ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେକରେ ଦଉଡି ଲଗାଇ ମହିଳାଙ୍କ ଆତ୍ମହତ୍ୟା

ଡାବୁଗାଁ, ୬/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ କେନ୍ଦୁଗୁଡା ଗ୍ରାମରେ ଜଣେ ମହିଳା ବେକରେ ଦଉଡି ବାନ୍ଧି ଆତ୍ମହତ୍ୟା କରିଥିବା ନେଇ ଶନିବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଥିଲା | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ କେନ୍ଦୁଗୁଡା ଗ୍ରାମର ସୁବାସ ମୁଲିଆ ଙ୍କ ସ୍ତ୍ରୀ ସନବାରି ମୁଲିଆ (୪୦) ଆଜି ସକାଳୁ ଘରୁ ବାହାରକୁ ଚାଲିଯାଇଥିଲେ | ସକାଳ ୧୦ ଘ. ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ | ଗ୍ରାମ ପାଖରେ ଥିବା କାଜୁ ବଗିଚା ମଧ୍ୟରେ ଥିବା ଏକ ପୋଖରୀ କୁ ଗ୍ରାମର କିଛି ଲୋକ ଗାଧୋଇବାକୁ ଯାଇଥିଲେ | କାଜୁ ବଗିଚା ମଧ୍ୟରେ ଜଣେ ମହିଳା ବେକରେ ଦଉଡି ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିଥିଲେ | ପାଖକୁ ଯାଇ ଦେଖିଲେ ଯେ ଉକ୍ତ ମହିଳା ଜଣଙ୍କ ହେଲେ ତାଙ୍କ ଗ୍ରାମର ସନବାରି ମୁଲିଆ ବୋଲି ଜାଣିବାକୁ ପାଇଥିଲେ | ଗ୍ରାମକୁ ଆସି ମୃତକ ଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ | ଖବର ପାଇ ପରିବାର ଲୋକେ କାଜୁ ବଗିଚା ମଧ୍ୟକୁ ଯାଇ ଦେଖିଥିଲେ ଯେ ସନବାରି ଆତ୍ମହତ୍ୟା କରିଛି | ଏନେଇ ମଧ୍ୟାନ୍ନ ରେ ମୃତକର ସ୍ଵାମୀ ସୁବାସ ମୁଲିଆ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଳକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଓ ସିଏଏସଆଇ ଶାନ୍ତିଲତା ବାରିକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ୧୭/୨୩ ରେ ଏକ ଅପମୃତ୍ୟୁ ମାମଲାରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଅପହରଣ ଅଭିଯୋଗ ରେ ଯୁବକ ଗିରଫ 

Sunil Chandra Nayak

ପ୍ରେମୀ ଯୁଗଳଙ୍କୁ ଗଛରେ ବାନ୍ଧିଲେ ଗ୍ରାମଲୋକ

Sunil Chandra Nayak

ନିଜ ସହଧର୍ମିଣୀ ଙ୍କୁ ହତ୍ୟା କରି ଖଟ ବାକ୍ସରେ ରଖି ଦେଇ ସ୍ଵାମୀ ଫେରାର।

masiha

Leave a Comment

error: Content is protected !!