ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରଦା ରାଜସ୍ୱ ଗ୍ରାମର ସୀମା ଚିହ୍ନଟ ପାଇଁ ତହସିଲଦାରଙ୍କୁ ଦାବୀ

ଢେଙ୍କାନାଳ, ୦୯.୦୫, ୨୦୨୩: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଆରଦା ଗ୍ରାମବାସୀମାନେ ସୀମା ଚିହ୍ନଟ ପାଇଁ ତହସିଲଦାରଙ୍କୁ ଏକ ଲିଖିତ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ପୂର୍ବରୁ ଆରଦା ଗ୍ରାମବାସୀମାନେ ଗ୍ରାମର ସୀମା ଚିହ୍ନଟ ପାଇ ଆବେଦନ କରିଥିଲେ । ତାହା ଅନ୍ୟ ଗ୍ରାମକୁ ନୋଟିସ୍ କରାଯାଇଥିଲା ଏବଂ ପ୍ରାୟ ୩ ଭାଗ ସୀମା ଚିହ୍ନଟ ସରିଯାଇଥିବା ସ୍ଥଳେ ଆଉ ୧ ଭାଗ ଚିହ୍ନଟ ବାକି ରହିଯାଇଛି। ଏ ବିଷୟରେ ବାରମ୍ବାର ଆର.ଆଇଙ୍କୁ ଜଣାଇବା ସତ୍ତ୍ବେ ଆଉ ୧ ଭାଗ ଚିହ୍ନଟ କରୁନାହାଁନ୍ତି । ଯାହାଫଳରେ ଅନ୍ୟଗ୍ରାମର ଲୋକମାନେ ଆରଦା ଗ୍ରାମର ଜମିକୁ ଜବରଦଖଲ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଏବେ ଚାଉଳିଆ ଗ୍ରାମର ଅମ୍ବୁଜ ସାହୁ, ପିତା ନିତ୍ୟାନନ୍ଦ ସାହୁ ଓ କୁମର ବିନ୍ଧାଣୀ, ପିତା-କମ୍ପୁଆ ବିନ୍ଧାଣୀ ଜେସିବି ଲଗାଇ ଆରଦା ଗ୍ରାମରେ ଟ୍ରେଚ୍ ଖୋଳୁଛନ୍ତି । ତେଣୁ ଏହାକୁ ବନ୍ଦ କରିବାକୁ ଗ୍ରାମବାସୀମାନେ ତହସିଲଦାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଗ୍ରାମର ପ୍ରକାଶ ଚନ୍ଦ୍ର ସାଇଁ, ନରହରି ପରିଡା, ନିବାରଣ ରାଉତ, ଭାସ୍କର ଚନ୍ଦ୍ର ସ୍ବାଇଁ, ତ୍ରିଲୋଚନ ଜେନା, ବିଜୟ କୁମାର ସାହୁ ଓ ଟଙ୍କଧର ରାଉତଙ୍କ ସମେତ ବହୁ ଗ୍ରାମବାସୀ ତହସିଲଦାରଙ୍କ ସାକ୍ଷାତ କରି ଏକ ଲିଖୁତ ଅଭିଯୋଗ କରିଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଏସ କେ ଅନରୁଲ ହକ ଏସ ଆଇ ଭାବେ ଦାୟିତ୍ଵ ଗ୍ରହଣ

Sunil Chandra Nayak

କେନ୍ଦ୍ର ରେଳ ଓ ଟେଲିକମ୍ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଜନଜାଗରଣ ମଞ୍ଚ ଓ ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି

Sunil Chandra Nayak

ବହଳଦା: ଗାଡି ପାର୍କିଂ ପାଇ ସ୍ବତନ୍ତ୍ର ସ୍ଥାନ ଅଭାବ , ଗ୍ରାହକ, ପଥଚାରୀ ତଥା ସାଧାରଣ ଲୋକେ ଅଡୁଆରେ

masiha

Leave a Comment

error: Content is protected !!