ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚ୍ୟାମ୍ବର ଅଫ୍ କମର୍ସର ସଂପାଦକଙ୍କ ଭାତୃବିୟୋଗ

ରାଉରକେଲା/ ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସର ସଂପାଦକ ସୁନୀଲ କୟାଲଙ୍କ ବଡଭାଇ ରଞ୍ଜନ କୟାଲଙ୍କ ୭୨ବର୍ଷ ବୟସରେ ସିଭିଲଟାଉନସିପ ସ୍ବବାସଭବନରେ ପରଲୋକ ହୋଇଯାଇଛି। ସ୍ବର୍ଗତ କୟାଲ ୭୦ଦଶକରେ ରାଉରକେଲା ଆସିଥଲାବେଳେ ୧୯୭୫ ମସିହାରେ ଷ୍ଟିଲ କାରବାରରେ ଜଡିତ ଥିଲେ । ଏହାସହ ଚ୍ୟାମ୍ବର ଅଫ୍ କମର୍ସର ଆଜୀବନ ସଦସ୍ୟ,ଲାୟନ୍ସ କ୍ଲବ କଲୁଙ୍ଗା, ରାଜସ୍ଥାନ ପରିଷଦର ଆଜୀବନ ସଦସ୍ୟ ସହ ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ବିଧବା ପତ୍ନୀ,ଗୋଟିଏ ପୁଅ ଓ ଦୁଇ ଝିଅଙ୍କୁ ଛାଡିଯାଇଛନ୍ତି। ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ ହରାଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ କୟାଲଙ୍କ ପରଲୋକ ଖବର ପାଇ ସହରର ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିବା ସହ ଶୋକଶନ୍ତପ୍ତ ପରିବାରକୁ ଆଶ୍ବାସନା ପ୍ରଦାନ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଲକ୍ଷ୍ମୀପୁର ଠାରେ କୋରାପୁଟ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନେ ସମୂହ ଛୁଟିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନବରଙ୍ଗପୁର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମରକୋଟ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ 

Leave a Comment

error: Content is protected !!