ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷନଗର ଆଳତୁମାର ଐତିହାସିକ ରଜ ମହୋତ୍ସବ ପାଇଁ ଆରମ୍ଭ ହେଲା ତ୍ରୟୋଦଶ ରଜ ମହୋତ୍ସବ ପ୍ରସ୍ତୁତି ବୈଠକ

କାମାକ୍ଷାନଗର -(ମନିସ )6/5/23 // ଆଳତୁମା ରଜ ପଡିଆ ଠାରେ ଆଜି ସନ୍ଧ୍ୟା ୭ ଘଟିକା ସମୟରେ କାମାକ୍ଷାନଗର ସହରର ନଗରପାଳ ତଥା ରଜ ମହୋତ୍ସବ କମିଟିର ପୂର୍ବତନ ସଭାପତି ଧର୍ମାନନ୍ଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ତ୍ରୟୋଦଶ ରଜ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମହୋତ୍ସବ କମିଟି ସମ୍ପାଦକ ଆଶୁତୋଷ ସାହୁ ପୂର୍ବ ବର୍ଷ ର ବିବରଣୀ ପାଠ କରିବା ସହ ଆୟ୍ଯ ବ୍ୟୟ ର ବିବରଣୀ ପ୍ରଦାନ କରିଥିଲେ । କମିଟିର ସଭାପତି ବାଳକୃଷ୍ଣ ନାୟକଙ୍କ ନେତୃତ୍ୱରେ ଗତବର୍ଷର ଉତ୍ସବ ସୁନ୍ଦର , ସାବଲୀଳ ତଥା ଆକର୍ଷଣୀୟ ହୋଇପାରିଥିବାରୁ କାର୍ଯ୍ୟକାର୍ତ୍ତା ମାନେ ଧନ୍ୟବାଦ ଅର୍ପଣ କରିବା ସହ ସର୍ବସମ୍ମତ କ୍ରମେ ଚଳିତ ବର୍ଷ ପାଇଁ ସଭାପତି ରୂପେ କାର୍ଯ୍ୟ ତୁଲାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ବର୍ଷ ମଧ୍ୟ ପୂର୍ବବର୍ଷ ପରି ରାଜ୍ୟର ବିଭିନ୍ନ ସ୍ଥାନର ସାଂସ୍କୃତିକ ଦଳ , ଆକର୍ଷଣୀୟ ଦୋଳି , ଖାଦ୍ୟମେଳା ଆଦିର ବ୍ୟବସ୍ଥା କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା । ମହୋତ୍ସବର ଉପଦେଷ୍ଟା ମଧୁସୂଦନ ସେଣ୍ଢ , ଅଶୋକ କୁମାର ଲକ୍ଷ୍ମୀନାରାୟଣ ପ୍ରଧାନ , ମକରଧ୍ୱଜ ପ୍ରଧାନ , କାଉନସିଲର ପ୍ରମୋଦ କୁମାର ସେଣ୍ଢ , ସଞ୍ଜୟ କୁମାର ପରିଡା , ବନମାଳୀ ରାଉଳ , ଚିତ୍ରଶିଳ୍ପୀ ପ୍ରଦୀପ ଷେଣ୍ଢ,ଉପସଭାପତି ରାଜେଶ ସେଣ୍ଢ , କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାରଣା , ପୂର୍ବତନ ଉପସଭାପତି ରଶ୍ମିରଞ୍ଜନ ସାହୁ , ଶିଳ୍ପଦ୍ୟୋଗୀ ଶୁଭ୍ରାଂଶୁ ମହାନ୍ତି , ସଂଯୋଜକ ନିରଞ୍ଜନ ସାହୁ , ବିମଳ କୁମାର ପରିଡା, ସରୋଜ ଜେନା ,ସିପୁନ ଷେଣ୍ଢ,ଗୋଵିନ୍ଦ ଵେହେରା, ତ୍ରିପୁର ପରିଡା,ରଙ୍କ କଵି,ତ୍ରିନାଥ ପ୍ରଧାନଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଏସ୍ ଏସ୍ ଆର୍ ଭି ଏମ୍ ଇସ୍ପାତ ବିଦ୍ୟାଳୟ ରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ସମ୍ପର୍କୀୟ ସମ୍ପାନ ଅନୁଷ୍ଠିତ

ହେତୁବାଦୀ ସଂଗଠନ ପକ୍ଷରୁ ବନ୍ଧୁମିଳନ ଅନୁଷ୍ଠିତ

Sunil Chandra Nayak

ପଥର ଖଣି ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ : ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି

Leave a Comment

error: Content is protected !!