ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପୁର ଠାରୁ କେଦାରନାଥ ପର୍ଯ୍ୟନ୍ତ ଦୀର୍ଘ ୨୨୦୦ କି.ମି ସାଇକେଲ ଯୋଗେ ଯାତ୍ରା

ନବରଙ୍ଗପୁର– (ମସିହା) କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲମତାପୁଟର ଦୁଇ ଆଦିବାସି ଯୁବକ ସୁରେନ୍ଦ୍ର ମୁଦୁଲି ଓ ବାବୁଲା ମୁଦୁଲି ଗ୍ରୀନ ଇଣ୍ଡିଆ ବାର୍ତା ନେଇ ଲୋକଙ୍କୁ ସଚେତନତା କରିବା ଉଦ୍ଧେଶ୍ୟରେ ନିଜ ଦୃଢ଼ ଇଚ୍ଛା ଶକ୍ତି ବଳରେ ଜୟପୁର ଠାରୁ କେଦାରନାଥ ପର୍ଯ୍ୟନ୍ତ ଦୀର୍ଘ ୨୨୦୦ କି.ମି ସାଇକେଲ ଯୋଗେ ଯାତ୍ରା କରିବାକୁ ବାହାରିଛନ୍ତି ।ଏହି ପରିପ୍ରେକ୍ଷୀରେ ଆଜି ନବରଙ୍ଗପୁର ଠାରେ ତାଙ୍କ ଯାତ୍ରା ଆସି ପହଞ୍ଚିଥିଲା । ସାଇକେଲ ଯୋଗେ ନବରଙ୍ଗପୁର ପହଞ୍ଚିବା ପରେ ଉଭୟ ସୁରେନ୍ଦ୍ର ଓ ବାବୁଲାଙ୍କ ବାଲ୍ୟ ବନ୍ଧୁ ତଥା ନଗର ଯୁବ କଂଗ୍ରେସ ସଭାପତି ଶ୍ରୀ ସୁରଜ ଲାଲ ନବରଙ୍ଗପୁର ଇନ୍ଦ୍ରାବତୀ ସୀମାରେ ଉପସ୍ଥିତ ରହି ସ୍ୱାଗତ କରିଥିଲେ ଏବଂ ପରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ମୁନ୍ନା ତ୍ରିପାଠୀଙ୍କ ବାସ ଭବନରେ କିଛି ସମୟ ବିଶ୍ରାମ କରିବା ପରେ ଜିଲ୍ଲା ସଭାପତି ଶ୍ରୀ ତ୍ରିପାଠୀ ସେମାନେଙ୍କ ସହ ବିସୃତ ରୂପେ ଆଲୋଚନା କରି ଏହି ଯାତ୍ରା ସଫଳ ହେବା ସହ ସେମାନଙ୍କ ମହତ ଉଦେଶ୍ୟ ପୂରଣ ହେବା ନିମନ୍ତେ କାମନା କରିବା ସହ ଅଗାମୀ ଦିନରେ ଯଥା ସମ୍ଭବ ସାହାଯ୍ୟ ଓ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ। ଏହା ସହ ନବରଙ୍ଗପୁର ନଗରରେ ଉଭୟଙ୍କ ଏହି ଯାତ୍ରା ପ୍ରବେଶ କରିବା ମାତ୍ରେ ବିଭିନ୍ନ ସାଧାରଣ ଲୋକ ସେମାନଙ୍କ ନିକଟରେ ପହଞ୍ଚି ଏହି ଯାତ୍ରା ସଫଳ ହେବାକୁ ଶୁଭେଚ୍ଛା ଓ ଶୁଭକାମନା ଜଣେଇବାର ପରିଲକ୍ଷିତ ହୋଇଥିଲା।ଏହା ପୂର୍ବରୁ ଉଭୟ ବିଭିନ୍ନ ଅଞ୍ଚଳ ସାଇକେଲ ଯୋଗେ ବିଭିନ୍ନ ସାମାଜିକ ବାର୍ତା ନେଇ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି। କିଛି ଦିନ ପୂର୍ବରୁ ଲେ ଲଦାକ ସାଇକେଲ ଯୋଗେ ରକ୍ତ ଦାନ ଉପରେ ସଚେତନ ବାର୍ତା ନେଇ ଯାତ୍ରା ସମ୍ପୁର୍ଣ୍ଣ କରିଥିଲେ। ପ୍ରକାଶ ଥାଉକୁ ଏହି ଯାତ୍ରା ସମ୍ପୂର୍ଣ୍ଣ ହେବା ନିମନ୍ତେ ୩ ମାସ ସମୟ ଲାଗିବ ବୋଲି ଉଭୟ ପ୍ରକାଶ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜେଡ଼ିର ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା 

ଆଦିତ୍ୟ ଆଲୁମିନା ରିଫାଇନାରୀର ତରଫରୁ ‘ଞ୍ୟାନବୃଦ୍ଧି ପାଠଶାଳା’ ଶୁଭାରମ୍ଭ

masiha

ଉମରକୋଟ ଠାରେ ମୁଖ୍ୟମନ୍ତ୍ରୀ ଜନ ଜାତି ଜୀବିକା ମିଶନ ଯୋଜନାରେ ଆଦିବାସୀ ଯୁବ ଉଦ୍ୟୋଗୀ ଙ୍କୁ ସହାୟତା ପ୍ରଦାନ 

masiha

Leave a Comment

error: Content is protected !!