ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳଠାରେ ତମାଖୁ ନିୟନ୍ତ୍ରଣ କର୍ମଶାଳା ଆୟୋଜିତ

ଢେଙ୍କାନାଳ, ୩୦/୪ : ତମାଖୁ ସେବନ ସାସ୍ଥ୍ୟପକ୍ଷେ କ୍ଷତିକାରକ ଓ ଭାରତରେ ପ୍ରତିବର୍ଷ ତମାଖୁ ବ୍ୟବହାର ଯୋଗୁଁ ୧ ନିୟୁତରୁ ଅଧ୍ଵକ ଲୋକଙ୍କର ମୃତ୍ୟୁ ଘଟିଥାଏ ଯାହା ସମସ୍ତ ମୃତ୍ୟୁହାରର ୯.୫ ପ୍ରତିଶତ। ତମାଖୁ ବ୍ୟବହାର ଜନିତ ସ୍ୱାସ୍ଥ୍ୟହାନିକୁ ରୋକିବା ତଥା ଜନସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି ଓ ଏଥପାଇଁ ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲ୍ସ କଲ୍‌ଚରାଲ୍ ସଂଟର (ପିକକ୍‌) ପକ୍ଷରୁ କୋଆଲିସନ ଫର ଟବାକୋ ଫ୍ରି ଓଡିଶା ସହଯୋଗରେ ଏକ ତମାଖୁ ନିୟନ୍ତ୍ରଣ କର୍ମଶାଳା ଢେଙ୍କାନାଳ ପୁରୁଣା ଜିଲ୍ଲାପରିଷଦ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ରଦୀପ ପ୍ରଜ୍ବଳନ କରି କର୍ମଶାଳା ଆରମ୍ଭ କରିଥିଲେ । ଲୋକସଭା ସାଂସଦ ମହେଶ ସାହୁ ନିଜ ବକ୍ତବ୍ୟରେ ରଖୁଥିଲେ ଯେ ତମାଖୁର ଭୟାଭୟ ପରିଣାମ ରୋକିବା ଓ ପରବସ୍ତି ପିଢିକୁ ତମାଖୁ କୁପ୍ରଭାବରୁ ରୋକିବା ପାଇଁ ମିଳିତ ସମସ୍ତଙ୍କର ମିଳିତ ପ୍ରୟାସର ଆବଶ୍ୟକତା ଅଛି । ସେ କହିଥିଲେ ଯେ, କୋଟପା ଆଇନ୍‌କୁ ସଢ କରିବା ଓ ଆଇନ୍‌କୁ କିଭଳି କାର୍ଯ୍ୟ କରିବା ଏଥିପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ । ପିକକ୍‌ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କୋଟପା ଆଇନ୍‌ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଢେଙ୍କାନାଳର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅର୍ଜନା ପୁହାଣ କହିଥିଲେ ଯେ, ସମସ୍ତଙ୍କର ଏଭଳି ସମସ୍ୟା ଦୂର କରିବା ପାଇଁ ମହିଳାମାନଙ୍କର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଜ୍ୟୋତିଷ ମହାପାତ୍ର, ଏନୱାଇକେର ଉପନିର୍ଦ୍ଦେଶକ ଅଶୋକ ଦାସ, ନିୟୁ ଇଣ୍ଡିଆର ସମ୍ପାଦକ ଶେଷଦେବ ରାଉତ ପ୍ରମୁଖ ନିଜର ବକ୍ତବ୍ୟ ରଖୁଥିଲେ । ଗ୍ଲୋବାଲ୍ ଆଡଲ୍ ତମାଖୁ ସର୍ଭେ ଅନୁଯାୟୀ ଭାରତୀୟ ମହିଳାମାନଙ୍କ ମଧ୍ୟରେ ତମାଖୁ ସେବନ ସାଧାରଣ ହୋଇଗଲାଣି । ଏପରିକି ଯେଉଁମାନେ ଧୂମପାନ କରୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କୁ ମଧ୍ୟ ଫୁସ୍‌ଫୁସ୍ ଓ କର୍କଟ ଆଦି ରୋଗ ହେବାର ସମ୍ଭାବନା ରହିଛି । ଏହି ପରିସ୍ଥିତିରେ ଜନସାଧାରଣଙ୍କୁ ତମାଖୁ ସେବନରୁ ନିବୃତ କରିବା ଆବଶ୍ୟକ ଓ ସେଥ୍ପାଇଁ ବ୍ୟାପକ ଜନସଚେତନତା ସହିତ କୋଟାପା ଆଇନ୍‌କୁ ମଜଭୁତ କରିବା ଉଚିତ ବୋଲି ବକ୍ତାମାନେ ନିଜର ମତପୋଷଣ କରିଥିଲେ। ପିକକ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଏହି କର୍ମଶାଳାକୁ ସଂଯୋଜନା କରିଥିଲେ । ଏହି ସଭାରେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଯୋଗଦେଇଥିଲେ । ପିକକ୍‌ର ସତ୍ୟଶିବ ରଥ କର୍ମଶାଳା ସମ୍ପର୍କରେ ସୂଚନା ରଖୁଥୁଲେ ଓ ହରିହର ବଳବନ୍ତ ରାୟ ଧନ୍ୟବାଦ ଦେଇଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଚିତ୍ରଶିଳ୍ପୀଙ୍କ ରଙ୍ଗ ତୁଳୀରେ ଫୁଟି ଉଠିବ ଚିର ସବୁଜ ଶିମିଳିପାଳ ବିଶାଳ ପେଣ୍ଟିଙ୍ଗକୁ ଆଙ୍କିବାକୁ ଏକାଠି ହେବେ ଚିତ୍ର ଶିଳ୍ପୀ ପିଲାଙ୍କ ସହ ମିଶି ଆଙ୍କିବେ ଶିମିଳିପାଳର ଚିତ୍ର

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷ ରୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ରାତିରେ ଲୁଚାଛପା ମେସିନରେ ହେଉଛି ମନେରଗା କାମ ପ୍ରଶାସନ ର ନଜର ପଡୁନି 

masiha

Leave a Comment

error: Content is protected !!