ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଅମଳାଭଟ୍ଟା କ୍ରିକେଟ ଚାମ୍ପିୟନସିପ ଉଦଯାପିତ ‌

 ‌ତେନ୍ତୁଳିଖୁଣ୍ଟି: ୦୨/୦୫/୨୩//ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅମଳାଭଟ୍ଟା ଗ୍ରାମ ଠାରେ ଚାଲିଥିବା କ୍ରିକେଟ ଚାମ୍ପିୟନସିପ ଆଜି ଉଦଯାପିତ ହୋଇଛି।  ଗତ ୨୬/୦୩/୨୩ ରିଖ ଠାରୁ ଚାଲିଥିବା କ୍ରିକେଟଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ ଥିଲା।। ଏହି କ୍ରିକେଟ ଟୁର୍ନାମେଣ୍ଟରେ ସମୁଦାୟ ୨୦ଟି ଟିମ ଭାଗ ନେଇଥିବାବେଳେ ଆଜିର ମ୍ୟାଚ କଣ୍ଟାମାଳ ଓ ଗାଦବାକତ୍ରା ମଧ୍ୟ୍ୟରେ ଅନୁଷ୍ଠିତ ହୋଇଥିଲା ।ଏହି ମ୍ୟାଚରେ ଗାଦବାକତ୍ରା ପ୍ରଥମେ ଟଚ ଜିତି ଫିଲଡିଙ୍ଗ୍ କରିଥିଲେ ଏବଂ କଣ୍ଟାମାଳ ବେଟିଙ୍ଗ୍ କରି ନିର୍ଦ୍ଧାରିତ ୧୦ ଓଭରରେ ୧୧୩ ରନ କରିଥିବା ବେଳ ଗାଦବାକତ୍ରା ଦଳ ଶେଷ ଓଭର୍ ରେ ୮୫ ରନ କରିଥିଲେ । ଆଜିର ଫାଇନାଲ ରେ କଣ୍ଟାମାଳ ବିଜୟଲାଭ କରିଥିଲେ ।ଶେଷ ଖେଳ ଦେଖିବା ପାଇଁ ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ଶତାଧିକ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଉଦଯାପନୀ ଦିବସ ରେମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ଅନ୍ୟମାନଙ୍କ ମଧ୍ୟରୁ ତେନ୍ତୁଳିଖୁଣ୍ଟି ଜୋନ ୧ ଜିଲ୍ଲା ପରିଷଦ ସଭ୍ୟା କ୍ରୀଷ୍ଣା ମଞ୍ଜରୀ ବିଷୋୟୀ,ଚେୟାରମେନ ନିଳେନ୍ଦ୍ରୀ ନାୟକ,ଭାଇସଚେୟାରମେନ ରାଜେନ୍ଦ୍ର ବିଷୋୟୀ ଓ ଅମଳାଭଟ୍ଟା ପଞ୍ଚାୟତ ର ସମିତି ସଭ୍ୟ ବିନ୍ଦୁସ୍ମିତା ଜାନୀ ଓ ତପନ ମୁଦୁଲି ରାଜେନ୍ଦ୍ର ବିଶୋଇ ହିମାନ ନାଗ ରୁନା ଏଥିରେ ଉପସ୍ଥିତ ରହି ଚମ୍ପିୟାନ ଦଳକୁ ୧୫,୦୦୦ ଓ ରନନର ଦଳଙ୍କୁ ୧୦,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ପାରା ବ୍ୟାଡମିଣ୍ଟନ୍ ଆଥଲେଟ ଆକାଶ ଙ୍କୁ ଏମସିଏଲ ର ସ୍ପନସରସିପ

masiha

ଶିଉନି ଫୁଟବଲ ଚାମ୍ପିୟାନ କପ, ଫାଇନାଲରେ ଟେମରାକୁ ହରାଇ କୁସୁମବନ୍ଧ ଦଳ ଚାମ୍ପିୟାନ

Sunil Chandra Nayak

କୋରାପୁଟ ଜିଲ୍ଲାକୁ ରାଜ୍ୟ ରୋଲର ସ୍କେଟିଂ ରେସିଂ ଚମ୍ପିୟାନସିପରେ ୯ଟି ସ୍ଵର୍ଣ୍ଣ ପଦକ ଓ ୬ଟି ରୌପ୍ୟ ପଦକ

masiha

Leave a Comment

error: Content is protected !!