ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମି ମାଫିଆ ଙ୍କ କବଜାରେ ଗୋଚର ଜମି !!!

କୋଲନରା :- ୧୧/୦୫ ରାୟଗଡ଼ା ଜିଲ୍ଲା ରେ ଦିନକୁ ଦିନ ଜମି କେଲେଙ୍କାରୀ ବ୍ୟାପିବାରେ ଲାଗିଛି । ସରକାର ଙ୍କ ତରଫରୁ ନିରୀହ ଲୋକଙ୍କ ପାଇଁ ଜମି ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ଲୋକମାନେ ଜମି ଖଣ୍ଡିକ ପାଇ ପାରୁ ନାହାଁନ୍ତି । ଏହିଭଳି ଅନେକ ସମୟରେ ସରକାରୀ ଜମି ଉପରେ ରାଜସ୍ବ ବିଭାଗ ଜମି ଛିନ୍ନଟ କରି ସରକାରୀ ଜମି ଫଳକ ଲଗେଇବା କଥା କିନ୍ତୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ନିରବ ରହିବା କାରଣ କଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜମି ମାଫିଆ ମାନଙ୍କ ରାଜୁତି ଚାଲିଥିବା ବେଳେ ଗୋଚର ଜମି କୁ ମଧ୍ୟ ନିଜ କବଜାରେ ରଖିଥିବା ଦେଖିବାକୁ ମିଳିଛି। ଫଳରେ ଫସଲ ଅମଳ ସମୟରେ ଗାଈ ଗୋରୁ ଚୋରେଇବା ପାଇଁ ଜାଗା ନଥିବା ଯୋଗୁଁ ବହୁତ ଅସୁବିଧାର ସମ୍ମୁଖୀନ ର ସାମ୍ନା କରୁଥିବା କହିଛନ୍ତି ଚାଷୀମାନେ ।ଗୋଚର ଜମି ଚିନ୍ନଟ କରିବା ପାଇଁ କୋଲନରା ପଞ୍ଚାୟତ ସମିତି ଗୃହ ରେ ଜିଲ୍ଲା ପ୍ରଶାସନ ତରଫରୁ ଅଭିଯୋଗ ଶୁଣାଣି ଥିବା ବେଳେ ଜିଲ୍ଲା ପାଳ ସ୍ୱଦାଦେବ ସିଂ ଙ୍କୁ ଅଞ୍ଚଳ ବାସୀ ଗୋଚର ଜମି ଚିନ୍ନଟ କରିବାକୁ ଅଭିଯୋଗ କରିଥିବା କହିଛନ୍ତି । ଜିଲ୍ଲା ପ୍ରଶାସନ କାହାର ଛତ୍ର ଛାୟା ତଳେ ରହି ଗୋଚର ଜମି ଚିନ୍ନଟ କରୁନାହାନ୍ତି କି ବୋଲି ବୁଦ୍ଧି ଜୀବୀ ମହଲରେ ତୀବ୍ର ନିନ୍ଦା କରିଛନ୍ତି ।କୋଲନରା ତହସିଲ କାର୍ଯ୍ୟାଳୟ ତରଫରୁ କେବେ ଜମି ଚିନ୍ନଟ ହେବ ଦେଖିବାକୁ ବାକି ରହିଲା ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଓଡିଶା ମହୁମାଛି ସୁରକ୍ଷା ବାହୀନି ଓ ଵୀ ଟ୍ରଷ୍ଟ ଅଫ ଓଡିଶା ତରଫରୁ ବିଶ୍ଵ ମହୁମାଛି ଦିବସ 2024 ଅନୁଷ୍ଟିତ

masiha

ପ୍ରକାଶ ପାଇଲା ଢଗଢମାଳି ଫଳାଫଳ, ରୂପା କଏନ୍ ଜିତିଲେ ବାସନ୍ତୀ ଲତା ଓ ଜ୍ଯୋତ୍ସାରାଣୀ

masiha

ଆମେ ଓଡିଆ’ର ‘ଆମ ସଂସ୍କୃତି ଓ ଆମ ପରମ୍ପରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!