ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ଭାରତୀୟ ମଜଦୁର ସଂଘର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ 

ଢେଙ୍କାନାଳ ଅଦ୍ୟ। ତା ୨୬/୦୪/୨୦୨୩ରିଖ ଦିବା ୧୧ଘଟିକା ସମୟରେ କେନ୍ଦ୍ରୀୟ ବି.ଏମ.ଏମ୍ ର ନିଷ୍ପତି କ୍ରମେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବୀ ପତ୍ର ଢେଙ୍କାନାଳ ଜିଲ୍ଲା ଭାରତୀୟ ମଜଦୁର ସଂଘ ତରଫରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଗଲା। ଏହି ଦାବି ପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ର ଙ୍କୁ ସଂଘ ର କର୍ମକର୍ତ୍ତାମାନେ ପ୍ରଦାନ କରିଥିଲେ। ଦାବୀ ଗୁଡ଼ିକ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ଶ୍ରମିକଙ୍କ ଆର୍ଥିକ ବିକାଶ ପାଇଁ ରାଷ୍ଟ୍ରୀୟ ଶ୍ରମନୀତି ପ୍ରଣୟନ, ସର୍ବନିମ୍ନ ମଜୁରୀ ବଦଳରେ ଜୀବିକା ମଜୁରି ପ୍ରଦାନ ଓ ଠିକା ପ୍ରଥା ଉଛେଦ ଓ ନିୟନ୍ତ୍ରଣ ଆଇନ୍‌ ଆବଶ୍ୟକୀୟ ସଂଶୋଧନ ଆଣିବା । ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି କୃଷ୍ଣଚନ୍ଦ୍ର ସାହୁ ଜିଲ୍ଲାସଂପାଦକ ଦୁର୍ଗା ପ୍ରସାଦ ମିଶ୍ର, ପ୍ରଫୁଲ୍ଲ କୁମାର ରାଉତ, ଜିଲ୍ଲାନେତ୍ରୀ ମାନସୀ ମହାପାତ୍ର , ନିରୋଜ ନଳିନୀ ମହାଳିକ, ଉଷାରାଣୀ ଦାସ,ସ୍ବର୍ଣ୍ଣପ୍ରଭା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅଖିଳ ଭାରତୀୟ ଶ୍ରମିକ ନେତା ଶ୍ରୀ ଶ୍ରୀନିବାସ ଖୁଣ୍ଟିଆ ଉପସ୍ଥିତ ରହି ମାର୍ଗ ଦର୍ଶନ କରି ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଏଥିରେ ସଂଘର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ମା ଦୁଆରସନି ଦେବୀ ଙ୍କ ଦଶହରା ପୂଜା ସମ୍ପନ୍ନ 

Sunil Chandra Nayak

ବିହାର ଦିବସ ପାଳିତ 

masiha

ବିଜାତଳା ବ୍ଳକ! ମାଣିକପୁର ପଞ୍ଚାୟତରେ ହାତୀ ଉପଦ୍ରବ!ବ୍ୟାପକ ଧାନ ଫସଲ ନଷ୍ଟ

Sunil Chandra Nayak

Leave a Comment

error: Content is protected !!