ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସରକାରୀ ଜାଗା ଜବରଦଖଲ କୁ ପ୍ରତିବାଦ କରିବାରୁ କଳାହାଣ୍ଡି ଆଟିଗାଁ ଆର ଆଇ ଅଫିସର ପିଅନ କୁ ହତ୍ଯା ମାମଲା

ମା ସହ ତିନିପୁଅ ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ… 

ସରକାରୀ ଜବରଦଖଲକୁ ପ୍ରତିବାଦ କରିବାରୁ ଆଟିଗାଁ ଆରଆଇ ଅଫିସର ପିଅନଙ୍କ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ମା’ ସହ ୩ ପୁଅକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ।  

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଆଟିଗାଁଠାରେ ଗତ ୨୦୧୮ ମସିହାରେ ଆରଆଇ ଅଫିସର ଜଣେ ଅସ୍ଥାୟୀ ପିଅନଙ୍କୁ ଗୋଟିଏ ପରିବାରର ମା’ ଏବଂ ୩ ପୁଅ ମିଶି ନିର୍ମମ ଭାବେ ହତ୍ୟା କରିଥିଲେ । ଅଭିଯୁକ୍ତମାନେ ଗତ ୨୦୧୮ ମସିହାରେ ଆଟିଗାଁ ଆରଆଇ ଅଫିସ ନିକଟରେ ଏକ ସରକାରୀ ସ୍ଥାନରେ ଘର ତିଆରି ପାଇଁ ନିଅଁ ଖୋଳୁଥିଲେ l ଏହା ଜାଣିବା ପରେ ଆରଆଇ ଅଫିସରେ କାର୍ଯ୍ୟରତ ଅସ୍ଥାୟୀ ପିଅନ ଭାବରେ କାର୍ଯ୍ୟ କରୁଥିବା ଛାୟାକାନ୍ତ ଦଣ୍ଡସେନା ଏହାର ପ୍ରତିବାଦ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମା’କୁ ଚିତା ଦଣ୍ଡସେନା ବଡ ପୁଅ ରାଧୁ ହାତରେ ଏକ ଟାଙ୍ଗିଆ ଦେଇଥିଲେ l ଆଉ ଦୁଇ ଭାଇ ପିତ ଓ ରାଧୁ ଦଣ୍ଡସେନା ମଧ୍ୟ ସାମିଲ ହୋଇ ଛାୟାକାନ୍ତଙ୍କୁ ନିର୍ମମ ହତ୍ୟା କରିଥିଲେ l

ପରେ ଜୁନାଗଡ ପୋଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ କରାଯାଇ ୪ ଜଣଙ୍କୁ ଗିରଫ କରାଯାଇଥିଲା l ଶନିବାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବନ୍ଦନା କର ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ସମସ୍ତଙ୍କୁ ୫୦ହଜାର ଲେଖାଏଁ ଅର୍ଥ ଦଣ୍ଡାଦେଶ ଶୁଣାଇଛନ୍ତି l ଅର୍ଥ ଅନାଦେୟ ହେଲେ ଆହୁରି ବର୍ଷେ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଦୁଇ ଜଣ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ଦୁଇ ବହୁ ସହ ପୁଅ ଗିରଫ ପରେ କୋର୍ଟ ଚାଲାଣ

Sunil Chandra Nayak

ବାଲିବୋ ବାଇପାସ୍ ରାସ୍ତା କଡ଼ରୁ ଅଜଣା ଗଳିତ ମୃତଦେହ ଠାବ

Sunil Chandra Nayak

ସାତ ଜଣ ବିହନ ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ

Sunil Chandra Nayak

Leave a Comment

error: Content is protected !!