ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଦିନିଆ ବର୍ଷା ରେ ଘର ଆଗରେ ପାଣି:ପାଣି ଯିବାରେ ବ୍ୟବସ୍ଥା ନାହିଁ:ପଞ୍ଚାୟତ ର ଦୃଷ୍ଟି ପଡୁ

ନବରଙ୍ଗପୁର-(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଚଚାରାଗୁଡା ଗ୍ରାମ ପଞ୍ଚାୟତ ସଦର ମହକୁମା ରେ ଅଦିନିଆ ବର୍ଷା ଯୋଗୁଁ ଘର ଆଗରେ ପାଣି, ଯାତାୟତ ବିପଦ ସଙ୍କୁଳ, କେତେବେଳେ କାନ୍ଥ ପଡି ଜୀବନ ଜୀବ କିଏ କହିବ?ଏନେଇ ସରପଞ୍ଚ ଶ୍ରୀମତୀ ରଞ୍ଜୁ ଭତ୍ରା,ଗ୍ରାମସଭା, ପଲ୍ଲୀସଭା ରେ ଜଣାଇ ଥିଲେ ମଧ୍ଯ ଏ ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନାହିଁ l ଆଗକୁ ବାତ୍ୟା ର ସମ୍ଭାବନା ରହିଛି l କେତେବେଳେ କଣ ହେବ କିଏ କହିବ ?ଏପରି ଘଟଣା ଘଟିଛି ଚଚାରାଗୁଡା ପଞ୍ଚାୟତ ର 12 ନମ୍ବର ୱାର୍ଡ ରେ l ଫଟୋ ଦେଖନ୍ତୁ ନାରେନ ପୁଝାରୀ, ସରାଦୁ ପୁଝାରୀଓ ପୂର୍ଣ୍ଣ ଚନ୍ଦ୍ର ମାଝୀ ଙ୍କ ଘର ଆଗରେ କିପରି ପାଣି ଜମିଛି l କିପରି ଯିବେ, କିପରି ରହିବେ, କିପରି ଚଳିବେ ଏ ନେଇ ୱାର୍ଡ ସଭ୍ୟା ପଦ୍ମିନୀ ହରିଜନ କ୍ଷୋଭ ପ୍ରକାଶ କରିଛନ୍ତି l ଏଣୁ ଏହି ତିନି ଜଣ ଙ୍କ ଗୃହ ଆଗର ପାଣି କୁ ଡ୍ରେନେଜ ମାଧ୍ୟମରେ ନିଷ୍କାସନ କରାଇ ଶାନ୍ତି ଓ ସୁରକ୍ଷିତ ରେ ରହିବାର ବ୍ୟବସ୍ଥା କରାଯିବା ପାଇଁ ୱାର୍ଡ଼ ସଭ୍ୟା ଦୃଢ଼ ଦାବୀ କରିଛନ୍ତି l

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତ ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ 

masiha

ସାଧାରଣ ନିର୍ବାଚନ -୨୦୨୪ ପ୍ରସ୍ତୁତି ପାଇଁ ଜିଲ୍ଲାସ୍ତରୀୟ ତାଲିମ୍ 

masiha

ଶିକ୍ଷା ବଜେଟ ଅଭିଭାଷଣ ରଖି ଖଡ଼ିଆଳ ବିଧାୟକ ଶିକ୍ଷା ଅଧିକାର ଆଇନ ୧୦ ବର୍ଷ ପରେ ଲାଗୁ, ମାଗଣା ଶିକ୍ଷା ବ୍ୟବସ୍ଥା, କେବିକେ ଅଂଚଳରେ ୧୫ ଜଣ ଛାତ୍ରଛାତ୍ରୀ ସ୍କୁଲ ଖୋଲିବା , ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି, ଖଡ଼ିଆଳ ସ୍ଵୟଂ ଶାସିତ କଲେଜ କୁ ସରକାରୀ କଲେଜ ମାନ୍ୟତା ଦାବି

Sunil Chandra Nayak

Leave a Comment

error: Content is protected !!