ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଆଲୋଚନାଚକ୍ର ମହାମଞ୍ଚରେ ଡକ୍ଟର ବିବେକାନନ୍ଦ ସିଂହ ଙ୍କ ସନ୍ଦର୍ଭ ଉଚ୍ଚ ପ୍ରଶଂସିତ !

ତିର୍ତୋଲ : – କିଏ କୁହେ ଗ୍ରାମାଞ୍ଚଳରେ କୌଣସି ପ୍ରତିଭା ବିକଶିତ ହୁଏନି ବୋଲି ? କିଏ କହେ ବଣର ମଲ୍ଲୀ ଅନାଦର ହୋଇଥାଏ ? ନିଜର ଇଛାଶକ୍ତି ଓ ଅଦମ୍ୟ ପ୍ରଚେଷ୍ଟା ବ୍ୟକ୍ତିକୁ ଉଚ୍ଚଭିଳାଷୀ ଓ ବାଗ୍ମୀ ରେ ପରିଣତ କରାଇଥାଏ ! ଆଊ ଯୁଗେ ଯୁଗେ ଜ୍ଞାନୀ ହୁଏ ସମ୍ମାନିତ, ପୂଜିତ, ଗୁରୁ ଗୌରବର ଅଧିକାରୀ ! ହଁ ଆଜ୍ଞା ଏହା କାହାଣୀ ନୁହେଁ, ଅବିଶ୍ୱାସନୀୟ ବାସ୍ତବ ସତ୍ୟ ! ଏହି ବିଷୟ ଜାଣିବାକୁ ଆମେ ଆପଣକୁ ନେଇଯାଉଛୁ,ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅଧିନ କନିମୁଳ ସ୍ଥିତ ବାୟା ଅବଧୂତ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ଼ଃ ବିବେକାନନ୍ଦ ସିଂହଙ୍କ ନିକଟକୁ ! ଯିଏ କି ନିକଟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ରେ ଆୟୋଜିତ ସ୍ୱାଧୀନତାର ଅମୃତ ମହାମହୋତ୍ସବ ତଥା ମହାତ୍ମାଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ ଉପଲକ୍ଷେ ଅନୁଷ୍ଠିତ “ବର୍ତ୍ତମାନ ସମସ୍ୟା ର ସମାଧାନ ରେ ଗାନ୍ଧୀବାଦ ର ଭୂମିକା ” ଶୀର୍ଷକ ଜାତୀୟ ଆଲୋଚନା ଚକ୍ରରେ ଏକ ଅବିସ୍ମରଣୀୟ ସନ୍ଦର୍ଭ ପାଠ କରିବାର ସୁଯୋଗ ଲାଭ କରିଥିଲେ ! ସୌଭାଗ୍ୟ ବଶତଃ ଡ଼ଃ ସିଂହଙ୍କର ନିର୍ଭୁଲ ଓ ମାର୍ଜିତ ସନ୍ଦର୍ଭଟି ଉପସ୍ଥିତ ବିଦ୍ୱାନ ମଣ୍ଡଳୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିବାର ଦେଖିବାକୁ ମିଳିଥିଲା ! ଏହି ଉତ୍ସବ କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଉଦଘାଟନ କରିଥିବା ବେଳେ, ପ୍ରଫେସର ମାନସ ବେହେରା , ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ପ୍ରକାଶଚନ୍ଦ୍ର ଷଡ଼ଙ୍ଗୀ , କଲିକତା ଭାରତୀୟ ବିଦ୍ୟାଭବନର ନିର୍ଦ୍ଦେଶକ ଜି. ଭି. ଶୁଭ୍ରମଣ୍ୟମ୍ , ପ୍ରଖ୍ୟାତ ଗାନ୍ଧୀବାଦୀ ନେତା ଆଇନଜିବୀ ଗୌରାଙ୍ଗ ଚରଣ ପରିଡା, ପ୍ରଫେସର ସୁମନ ଦାସ , ପ୍ରଫେସର ମୌସୁମୀ ପଟ୍ଟନାୟକ, ପ୍ରଫେସର ଚଣ୍ଡୀ ଚରଣ ରଥ , ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ , ପ୍ରଫେସର ପ୍ରତୀକ ମିଶ୍ର , ପ୍ରଫେସର ନୃସିଂହ ପ୍ରସାଦ ମିଶ୍ର , ପ୍ରଫେସର ମିହିର ରଞ୍ଜନ ସେନାପତି ଓ ପ୍ରଫେସର ସୁଧୀର କୁମାର ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ !,ଧୋୟା ଅଞ୍ଚଳରେ କାର୍ଯ୍ୟରତ ଡକ୍ଟର ବିବେକାନନ୍ଦ ସିଂହ ଙ୍କ ଏପରି କୃତିତ୍ବ ପାଇଁ, ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍ ତଥା ବୁଦ୍ଧିଜୀବୀ ଙ୍କ ସମେତ,ବାୟା ଅବଧୂତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଫିସ କାର୍ଯ୍ୟକର୍ତ୍ତା ମାନେ ସୁଭେତ୍ସା ଜଣାଇଛନ୍ତି ! ଅନେକ ପଣ୍ଡିତ ମଣ୍ଡଳୀ ଡ଼କ୍ଟର ସିଂହ ଓଡ଼ିଶାର ଗର୍ବ ଆଉ ଗୌରବ ବୋଲି ଶୁଭେଚ୍ଛା ବାର୍ତ୍ତା ପଠେଇ ଥିବାର ଦେଖିବାକୁ ମିଳିଛି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଅବସର ଭବନ ଅନୁଷ୍ଠାନର ୩୩ତମ ସାଧାରଣ ସଭା 

masiha

ଆଇ ଆର ବି ଯବାନଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ଯବହାର, ପ୍ରେସକ୍ଳବ ପକ୍ଷ୍ୟରୁ ଏସପିଙ୍କୁ ଦାବି ପତ୍ର

Sunil Chandra Nayak

ପୁଇନ୍ତଲା ବ୍ଲକ ରେ ବ୍ଲକ ସ୍ତରୀୟ ଲୋକ ଉତ୍ସବ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!