ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ମାନ୍ଯବର ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା // ବିଭିନ୍ନ କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କ ଅନୁକମ୍ପା ରାଶି ବୃଦ୍ଧି

ଭବାନୀପାଟଣା:୦୪/୦୫ – (ମନିସ):- ବନ୍ଯାପ୍ରାଣୀ ଆକ୍ରମଣରେ ମୃତାହତ ବ୍ଯକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଅନୁକମ୍ପା ରାଶି ତଥା ସଂପତ୍ତି କ୍ଷୟକ୍ଷତି ଜନିତ ସହାୟତା ରାଶିରେ ବୃଦ୍ଧି ପ୍ରସ୍ତାବ କୁ ମାନ୍ଯବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ଜଣାପଡିଛି। ବନ୍ଯାପ୍ରାଣୀ ଆକ୍ରମଣ ରେ ମନୁଷ୍ୟ ମୃତ୍ୟୁବରଣ କରିଥିବା କ୍ଷେତ୍ରରେ ସହାୟତା ରାଶି ପରିମାଣ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ସେଭଳି ଗାଈ,ମଈଷିଙ୍କ ମୃତ୍ୟୁ ସହାୟତା ରାଶି ୩୭.୫୦୦ ଟଙ୍କା ଏବଂ ବଳଦର ମୃତ୍ୟୁ ସହାୟତା ୩୨ ହଜାର ଟଙ୍କା ବୃଦ୍ଧି,ବାଛୁରୀ ମୃତ୍ୟୁ ସହାୟତା ରାଶି ୫୦୦୦ ହଜାର,ଛେଳିମେଣ୍ଢା ଙ୍କ ମୃତ୍ଯୁରେ ୪୦୦୦ ଟଙ୍କା ଓ ମେଣ୍ଢା ଛୂଆ ମୃତ୍ୟୁ କ୍ଷେତ୍ରରେ ୧୫୦୦ ଟଙ୍କାକୁ ବୃଦ୍ଧି କରାଯିବା ସହିତ ଘର ଗୁଡିକର ଆଂଶିକ କ୍ଷତି କ୍ଷେତ୍ରରେ ସହାୟତା ପରିମାଣ ୧୦.୦୦୦ ଟଙ୍କା କୁ ବୃଦ୍ଧି ପାଇଛି,ଘର ସଂପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥିଲେ,ବିଜୁପକ୍କା ଘର କିମ୍ବା ସେହି ମୂଲ୍ଯର ଅର୍ଥ ସହିତ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ।

ମସିହା ନିୟୁଜ୍ ସର୍ଭିସ୍ 

Related posts

୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଏଫଆଇଏଚ୍ ପ୍ରେସିଡେଣ୍ଟ୍ ସମ୍ମାନ

Sunil Chandra Nayak

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଙ୍କୁ ମିଳିଲା ପଦ୍ମଶ୍ରୀ ପୁରସ୍କାର

Sunil Chandra Nayak

ଜିଓ ପକ୍ଷରୁ ତାଳଚେରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!