ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଟା ପାୱାରର ବିଦ୍ୟୁତ ବିତରଣ ଦାୟିତ୍ୱରେ ଜନ ଅସନ୍ତୋଷ ,ଚକ୍ରବୃଦ୍ଧି ହାରରେ ବିଦ୍ୟୁତ ବିଲ ଆଦାୟ ହେଉଥିବା ଅଭିଯୋଗ 

ଜୟପାଟଣା:୧୧/୦୫(ଅନୁପମ ମିଡ଼ିଆ) ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଏହି ସଂସ୍କାରର ମୂଳ ଲକ୍ଷ୍ୟଥିଲା ଓଡ଼ିଶାର ବିଦ୍ୟୁତ ଉତ୍ପାଦନକୁ ବୃଦ୍ଧି କରିବା ସହିତ ଉପଭୋକ୍ତା ମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ନିରବଛିନ୍ନ ଭାବରେ ଗୁଣାତ୍ମକ ବିଦ୍ୟୁତ ଶକ୍ତି ଯୋଗାଇଦେବା ।ଓଡ଼ିଶାରେ ଯେତିକି ବିଦ୍ୟୁତ ଉତ୍ପାଦନ ହେଉଛି ତାର ଏକ ତୃତୀଆଂଶ ଓଏଚପିସି ଦ୍ୱାରା ପରିଚାଳିତ ଜଳ ବିଦ୍ୟୁତ ପ୍ରକଳ୍ପରୁ ଉତ୍ପାଦିତ ହୋଇଥାଏ । ନୂତନ ସଂସ୍କାରରେ ରାଜ୍ୟ ସରକାର ଓ ଟାଟା ପାୱାର ମିଳିତ ଭାବେ ବିଦ୍ୟୁତ୍ ବଣ୍ଟନ, ବିତରଣ ଓ ବିଦ୍ୟୁତ୍ ବିଲ ଆଦାୟ ଗତ ଡ଼ିସେମ୍ବର ୨୦୨୧ରୁ ନେଇଛନ୍ତି । ଏଥିରେ ଟାଟା ପାୱାର ର ୫୧% ଅଂଶଧନ ରହିଛି । ଏଥି ପୂର୍ବରୁ ରିଲାଏନ୍ସ ଦୀର୍ଘବର୍ଷ ଧରି ରାଜ୍ୟରେ ବିଦ୍ୟୁତ୍ ବିତରଣ ଓ ବିଲ ଆଦାୟ ଦାୟୀତ୍ବ ନେଇଥିଲା । ଅନ୍ୟ ପକ୍ଷରେ ଟାଟା ପାୱାର ରାଜ୍ୟର ବିଦ୍ୟୁତ୍ ବିତରଣ, ବିଲ ଆଦାୟ ନାଁ ରେ ଉପଭୋକ୍ତା ମାନଙ୍କ ପାଖରୁ ମାସିକ ଚକ୍ର ବୃଦ୍ଧି ହାର ରେ ବିଲ ଆଦାୟ କରିବା ସହ ଦେଶ ର ସମସ୍ତ ନିୟମ କୁ ଉଲ୍ଲଂଘନ କରିଥିବା ଜଣା ପଡିଛି । ଦେଶରେ କୌଣସି ଅର୍ଥ ନୈତିକ ସଂସ୍ଥା, ବ୍ୟାଙ୍କ୍, ସ୍ଵୟଂ ସହାୟକ ଗୋଷ୍ଠୀ କୁ ଋଣ ପ୍ରଦାନକାରୀ ସଂସ୍ଥା କିମ୍ବା ସମବାୟ ସମିତି ସମୂହ ମୂଳ ବକେୟା ଟଙ୍କା ଆଦାୟ ଉପରେ ପ୍ରତ୍ୟେକ ମାସରେ ଡିପିଏସ ବା ଡ଼ିଲେ ସରଚାର୍ଜ୍ ଫିଜ ଆଦାୟ କରୁଥିବା ଦେଖିବାକୁ ମିଳେନି ।ଏହିପରି ଚକ୍ରବୃଦ୍ଧି ହାରରେ ବକେୟା ଟଙ୍କା ଆଦାୟ କରିବାର ନିୟମକୁ ବୁଦ୍ଧିଜୀବୀ ମାନେ ସମାଲୋଚନା କରିଛନ୍ତି । ଟାଟା ପାୱାର ବିଦ୍ୟୁତ୍ ବିଲ ଉପରେ ଡିଲେ ପେମଣ୍ଟ ସରଚାର୍ଜ ନିୟମ ଲାଗୁ କରି ପ୍ରତ୍ୟେକ ମାସରେ ମୂଳ ବକେୟା ବିଲରେ ସର୍ଚାର୍ଜ୍ ବିଲ ଦେଉଥିବା ଦେଖିବାକୁ ମିଳିଛି । ସେହି ଡ଼ିପିଏସ ଫାଇନ ଟଙ୍କା ପ୍ରତ୍ୟେକ ମାସ ରେ ମୂଳ ବିଲ୍ ରେ ମିଶି ପ୍ରତ୍ୟେକ ମାସରେ ଚକ୍ରବୃଦ୍ଧି ହାରରେ ବିଦ୍ୟୁତ୍ ବିଲ ଆଦାୟ କରାଯାଏ । ତଥାପି ଏପରି ଜନତା ଶୋଷଣ ନୀତିକୁ ସରକାର,ବିରୋଧି,ରାଜନତା,ବିଦ୍ୟୁତ୍ ଉପଭୋକ୍ତାମାନେ ଆଜି ଯାଏଁ କେହି ମୁହଁ ଖୋଲୁ ନାହାନ୍ତି । ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଗ୍ରସ୍ତ ସମୟରେ ଯେଉଁ ୯ ମିନିଟର ଅଭାବନୀୟ ଘଟଣା ଘଟିଛି ତାହାଠାରୁ ପ୍ରମାଣୀୟ ଦୃଶ୍ୟ କଣ ହୋଇପାରେ ।

ଡିସେମ୍ବର ୨୦୨୧ର ପୂର୍ବ ବିଲ ହେଉ କି ଟାଟା ପାୱାର ଦାୟୀତ୍ବ ନେବା ପରବର୍ତ୍ତୀ ବିଲ ହେଉ ସମସ୍ତ ବିଦ୍ୟୁତ୍ ବିଲ ଆଦାୟ ରେ ମୂଳ ବିଲ ସହିତ ଡିଲେ ପେମଣ୍ଟ ସରଚାର୍ଜ ଦେବାକୁ ହୁଏ । ଯଦି ଉପୋଭକ୍ତା ତାହା ନ ଦିଅନ୍ତି ତେବେ ପରବର୍ତ୍ତୀ ମାସରେ ସେହି ଡ଼ିପିଏସ ମୂଳ ବିଲ ରେ ମିଶି ମୂଳ ବିଦ୍ୟୁତ୍ ବିଲ ହୋଇ ଯାଏ । ଏହିପରି ମାସିକ ଚକ୍ର ବୃଦ୍ଧି ହାର ରେ ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ଟାଟା ପାୱାର ଓ ରାଜ୍ୟ ସରକାରଙ୍କ ମିଳିତ ଭାବେ ଲୁଟ କରୁଥିବା ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ପଚାରିଲେ ଆମେ କଣ କରିବୁ ଯାହା କିଛି ହେଉଛି ଭୁବନେଶ୍ଵର ହେଡ୍ କ୍ୱାର୍ଟରରୁ ଆସୁଛି ବୋଲି ଉତ୍ତର ମିଳୁଛି । ବର୍ଷକୁ ମୂଳ ବକେୟା ବିଦ୍ୟୁତ୍ ବିଲ ଚକ୍ର ବୃଦ୍ଧି ହାର ରେ ଦୁଇ ଗୁଣ ବଢିବା ପରେ ଉପଭୋକ୍ତା ଙ୍କୁ ଲଲିପପ୍ ଧରେଇ ଓଟିଏସ ସ୍କିମ୍ ରେ ଏକ କାଳୀନ ବିଲ୍ ପୈଠରେ ୩୦ ଶତକଡା ଛାଡ କରି ଦୟା କରିବା କେବଳ ଖାଉଟିଙ୍କୁ ଶୋଷଣର ଏକ ନଗ୍ନ ରୂପ ଅଟେ । ଏହି ଡ଼ିପିଏସ ଉଚ୍ଛେଦ ନ ହେଲେ ରାଜ୍ୟର କୌଣସି ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଟାଟା ପାୱାରର ଲୁଟ୍ ରୁ ତ୍ରାହି ମିଳିବା ଅସମ୍ଭବ କୁହାଯାଉଛି । ରାଜ୍ୟ ସରକାର ତୁରନ୍ତ ଏହାର ସମାଧାନର ବାଟ ବାହାର କରି ବିଦ୍ୟୁତ ଉପଭୋକ୍ତାଙ୍କୁ ତ୍ରାହି ଦେବା ପାଇଁ ଦାବୀ ହେଉଛି ।

ଜଗମୋହନ ପଟ୍ଟନାୟକ,ବରିଷ୍ଠ ପତ୍ରକାର

Related posts

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୯୧ତମ ଓଡିଶା ଦିବସ ମହାସମାରୋହରେ ପାଳିତ 

Sunil Chandra Nayak

ଧନଞ୍ଜୟଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି 

masiha

ତୋଫାନ ବିନ୍ଧାଣି ହତ୍ୟାକାଣ୍ଡ ମାମଲା ଅଭିଯୁକ୍ତ ମାନଙ୍କୁ ଧରିଥିବା ରାଉରକେଲା ପୋଲିସକୁ ଧନ୍ୟବାଦ-ବିଧାୟକ ଶ୍ରୀ ତନ୍ତୀ

Sunil Chandra Nayak

Leave a Comment

error: Content is protected !!