିକ୍ରମା କରି ପୂର୍ବରୁ ପ୍ରସ୍ତୁତ ଥିବା ନିଆଁର ଜ୍ବଳନା ଅଙ୍ଗାରରେ ଚାଲିବା ଦୃଶ୍ୟ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶତାଧିକ ମାନସିକଧାରୀ ମାନେ ନିଜର ମାନସିକ ପୂରଣ ପାଇଁ ଦେବୀଙ୍କ ନିକଟରେ ମନୋକାମନା କରିଥିଲେ। ଗ୍ରାମ୍ୟ କମିଟି ପକ୍ଷରୁ ମଲ୍ଲିକ ପ୍ରସାଦ ନାଏକ, କ୍ଷୀରସିନ୍ଧୁ ଛତ୍ରୀଆ, କ୍ଷେତୁରାମ ପାତ୍ର, ରଜନୀକାନ୍ତ ନାଏକ, ବେଣୁଧର ନାଏକ, ଶମ୍ଭୁଶ୍ୱର ନାଗ, ମାଧବ ଧ.ମାଝୀ, ଦୁଲ୍ଲଭ ଦାସ, ରାଜେନ୍ଦ୍ର ଛତ୍ରୀଆ, ସୁଶିଳ ନାଏକ, ଦୁଷ୍ମନ୍ତ ଜୁଏଡ଼, ନରେନ୍ଦ୍ର ବାଗ ଓ ଡେଙ୍ଗାଗୁଡା ଗ୍ରାମବାସୀ ମାନେ ହିଙ୍ଗୁଲା ଦେବୀଙ୍କ ଖନ୍ଦା ଚଲା ଉତ୍ସଵ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

Mahodadhi Aarti

masiha

ଧୋବେନ ପଡା ମା ଘାଟି ମୁଣ୍ଡିଆଣିଙ୍କ ବାର୍ଷିକ ମାଘ ଯାତ୍ରା

Sunil Chandra Nayak

ରାଇରଙ୍ଗପୁର ରେ ରଥଯାତ୍ରା ପାଇଁ ଅଖପୂଜା

masiha

Leave a Comment

error: Content is protected !!