ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଟାଲୀ ଭାଷାରେ ଅନୁବାଦିତ ହେଲା ଡ଼. ନିଆଲଙ୍କ କବିତା

କଳାହାଣ୍ଡି : ମହୁରି ସାହିତ୍ୟ ପତ୍ରିକାର ମୁଖ୍ୟ ସମ୍ପାଦକ କବି ଡ଼.ଭବାନୀ ଶଙ୍କର ନିଆଲଙ୍କ ଓଡ଼ିଆ କବିତା ‘ମରିବାର ବି ଅଛି’ କୁ ଇଟାଲିୟ କବି ଇମାନୁଏଲ ରିଜ୍ଜୋ ଇଟାଲୀ ଭାଷାରେ ପୁଣିଥରେ ଅନୁବାଦିତ କରିଛନ୍ତି । ଏହି କବିତାକୁ ଇଂରାଜୀ ଭାଷାରେ ବଙ୍କିମ ମୁଣ୍ଡ ଅନୁବାଦ କରିଥିଲେ । ଡ଼.ନିଆଲଙ୍କ କବିତା ପୂର୍ବରୁ ୧୬ ଟି ଅନ୍ତଃରାଷ୍ଟ୍ରୀୟ ଭାଷା ଗୁଡିକରେ ଅନୁବାଦିତ ହୋଇ ସାରିଥିବାବେଳେ ଓଡ଼ିଆରେ ୩ଟି ଓ ଇଂରାଜୀରେ ୨ଟି କବିତା ସଂକଳନ ରହିଛି ଏବଂ ବର୍ତ୍ତମାନ ଡ଼. ନିଆଲ ଇଂଟୁ ଫ୍ୟୁଚର ମିଡିଆ ପ୍ରାୟୋଜିତ ଉଇନିଂ ମୁଭ ମୁଭ ଇନ୍ଫୋଟେକ ସଂସ୍ଥା ଦ୍ୱାରା ଅନ୍ତର୍ଜାତୀୟ ନେତୃତ୍ୱ ସମ୍ମାନ ପାଇଁ ୫୫ଦେଶର ୧୦୦୦୦ ଲେଖକଙ୍କ ଭିତରେ ସେ ସମ୍ବର୍ଦ୍ଧିତ ୨୦୦ ଜଣିଆ ତାଲିକାରେ ମନୋନୀତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ତାଙ୍କର ବହୁଚର୍ଚ୍ଚିତ ଇଂରାଜୀରେ ପ୍ରକାଶିତ ହୋଇଥିବା ଲକଡାଉନ୍ ପୁସ୍ତକ ସ୍ପେନିଶ, ଫ୍ରାନ୍ସ ଏବଂ ଇଟାଲୀ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହେବାକୁ ଯାଉଛି ।ତାଙ୍କର ଏହି ସଫଳତା ପାଇଁ ଜିଲ୍ଲା ତଥା ଦେଶର ବିଭିନ୍ନ କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜଳେଶ୍ଵର ଆର.ଏମ୍.ସିରେ ବ୍ୟାପକ ଦୁର୍ନୀତି ? ଭିଜିଲାନ୍ସ ତଦନ୍ତ ଦାବୀ କଲେ ଚାଷୀ ଓ ବୁଦ୍ଧିଜୀବି

ଜିଲ୍ଲାସ୍ତରୀୟ ଘରୋଇ ହିଂସା ପ୍ରତିରୋଧ ଓ ପୀଡ଼ିତାଙ୍କ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ବ୍ରହ୍ମପୁର ଏଲ.ଭି.ପ୍ରସାଦ ମେଡ଼ିକାଲ ତରଫରୁ ଅଟଳ ସେନା ଅନୁକଲ୍ୟ ରେ ମାଗଣା ଚକ୍ଷୁଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!