ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ୫ ଦଫା ଦାବି ପୂରଣ ପାଇଁ ବିଡ଼ିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ

କୋକସରା,୨୭/୪ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ବୁଧବାର ସଙ୍ଘର ୫ ଦଫା ଦାବି ସମ୍ବଳିତ ପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ପେନସନ ଗ୍ରାହୀ ସଂଘର ପ୍ରମୁଖ ଦାବି ମଧ୍ୟରେ, ମାସିକ ଚିକିତ୍ସା ଭତ୍ତା ପ୍ରଦାନ, ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ଅନୁରୂପ ମାଟ୍ରିକ ଆଧାର ରେ।ପେନସନ ନିର୍ଦ୍ଧାରଣ ଅସଙ୍ଗତି ଦୁର କରାଯାଉ, ପେନସନ ଧାରୀ ଙ୍କୁ ସର୍ବନିମ୍ନ ୯ ହଜାର ଟଙ୍କା।ପ୍ରଦାନ, ଅତିରିକ୍ତ ପେନସନ ଅନ୍ୟ ରାଜ୍ୟ ଭଳି ୬୫ ବର୍ଷ ରୁ ଲାଗୁ କରିବା ଓ ମୋ ବସ ଭଳି ଅନ୍ୟ ବସ ରେ ୫୦ ରିହାତି ପ୍ରଦାନ ଭଳି ଦାବି ରହିଛି। ସଙ୍ଘର ସଭାପତି ତ୍ରିନାଥ ଠାକୁର, ମିନିକେତନ ପ୍ରଧାନୀ, ଜୟଲାଲ ନାଏକ, କେଶବ ଚନ୍ଦ୍ର ନାଏକ, ଅଶୋକ କୁମାର ମାଝୀ, ବୁଟୁନାଥ ସରାବୁ, କୀର୍ତ୍ତନ ଶବର, ଗୁଣନିଧି ବାଗ, ଜୟରାମ ଚଣ୍ଡି ପ୍ରମୁଖ ପେନସନ ଗ୍ରାହୀର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପକ୍ଷଘାତି ଟୁକୁନି ମାଝୀଙ୍କୁ ଟ୍ରାଇ ସାଇକେଲ ଓ ଭତ୍ତା ଖଣ୍ଡେ ଦେବାକୁ ଦାବି

Sunil Chandra Nayak

ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଯୋଗ କେନ୍ଦ୍ରର ୨୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

କନ୍ଧମାଳ ରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଅବ୍ୟାହତ : ଜୀବନ ଯାତ୍ରା ବ୍ୟାହତ 

Sunil Chandra Nayak

Leave a Comment

error: Content is protected !!