ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ମଜଦୁର ସଂଘ ପକ୍ଷରୁ ୪ ଦଫା ଦାବି ପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀ ଙ୍କୁ ପ୍ରଦାନ

ରାୟଗଡା :-ଭାରତୀୟ ମଜୁଦୂର୍ ସଂଘର ୨୦ ତମ ତ୍ରୈବାଶ୍ରୀକ ଅଧିବେଶନ ବିହାର ରାଜ୍ୟର ପାଟନା ଠାରେ ଅନୁଷ୍ଠିତ ଅଧିବେଶନରେ ସମଗ୍ର ଦେଶରୁ ପ୍ରାୟ ୩୦୦୦ ହଜାର ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ଉକ୍ତ ଅଧିବେଶନରେ ୪ ଟି ଶ୍ରମ ଆଇନ ପ୍ରସ୍ତାବ ପାରିତ ହୋଇଥିଲା । ଉକ୍ତ ପ୍ରସ୍ତାବକୁ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ର ସଭାପତି ଶ୍ରୀ ମହାନ ରାଓ ମାଝୀ , ଜିଲ୍ଲା ସଂପାଦକ ଶ୍ରୀ ଗଣେଶ କୁମାର ସାହୁ ଏବଂ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଧର୍ମ ସିଂ ନାଗଙ୍କ ନେତୃତ୍ୱରେ ସ୍ଥାନୀୟ ଗଜପତି ଛକରୁ ଏକ ବିରାଟ ସୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସଙ୍କ ଉପସ୍ଥିତି ରେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରାଙ୍କୁ ୪ ଦଫା ପ୍ରସ୍ତାବ ପତ୍ର ପ୍ରଦାନ କରାଯିବା ସହ ଓଡ଼ିଶା ରେ ଆପୋଲୋ ହସ୍ପିଟାଲ ରେ ହେଉଥିବା ଦୁର୍ନୀତି ବିରୋଧରେ ଓଡ଼ିଶା ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବି ପତ୍ର ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଧାନ କରାଯାଇଥିଲା । ଉକ୍ତ ଦାବି ମଧ୍ୟରେ ( 1 ).ଦେଶର ସମସ୍ତ ଶ୍ରମିକ ବର୍ଗ ଙ୍କୁ ସାମାଜିକ ସୁରକ୍ଷା ଅନ୍ତର୍ଗତ ସମସ୍ତ ସୁବିଧା ଉପଲବ୍ଧ କରାଯାଉ। ( 2 ) ଠିକା ପ୍ରଥାର ଅନ୍ଧ ଅନୁକରଣ ଉପରେ ନିୟନ୍ତ୍ରଣ ସହିତ ଠିକା ଶ୍ରମ ପ୍ରତିରୋଧ ଏବଂ ନିୟମିତ କରଣ । ଅଧିନିୟମର 1970 ର ଆବଶ୍ୟକ ସଂଶୋଧନ କରାଯାଉ।( 3 ) ଦେଶର ଆଥ୍ରକ ବିକାଶ ନିମିତ୍ତ ଜାତୀୟ ଶ୍ରମ ନୀତି ପ୍ରସ୍ତୁତ କରାଯାଉ। ( ୪ ) ଶର୍ବନିମ୍ମ ମଜୁରୀ ।minimum wages। ବଦଳରେ ଜୀବିକା ଅଧିରିତ ମଜୁରୀ( Living wages ) ନିର୍ଧାରଣ କରାଯାଉ। ଉପରୋକ୍ତ ପ୍ରସ୍ତାବ ସଂଗଠିତ, ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କ୍ରମାଗତ ଦାବି ଉପରେ ଆଧାରିତ, ଯାହା ବାସ୍ତବରେ କମ୍ରଚାରୀ ଙ୍କ ଅଧିକାର ଅଟେ। ଏହି ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ପାରିତ କରାଯାଉଛି।ଏହା କୋଟି କୋଟି ଶ୍ରମିକଙ୍କ ସ୍ବାଥ୍ର କୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଠାରେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଦାବି କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ପଦ୍ମନାଭ ଦାଶ , ବିଦ୍ୟାଭୁଷଣ ପଣ୍ଡା , ଶ୍ୟାମ କୁମାର ଦାସ , ପ୍ରଫୁଲ ପାତ୍ର , ସହ ସଂଘ ର ସଂଲଗ୍ନ ସମସ୍ତ ସଂଗଠନର ପ୍ରାୟ ୧ ହଜାର କାର୍ଯ୍ୟକର୍ତ୍ତା ଯୋଗଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘ ର ଦୂର୍ଗା ମାଧବ ଘୋଷ , ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଶ୍ରୀମତୀ ଉଷା ରାଣୀ ଦାସ , ନିରଞ୍ଜନ ସେନାପତି , ଗୀତାଞ୍ଜଳି ହିଆଲ , କେ ରାମ ବାବୁ , ଜୟଦେବ ସେଠ ପ୍ରମୁଖ ପରିଚାଳନା କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟ ରେ ୭୬ ତମ ସମ୍ବିଧାନ ଦିବସ ପାଳିତq

Sunil Chandra Nayak

ଲଡୁଗାଁ ଠାରେ କୃଷକ ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!