ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସ ପାଳିତ 

ଢେଙ୍କାନାଳ, ତା.୩୦.୦୪.୨୦୨୩ରିଖ : ଢେଙ୍କାନାଳ ଗାନ୍ଧୀମନ୍ଦିର ରୋଡସ୍ଥିତ ମା’ତାରିଣୀଙ୍କ ପୀଠରେ ୧୯ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଅଛି । ଅଦ୍ୟ ଭାଗିରଥୀ ସାଗରଠାରେ ପୂଜା ଅର୍ଚନା ପରେ ୧୦୮ ମହିଳାମାନେ କଳସ ଧାରଣ କରି ଏକ ଶୋଭାଯାତ୍ରାରେ ବାହାରି ମନ୍ଦିର ନିକଟରେ ପହଁଚିଲା ପରେ ଅଧିବାସ ପୂଜା ଆରମ୍ଭ ହୋଇଥିଲା । ୧ ତାରିଖ ଦିନ ରୁଦ୍ରାଭିଷେକ ଓ ଗୀତାଯଜ୍ଞ ଅନୁଷ୍ଠିତ ହେବ । ୨ ତାରିଖ ମଙ୍ଗଳବାର ଦିନ ଚଣ୍ଡୀ ପାଠ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବା ସହିତ ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ଥା କରାଯାଇଛି । ପୂଜକ ଲିଙ୍ଗରାଜ ପତି ଓ ସହଯୋଗୀଙ୍କ ସହିତ ସମସ୍ତ ପୂଜାକୁ ଯଥାବିଧୂ ରୀତିରେ ପାଳନ କରାଯାଇଥିଲା । କମିଟିର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ରହି ପୂଜାକୁ ପରିଚାଳନା କରିଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ରାଧାକୃଷ୍ଣ ମନ୍ଦିର,ନାଗଭଣ ଗ୍ରାମରେ ୨୨ ତମ ରାଧାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ 

masiha

ଧୂମଧାମରେ ସରସ୍ଵତୀ ପୂଜା ପାଳନ କରାଗଲା 

masiha

ଫଟାମୁଣ୍ଡା ରେ ନାମଯଜ୍ଞ ଶୁଭ ଖମ୍ଭ ସ୍ଥାପନ

Sunil Chandra Nayak

Leave a Comment

error: Content is protected !!