ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାନକୁଟରୁ ଗାଁରେ ମାଓ ପୋଷ୍ଟର

ଭବାନୀପାଟଣା,୧୦/୦୫(ମନିସ)-ଗତକାଲି ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଜଙ୍ଗଲରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ତିନି ଜଣ ମାଓବାଦୀଙ୍କୁ ନିହତ କରିଥିଲେ ଯବାନ ! ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଥିବାବେଳେ ଆଜି ଲାଞ୍ଜିଗଡ ବ୍ଲକ କାନକୁଟୁରୁ ପଞ୍ଚାୟତରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି ! ଏହି ପୋଷ୍ଟର ରେ ସେମାନେ ବିଭିନ୍ନ ଦାବି କରିଛନ୍ତି ! ବିସ୍ତାପନ ବନ୍ଦ କର, କୋଇଲା ଓ ଖଣି ଖନନ ପାଇଁ ବେଦାନ୍ତ, ବିର୍ଲା, ଆଦାନୀ ପରି ବହୁଦେଶୀୟ କମ୍ପାନୀକୁ ଦିଆଯାଉଥିବା ଲିଜକୁ ବାତିଲ କରାଯାଉ ! ଅଙ୍ଗନବାଡି କର୍ମୀ ଆଶା କର୍ମୀ ଓ ଶିକ୍ଷକମାନଙ୍କ ଦାବିକୁ ପୂରଣ କରାଯାଉ ବୋଲି ପୋଷ୍ଟର ରେ ଉଲ୍ଲେଖ ରହିଛି !

ମସିହା ନିୟୁଜ୍ ସର୍ଭିସ୍ 

Related posts

ଦେଓଦରା ଗାଁ  ରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତିର ଜବତ ଜଣେ ଗିରଫ 

Sunil Chandra Nayak

ବେକରେ ଓଢଣୀ ବାନ୍ଧି ନାବାଳିକାର ଆତ୍ମହତ୍ୟା

Sunil Chandra Nayak

ଓଡ଼ିଶା ଆନ୍ଧ୍ର ମିଳିତ ଅବକାରୀ ଚଢାଉ  ନଷ୍ଟ କଲେ ଲକ୍ଷାଧିକ ଟଙ୍କାର ଦେଶୀ ମଦ 

masiha

Leave a Comment

error: Content is protected !!