ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଦୁର୍ଘଟଣା ହୋଇ 2 ଚାଳକ ଗୁରୁତର

ପାପଡାହାଣ୍ଡି,4/5, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦରରୁ ତଣ୍ଡାଗୁଡା ରାସ୍ତାରେ ଗୁରୁବାର ଏକ ବାଇକ ଦୁର୍ଘଟଣା ହୋଇ 2 ଚାଳକ ଗୁରୁତର ଆହତ ହୋଇଛନ୍ତି | ସେମାନେ ହେଲେ ଚଟାହାଣ୍ଡି ପଂଚାୟତ ଜାମ୍ବଗୁଡା ଗ୍ରାମର ଧରଣୀଧର ଗୌଡ଼ ଓ ନବୀନ ଗୌଡ଼ | ଉଭୟଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲା | ସୂଚନା ମୁତାବକ ଉଭୟ ଏକ ବାଇକ ନମ୍ବର CG 17E5177ରେ ଜାମ୍ବଗୁଡା ରୁ ପାପଡାହାଣ୍ଡି ଆଡ଼କୁ ଆସିବା ବେଳେ ତଣ୍ଡାଗୁଡା ନିକଟରେ ବାଇକଟି ଦୁର୍ଘଟଣାଗସ୍ତ ହୋଇ 2 ଚାଳକ ଗୁରୁତର ହୋଇପଡ଼ିଥିଲେ | ସେହି ରାସ୍ତା ଦେଇ ଯାଉଥିବା ରାଜ କିଶୋର ରାଓ ଓ ଭି ଶ୍ରୀନିବାସ ରାଓ ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ସେମାନଂକୁ ଉଦ୍ଧାର କରାଯାଇଥିଲା | ଧରଣୀଧର ଙ୍କ ଗୋଡ଼ ଭାଙ୍ଗି ଥିବାରୁ ଜିଲ୍ଲା ମୂଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

Biju Sethu Construction Lags Behind Schedule

masiha

ଚିଲିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ 

Sunil Chandra Nayak

ରାୟଗଡ଼ ଜିଲ୍ଲାରେ ବିଶ୍ୱ ତମ୍ବାଖୁ ନିବାରଣ ଦିବସ ପାଳିତ , ଜାତୀୟ ତମ୍ବାଖୁ ନିବାରଣ କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାୟଗଡ ଜିଲ୍ଲା ରାଜ୍ୟରେ ପ୍ରଥମ 

Leave a Comment

error: Content is protected !!