ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣା ର ଶିକାର ହୋଇଥିବା ଦିବ୍ୟାଙ୍ଗ ଙ୍କୁ ସହାୟତା ହାତ ବଢ଼ାଇଲେ ସମାଜସେବୀ

ଜୁନାଗଡ଼,୪/୫(ମ ନି ସ) ଜୁନାଗଡ଼ ଉପକଣ୍ଠ ବଳଧିଆମାଲ ନିକଟରେ ଏକ ମଟର ସାଇକେଲ ଆରୋହୀ ଦୁର୍ଘଟଣା ର ଶିକାର ହୋଇଥିଲେ।ତାଙ୍କୁ ଜଣେ ସମାଜସେବୀ ଉଦ୍ଧାରକରୀ ଡାକ୍ତରଖାନାରେ ଭର୍ତିକରି ବଦାନ୍ୟତା ଦେଖାଇଛନ୍ତି। ସୂଚନାମତେ କୋକସରା ବ୍ଲକ ମିର୍ଜାପୁର ଗ୍ରାମର ଦିଗାମ୍ବର ସୁନାନୀ ଗୁରୁବାର ଦିନ କୌଣସି କାମ ପାଇଁ ଭବାନୀପାଟଣା ଯାଉଥିଲେ । ଯିବା ବାଟରେ ବଳଧିଆମାଲ ନିକଟରେ ଏକ ଗାଈ ହଠାତ ଦଉଡି ଆସିବାରୁ ସେ ଝିଟିକି ପଡି ଥିଲେ। ସମାଜସେବୀ ଢଗମାଳିଆ ନାଏକ ଠିକ ସେହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରି ଜୁନାଗଡ଼ ଡାକ୍ତର ଖାନା କୁ ନେଇ ଚିକିତ୍ସା କରାଇ ପଠାଇଥିଲେ।ସମାଜସେବୀ ଶ୍ରୀ ନାଏକଙ୍କ ଏପରି କାର୍ଯ୍ୟକ୍ରମ ପାଇଁ ବୁଦ୍ଧିଜୀବୀ ମହଲରେ ଭୁରି ଭୁରି ପ୍ରଶଂସା କରାଯାଇଛି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବ୍ଲକ ସ୍ତରୀୟ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

masiha

ଆମ ଘର ଆମ ପରିବେଶ ସାହିତ୍ୟ କର୍ମଶାଳା 

Sunil Chandra Nayak

ମୁକ୍ତି ଆନ୍ଦୋଳନ କ୍ଷେତ୍ରରେ କଳାକାରମାନଙ୍କ ସଂପୃକ୍ତି ଏକ ମହାର୍ହ ଅବଦାନ : ବରିଷ୍ଠ କଳାକାର ସଂଘ 

Sunil Chandra Nayak

Leave a Comment

error: Content is protected !!