ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ସୁନ୍ଦରଗଡ଼କୁ ମିଳିଲା ସ୍ଥାନ

ବାଲେଶ୍ଵର,୦୮/୫/୨୩- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା,ବାଲେଶ୍ଵର ହ୍ବାର୍ଟସପ୍ ଗୃପରେ ତା ୦୭/୫/୨୩ ରିଖ ଦିନ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା ” ଅବୁଝା ପ୍ରେମ ” । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୧୧ ଜଣ ସାହିତ୍ୟ ବନ୍ଧୁ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଦେବରାଜ୍ ରଣା, ଚାଉଳଡିଆ, ବଲାଙ୍ଗୀର ସୁନନ୍ଦା ମହାନ୍ତି, ସାକ୍ଷିଗୋପାଳ, ପୁରୀ, ସଙ୍ଗୀତା ପଣ୍ଡା, ସୁସ୍ମିତା ମହାପାତ୍ର ଓ ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ, ମାମାଲିନୀ ସେଠୀ, ଖୋର୍ଦ୍ଧା, ଛବିରାଣୀ ପତି, ଜଗତସିଂହପୁର, ଆନନ୍ଦିନୀ ମିଶ୍ର, ଝାରସୁଗୁଡ଼ା, ଶାରଙ୍ଗଧର ସାହୁ, ବାର୍ଷିଙ୍ଗା, ହିନ୍ଦୋଳ, ଢେଙ୍କାନାଳ, ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା ଓ ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା ଅନ୍ତର୍ଭୁକ୍ତ । ସମସ୍ତ କବିତା ଗୁଡିକୁ ସମୀକ୍ଷା କରିଥିଲେ ଅନୁଷ୍ଠାନର ଦକ୍ଷ ସମୀକ୍ଷିକା ତଥା ଝାରସୁଗୁଡ଼ାର କବୟିତ୍ରୀ ମାଧୁରୀ ମିଶ୍ର । ଯେଉଁଥିରେ ରଞ୍ଜୁଲତା ପାଢ଼ୀ ପ୍ରଥମ ସ୍ଥାନ, ଆନନ୍ଦିନୀ ମିଶ୍ର ଦ୍ବିତୀୟ ସ୍ଥାନ ଓ ସୁସ୍ମିତା ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଲେଖା ଜାରି ରଖନ୍ତୁ, ଅନୁଷ୍ଠାନର ପ୍ରତ୍ୟେକ ପ୍ରତିଯୋଗିତାରେ ଭାଗ ନିଅନ୍ତୁ, ଦିନେ ଦିନେ ଭଗବାନ ସ୍ଥାନ ଦେବାରେ ଅବହେଳା କରିବେ ନାହିଁ ବୋଲି ଭରସା ଓ ବିଶ୍ୱାସ ରହିଛି ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତ ପ୍ରତିଯୋଗୀଙ୍କୁ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ କହିଛନ୍ତି । ଉକ୍ତ ଫଳାଫଳରେ ମୁଗ୍ଧ ହୋଇ ସାହିତ୍ୟକୁ ଭଲ ପାଉଥିବା ଜଣେ ଗାଡି ଚାଳକ ପ୍ରଥମ ପ୍ରତିଯୋଗୀ ରଞ୍ଜୁଲତା ପାଢ଼ୀଙ୍କୁ ୧୦୦ ଟଙ୍କା ପୁରସ୍କୃତ କରିଛନ୍ତି । ଯାହାଙ୍କ ଘର ଧନୁର୍ଜୟପୁର(ଢେଙ୍କିକୋଟ), ଜିଲ୍ଲା- କେନ୍ଦୁଝର ଅଟେ । ଏଥିସହିତ ଶ୍ରୀ ମହାନ୍ତ ଶ୍ରୀମତୀ ପାଢୀଙ୍କ ସାହିତ୍ୟ ଜୀବନ ଚଲାପଥ କୁସୁମିତ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

6th Annual function of Amethyst Abacus Brain Master 

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

Sunil Chandra Nayak

ରାଜଗାଙ୍ଗପୁର ମିଡ଼ିଆ କ୍ଲବ ପକ୍ଷରୁ 77 ତମ ଗଣତନ୍ତ୍ର ଦିବସ ଧୂମଧାମ ରେ ପାଳିତ

Sunil Chandra Nayak

Leave a Comment

error: Content is protected !!