ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଳାହାଣ୍ଡି:ପୋଲିସ-ମାଓବାଦୀ ମୁହାଁମୁହିଁ, ଗୁଳି ବାଜି ପୋଲିସ ଡିଏସ୍‌ପି ଗୁରୁତର ସୂଚନା

ପୋଲିସ-ମାଓବାଦୀ ମୁହାଁମୁହିଁ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଟାପରାଙ୍ଗ ସଂରକ୍ଷିତ ଜଙ୍ଗଲରେ ଚାଲିଛି ଗୁଳିବିନିମୟ । ଏଥିରେ କିଛି ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ମଦନପୁର ରାମପୁର ଟାପରାଙ୍ଗ ସଂରକ୍ଷିତ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ । ପୋଲିସ ଚାରିପଟୁ ଘେରିବା ଜାଣି ଗୁଳିଚାଳନା କରିଥିଲେ ମାଓବାଦୀ । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

ତେବେ ଏହି ଗୁଳିବିନିମୟରେ କିଛି ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସେପଟେ ଜଙ୍ଗଲରେ କେତେ ପରିମାଣର ମାଓବାଦୀ ଲୁଚି ରହିଥିଲେ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏପିରିକି ପୋଲିସ ଗୁଳି ବାଜି ପୋଲିସ ଡିଏସ୍‌ପି ଗୁରୁତର ହୋଇଥିବା ଜଣାପଡିଛି।

ପୁନଶ୍ଚ,କିଛି ଦିନର ନିରବତା ପରେ ପୁଣି ସ୍ଥିତି ଜାହିର କରିଛନ୍ତି ମାଓବାଦୀ l ଭବାନୀପାଟଣା ଲକ୍ଷ୍ମୀପୁର ଗୋଡ଼ଭଟା ରେ ଗଛ ଏବଂ ରାସ୍ତା କଡରେ ଥିବା କାନ୍ଥ ରେ ଲଗେଇଥିବା ମାଓ ପୋଷ୍ଟର ଦେଖିବାକୁ ମିଳିଛି l ପୋଷ୍ଟର ର ସତ୍ୟତା ଜାଣିବା ପାଇଁ ପୋଲିସ ତନାଘନା ତଦନ୍ତ ଆରମ୍ଭ କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବରାହ ହତ୍ୟା ଘଟଣାରେ ଦୁଇ ଗିରଫ

masiha

ରାଇରଙ୍ଗପୁର ଅବକାରୀ ବିଭାଗର ଚଢ଼ାଉ !ତେଣ୍ଟପୋଷୀ ଗ୍ରାମରେବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଆନୁମାନିକ .୩ ଲକ୍ଷ ୫୦ ହଜାର ଟଙ୍କାର ସାମଗ୍ରୀ ଜବତ

masiha

କାର ଦୁର୍ଘଟଣା ରେ ଦାଦନ ଶ୍ରମିକ ଙ୍କ ମୃତ୍ୟୁ

masiha

Leave a Comment

error: Content is protected !!