ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ସଂପୂର୍ଣ୍ଣ ମହାଭାରତ: ଦ୍ରୌପଦୀ ବସ୍ତ୍ରାହରଣ ଓ ଗୁପ୍ତ ବନବାସ ମଞ୍ଚସ୍ଥ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ମାଁ ମାଣିକେଶ୍ଵରୀ ଯୁବକଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ସଂପୂର୍ଣ୍ଣ ମହାଭାରତ ଗୀତିନାଟ୍ୟର ସପ୍ତମ ରଜନୀରେ ଦ୍ରୌପଦୀ ବସ୍ତ୍ରାହରଣ ଓ ଗୁପ୍ତ ବନବାସ ନାଟକ ମଞ୍ଚସ୍ଥ ହୋଇଥିଲା l ମଞ୍ଚସ୍ଥ ବସ୍ତ୍ରାହରଣ ନାଟକରେ ଦୁଃଶାସନ ଭୂମିକାରେ ଋଷଭ ମାଝୀ, ଦୁର୍ଯ୍ୟୋଧନ- ଅଜିତ୍ ରଣା, ଦ୍ରୌପଦୀ- ଅଶୋକ ବାରିକ, ଶକୁନି- ଚିନ୍ତାମଣି ପରାଭୋଈ, ଭାନୁମତୀ- ଅଚ୍ୟୁତ ରଣା ଅଭିନୟ କରିଥିବା ବେଳେ ଗୁପ୍ତ ବନବାସ ନାଟକରେ ବିରାଟ ଭୂମିକାରେ କ୍ଷେତ୍ରମଣି ରଣା, ସୁଦେଷ୍ଣା- ରୋହିତ ରଣା, ଦୂତ- ଗଜୀନ୍ଦ୍ର ରଣା, ମଲ୍ଲ- ଅଚ୍ୟୁତ ରଣା, ଶବର- ଈଶ୍ୱର ବାଗ, ଉତ୍ତରାବାଲି- ମୁନ୍ନା ପରାଭୋଇ ପ୍ରମୁଖ ଅଭିନୟ କରିଥିଲେ l ଏଥିରେ ଦେବେନ୍ଦ୍ର ରଣା ପୁରାଣପଣ୍ଡା ଦାୟିତ୍ୱରେ ଥିବାବେଳ ଅନୁଷ୍ଠାନ ସଭାପତି ବିଶ୍ବମ୍ବର ଭୋଇ ଓ ସମ୍ପାଦକ ରୋହିତ ରଣାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ନାଟକରେ କମିଟି ସଦସ୍ୟ ମାନେ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସୁନ୍ଦର ସମାଜ ଗଠନରେ ଲୋକ କଳାର ଭୂମିକା ଅତୀବ ଗୁରୁତ୍ବପୂର୍ଣ୍ଣ : ବରିଷ୍ଠ କଳାକାର ସଂଘ

Sunil Chandra Nayak

ଡ଼ ନାରାୟଣ ମହାପାତ୍ର ଙ୍କୁ ୟୁକେ ବୁକ ଅଫ ୱାର୍ଲଡ ରେକର୍ଡ ପକ୍ଷରୁ ଡକ୍ଟରେଟ ଉପାଧିରେ ସମ୍ଭର୍ଦ୍ଧିତ 

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!