ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ପାଣି ଟାଙ୍କି ନିର୍ମାଣ ଦାବି ,କନିଷ୍ଠ ଯନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ଗମ୍ଭାରୀଗୁଡା ବାସୀ

କୋକସରା,୮ା୩-କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ଠାରେ ନୂତନ ଓଭରହେଡ୍ ଟାଙ୍କି ନିର୍ମାଣ ଦାବିରେ ମଙ୍ଗଳବାର କୋକସରା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ସାକ୍ଷାତ କରି ଗ୍ରାମବାସୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗମ୍ଭାରୀଗୁଡା ଗ୍ରାମରେ ପ୍ରାୟ ୩ ହଜାର ରୁ ଉର୍ଦ୍ଧ ଲୋକେ ବସବାସ କରୁଥିବାବେଳେ ସେମାନଙ୍କ ପାଇଁ ପାନୀୟ ଜଳ ନିମନ୍ତେ ୮ରୁ ୯ ଟି ନଳକୂପ ରହିଛି । ତା ମଧ୍ୟରୁ ଅନେକ ନୂଳକୁପ କାମରେ ଆସୁ ନାହିଁ । ଅନ୍ୟପଟେ ଗତ ୨୦୦୬ ମସିହାରେ ଗାଁ ଶେଷ ମୁଣ୍ଡ ମୁଟୁରା ନଦୀ କୂଳରେ ଗ୍ରାମବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ରହିଥିବା ଓଭରହେଡ୍ ପାଣି ଟାଙ୍କି ନିମ୍ନମାନର କାମ ଯୋଗୁଁ କିଛି ଦିନ ପାଣି ଯୋଗାଣ ପରେ ଅକାମି ହୋଇ ପଡିରହିଛି । ଫଳରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଗ୍ରାମବାସୀ ଡହଳ ବିକଲ ହେଉଥିବା ବେଳେ ବର୍ତ୍ତମାନ ଗ୍ରୀଷ୍ମ ଆରମ୍ଭରୁ ଗାଁରେ ଥିବା ନଈ, ନାଳ, ପୋଖରୀ ଶୁଷ୍ମ ହେବାକୁ ଥିବାରୁ ପାନୀୟ ଜଳ ପାଇଁ ଘୋର ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା ଅଭିଯୋଗ ହୋଇଛି । ଏନେଇ ମଙ୍ଗଳବାର କୋକସରା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଫର୍ଣ୍ଣିନ୍ଦ୍ର ଆର୍କାଙ୍କୁ ଏକ ଦାବିପତ୍ର ପ୍ରଦାନ କରି ତୁରନ୍ତ ପାନୀୟ ଜଳ ଯୋଗାଣ ନିମନ୍ତେ ଏକ ନୂତନ ଓଭହେଡ ଟ୍ୟାଙ୍କ ନିର୍ମାଣ କରିବା ପାଇଁ ଗମ୍ଭାରୀଗୁଡା ଗ୍ରାମର ରୁକଧର ଲହଜଲ, ଜୟହରି ପଟେଲ, କରୁଣାକର ମହାନନ୍ଦ, ହରି ହଂସ, ଭୂପେନ୍ଦ୍ର ମହାନନ୍ଦ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ରହି ଦାବି କରିଥିଲେ । ମ ନି ସ 

Related posts

ଯୋଗିପଲାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଶ୍ରୀ ସତ୍ୟସାଇ ବାବାଙ୍କ ୫୦ତମ ପ୍ରତିଷ୍ଠା ଦିବସ ପାଳିତ

ଡକାୟତି ଭାବି ନିରୀହଙ୍କୁ ପିଟିବା ଘଟଣାରେ ୪ ଅଭିଯୁକ୍ତ ଗିରଫ

Sunil Chandra Nayak

Leave a Comment

error: Content is protected !!