ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୂର୍ବତନ ବାହୁବଳୀ ବିଧାୟକ ଙ୍କ ଘରେ ଆଇଟି ରେଡ୍,ସବୁଠି ଛାନଭିନ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ ତଥା ଗରିବଙ୍କ ମସିହା ବୋଲାଉଥିବା ହେଭିୱେଟ୍ ନେତା, କେନ୍ଦୁଝର ଜିଲା ନିର୍ବାଚନର ମୁଖ୍ୟ କାର୍ପଟଦାର ସନାତନ ମହାକୁଡ ଙ୍କ ବିଭିନ୍ନ ଘର ଓ କାର୍ଯ୍ୟଳୟ ରେ ଆୟକର ବିଭାଗର ଚଢାଉ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବାହୁବଳୀ ବିଧାୟକ ତଥା ଖଣି ବ୍ୟବସାୟୀ ସନାତନ ମହାକୁଡ ଙ୍କ ନମ୍ବିରା ସ୍ଥିତ ପୈାତୃକ ବାସଭବନ, କେନ୍ଦୁଝର ସଦର ମହକୁମାରେ ଥିବା ବାସଭବନ, ଚମ୍ପୁଆ ଉପଖଣ୍ଡ ତଥା ବାମେବାରି ଥାନା ଅନ୍ତର୍ଗତ ଉଚବାଲି ସ୍ଥିତ ବାସଭବନ, ଚଡ଼କ ମରା ବାସଭବନ ଓ ତାଙ୍କ ଖଣି କାର୍ଯ୍ୟଳୟ, ଭୁବନେଶ୍ଵର ସହିଦ୍ ନଗର ସ୍ଥିତ ବାସଭବନ ସମେତ ଏହିଭଳି ପାଖାପାଖି ୧୦ଟି ସ୍ଥାନରେ ଏକକାଳୀନ ଆୟକର ବିଭାଗ ପକ୍ଷରୁ ଚଢଉ ଜାରୀ ରହିଥିବା ସୂଚନା। ଏବଂ ତାଙ୍କର ଘନିଷ୍ଟ ସହଯୋଗୀ ଙ୍କ ଘରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢାଉ ଜାରୀ ରହିଥିବା ସୂଚନା ମିଳୁଛି। ବେନିୟମ ଅର୍ଥ କାରବାର ଓ ଆୟ ବେୟ ର ହିସାବ କୁ ନେଇ ଆୟକର ବିଭାଗ ପକ୍ଷରୁ ଏହିଭଳି ଚଢାଉ କରାଯାଇଥିବା ସୂଚନା ମିଳୁଛି । ବ୍ୟାପକ ପୋଲିସ୍ ବଳୟ ମୂତୟନ ଭିତରେ ଏହି ଚଢାଉ ଜାରି ରହିଥିବା ବେଳେ ଆଗାମୀ ଦିନରେ ଜଣା ପଡିବ ସନା ବାବୁଙ୍କର ଉଭା କେତେ ଆଉ ପୋତାକେଡେ ।

କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ

Related posts

ଅବକାରୀ ବିଭାଗ ର ଚଢ଼ାଉ,୪ ଗିରଫ

Sunil Chandra Nayak

ବିବାହିତା ମହିଳାଙ୍କ ବିଷ ପିଇ ମୃତ୍ୟୁ ଘଟଣା, କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ସ୍ୱାମୀ

ଲୁଟ ଉଦ୍ୟମ କରୁଥିବା ଦୁଇ ଜଣଙ୍କୁ କାବୁ କରି ପୁଲିସର ଜିମା ଦେଲେ ପଡ଼ା ବାସୀ

Leave a Comment

error: Content is protected !!