ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଦୁର୍ଘଟଣାରେ ତିନି ଗୁରୁତର ଆହତଙ୍କୁ ଉଦ୍ଧାର କରି ମହାନତା ଦେଖାଇଲେ ବ୍ଲକ ଅଧକ୍ଷା ପ୍ରତିନିଧି

 ପାପଡାହାଣ୍ଡି 28/4, ମନିସ — – ପାପଡାହାଣ୍ଡି ବ୍ଲକ ଜଟାବାଲ ପଞ୍ଚାୟତ ଝାରମୁଣ୍ଡା ନିକଟରେ ଶୁକ୍ରବାର ଦ୍ବିପହରେ ଏକ ବାଇକ ଦୁର୍ଘଟଣା ହୋଇ ତିନିଜଣ ଗୁରୁତର ଆହତ ହୋଇଥିଲେ | ଆହତ ରାସ୍ତାରେ ପଡ଼ିଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ପାପଡାହାଣ୍ଡି ବ୍ଲକ ଅଦକ୍ଷା ହେମଲତା ମାଝିଙ୍କ ପ୍ରତିନିଧି ପରେଶ ଜେନା | ସୂଚନା ମୁତାବକ ମାନିଗାଁ ପଞ୍ଚାୟତ ଉମରାହାଣ୍ଡି ଗ୍ରାମର ଦୁଲବ ଭତରା , ଦଶମୁ ଭତରା ,ଗୌତମ ଭତ୍ରା ମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ଦେଖିବା ପାଇ ଚେରଚେଟା ହାଇସ୍କୁଲ ଖେଳ ପଡିଆ ଠାରେ ଯୋଗ ଦେଇ ନିଜ ଗ୍ରାମକୁ ଫେରିବା ସମୟରେ ଝାରମୁଣ୍ଡା ନିକଟ ଏକ କଲଭର୍ଟ ନିକଟ ରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା | ସେହି ସମୟରେ ପାପଡାହାଣ୍ଡି ବ୍ଲକ ଅଧକ୍ଷା ପ୍ରତିନିଧି ପରେଶ ଜେନା ଏବଂ ପାପଡାହାଣ୍ଡି ବ୍ଲକ ବିଜେଡି ଉପସଭାପତି ବିଭୁତି ଖସଲା ଏହା ଦେଖି ତିନି ଜଣ ଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ କୁ ଫୋନ କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ | ସେମାନଙ୍କ ସ୍ୱାସ୍ଥ୍ୟ ବସ୍ତା ବର୍ତମାନ ଠିକ ଥିବା ଡ଼. ସୂଚନା ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମୋ ଓଡିଶା ଗୀତରେ ରାଉରକେଲାର ତରୁଣ କୁମାର

Sunil Chandra Nayak

ସ୍ୱଚ୍ଛ ଭାରତ ମିଶନ ତରଫରୁ ସର୍ଭେକ୍ଷଣ

Sunil Chandra Nayak

ଏକ୍ସକ୍ୟାଡ଼ର ଶିକ୍ଷକ ଙ୍କ ରଣ ହୁଙ୍କାର ଦାବି ପୂରଣ ନହେଲେ ପୁନର୍ବାର ଆନ୍ଦୋଳନ : ରାଜ୍ୟ ମହାସଂଘ

Sunil Chandra Nayak

Leave a Comment

error: Content is protected !!