ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତମାଲା ଯୋଜନାରେ ପୋଲ ସ୍ଥାନାନ୍ତର ଯୋଗୁଁ 10 ଏକର ଜମିରେ ପାଣି ଜମିଲା,ପୋଲ ସ୍ଥାନାନ୍ତର ପାଇଁ ଦାବି

ପାପଡାହାଣ୍ଡି,06/05, ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ବିରିଗୁଡା ଦେଇ ଯାଇଥିବା ଭାରତମାଳା ରାସ୍ତାରେ ପୋଲ ସ୍ଥାନାନ୍ତର ଯୋଗୁଁ 10 ଏକର ଜମିରେ ପାଣି ଜମିବା ଦେଖିବାକୁ ମିଳିଛି | କାଳ ବୈଶାଖୀ ବର୍ଷାରେ ବର୍ତମାନ ଜମିରେ 8 ଫୁଟ ଉଚ୍ଚର ପାଣି ଜମିକି ରହିଥିବା ବେଳେ ବର୍ଷା ଦିନେ ଚାଷ ଜମି ଗୁଡିକ ସମ୍ପୂର୍ଣ ଜଳ ମଗ୍ନ ହେବା ଦେଖାଦେଇଛି | ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ତେଣୁ ଚାଷି ମାନେ ପ୍ରସ୍ତାବିତ ସ୍ଥାନରେ ନୂଆ ପୋଲ ନିର୍ମାଣ ନ କରି ପୁରୁଣା କସମମୁଣ୍ଡା କଲଭର୍ଟ ସ୍ଥାନରେ ହିଁ ପୋଲ ନିର୍ମାଣ ଲାଗି ଦାବି କରିଛନ୍ତି | ସୂଚନା ମୁତାବକ କସମମୁଣ୍ଡା କୋନାରି ନିକଟରେ ଭାରତମାଳା ଯୋଜନାରେ ନିର୍ମିତ ପୋଲ ଯୋଗୁଁ 10 ଏକର ଚାଷ ଜମିରେ ଗତ କିଛି ଦିନର କାଳ ବୈଶାଖୀ ବର୍ଷା ଯୋଗୁଁ ପାଣି ଜମିଯାଇଛି | ବିରିଗୁଡା ଅଞ୍ଚଳ ର କସମମୁଣ୍ଡା କୋନାରୀ ନିକଟରେ ରହିଥିବା 100 ଏକର ଜମିରେ ଗତ କାଲି ହୋଇଥିବା ଅଳ୍ପ ବର୍ଷା ରେ 10 ଏକର ଚାଷ ଜମିରେ 8 ଫୁଟ ର ପାଣି ମାଡି ଯାଇଛି | ଚାଷୀଙ୍କ କହିବା ଅନୁଯାୟୀ ଏହି କସମମୁଣ୍ଡା କୋନାରୀରେ କୁଶଗୁଡା,ପଲକାଜାମା ଦାମାପାଲା,ତିଲିଆପାଣି, ଚଚରାଗୁଡା ଅଞ୍ଚଳ ରୁ ବର୍ଷା ପାଣି ଆସି କସମମୁଣ୍ଡା କୋନାରୀ ହୋଇ ମୋକିଆ ନଦୀ ରେ ପ୍ରବାହିତ ହୋଇଥାଏ | ପୂର୍ବରୁ ସରକାର ଦ୍ୱାରା ହୋଇଥିବା କଲଭର୍ଟ ଦେଇ ପାଣି ନିଷ୍କାସନ ହୋଇ ଯାଉଥିଲା | ବର୍ତ୍ତମାନ ଭାରତମାଳା ରାସ୍ତା ହେବା ଯୋଗୁଁ ଏହି ସ୍ଥାନ ଉଚ୍ଚା ହେବା ସହ ପୂର୍ବ କୋଲଭର୍ଟ ଭାଙ୍ଗି ଦିଆଗଲା, ବର୍ତ୍ତମାନ ପୂର୍ବ ସ୍ଥାନରେ ପୋଲ ନ ରଖି ନିର୍ମାଣ ନକରି ତାଠାରୁ ଟିକେ ଉଚ୍ଚା ସ୍ଥାନରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି | ବର୍ଷା ପାଣି ଜମିଲେ ବିରିଗୁଡା ଓ ଚଚରାଗୁଡା ପ୍ରଧାନମନ୍ତ୍ରୀ ରାସ୍ତା ମଧ୍ୟ ଖରାପ ହେବା ସମ୍ଭାବନା ରହିଛି | ଯଦି ବର୍ଷା ପାଣି ନିଷ୍କାସନ ନହୁଏ ତେବେ ଚଚରାଗୁଡା ଗାଁରେ ମଧ୍ୟ ପାଣି ପସିବା ସମ୍ଭାବନା ରହିଛି | ଏଥି ଯୋଗୁଁ ଗତ କାଲି ଅଳ୍ପ ବର୍ଷା ରେ ମଧ୍ୟ 10 ଏକର ଜମିରେ 8 ଫୁଟ ପାଣି ଜମି ରହିଛି | ପୂର୍ବ କଲଭର୍ଟ ସ୍ଥାନରେ ନୂତନ ପୋଲ ହେଲେ ଚାଷୀ ଉପକୃତ ହେବେ ନଚେତ ବର୍ଷା ଦିନ ଏହି 100 ଏକର ଚାଷ ନଷ୍ଟ ହୋଇଯିବ | ଏଥି ଯୋଗୁଁ ପୂର୍ବ ସ୍ଥାନରେ ହିଁ ପୋଲ କରିବା ପାଇଁ ଗ୍ରାମର ଗୋପୀନାଥ ଗୌଡ଼, ପର୍ଶୁରାମ ଗୌଡ଼, ଗୋବର୍ଦ୍ଧନ ଗୌଡ଼, ମୋଁନହର ଗୌଡ଼, ଅନନ୍ତରାମ ଗୌଡ଼, ଚକ୍ର ବିଷୋୟୀ, ନର ବିଷୋୟୀ, କମଳ ବିଷୋୟୀ, ଅର୍ଜୁନ ବିଷୋୟୀ, ନରସିଂହ ଗୌଡ଼, ଭୁବନ ଗୌଡ଼, ଦେବରାଜ ଭତରା, ଲକି ଗୌଡ଼, ଡ଼ମ୍ବରୁ ବିଷୋୟୀ, ଘନ ବିଷୋୟୀ, ଜୟରାମ ବିଷୋୟୀ, ଫଗଣୁ ବିଷୋୟୀ ଦାବି କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜାମଦା ବ୍ଲକ ; ମହିଷ କୁଦର- ରାଧା ନଗର ବାଲି ସୁଦୂରାପୋଲ  ଅଣଓସାରିଅ ପୋଲକୁ ଉଚ୍ଚ କରିବା ପାଇଁ ଦାବି

Sunil Chandra Nayak

ହର ମୋହନ ଦାସ ଙ୍କ ୯୫ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

ଭବାନୀପାଟଣାରେ ଉଦ୍ୟୋଗୀ ସପ୍ତାହ ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!