ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚ୍ୟାମ୍ବର ଅଫ୍ କମର୍ସର ସଂପାଦକଙ୍କ ଭାତୃବିୟୋଗ

ରାଉରକେଲା/ ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସର ସଂପାଦକ ସୁନୀଲ କୟାଲଙ୍କ ବଡଭାଇ ରଞ୍ଜନ କୟାଲଙ୍କ ୭୨ବର୍ଷ ବୟସରେ ସିଭିଲଟାଉନସିପ ସ୍ବବାସଭବନରେ ପରଲୋକ ହୋଇଯାଇଛି। ସ୍ବର୍ଗତ କୟାଲ ୭୦ଦଶକରେ ରାଉରକେଲା ଆସିଥଲାବେଳେ ୧୯୭୫ ମସିହାରେ ଷ୍ଟିଲ କାରବାରରେ ଜଡିତ ଥିଲେ । ଏହାସହ ଚ୍ୟାମ୍ବର ଅଫ୍ କମର୍ସର ଆଜୀବନ ସଦସ୍ୟ,ଲାୟନ୍ସ କ୍ଲବ କଲୁଙ୍ଗା, ରାଜସ୍ଥାନ ପରିଷଦର ଆଜୀବନ ସଦସ୍ୟ ସହ ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ବିଧବା ପତ୍ନୀ,ଗୋଟିଏ ପୁଅ ଓ ଦୁଇ ଝିଅଙ୍କୁ ଛାଡିଯାଇଛନ୍ତି। ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ ହରାଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ କୟାଲଙ୍କ ପରଲୋକ ଖବର ପାଇ ସହରର ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିବା ସହ ଶୋକଶନ୍ତପ୍ତ ପରିବାରକୁ ଆଶ୍ବାସନା ପ୍ରଦାନ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ ଓ ଧର୍ମଗଡଜିଲ୍ଲା ଦାବୀ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ।୬ଟି ବ୍ଲକ ଓ ୨ ଏନଏସିକୁ ନେଇ କେନ୍ଦ୍ରୀୟ କମିଟି ଗଠନ ନିଷ୍ପତି 

masiha

ରାୟଗଡା ସ୍ଵୟଂଶାସିତ ମହାବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ପାଳିତ 

masiha

ଅଗ୍ନିକାଣ୍ଡ ରେ ବାର ବଖରା ଜଳିଗଲା 

Sunil Chandra Nayak

Leave a Comment

error: Content is protected !!