ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭବାନୀପାଟଣା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପର୍ଯ୍ୟବେକ୍ଷଣ ଗୃହ ତଥା ସ୍ୱତନ୍ତ୍ର ଗୃହ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଶିଶୁ ମଙ୍ଗଳ ସମିତି ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜ୍ୟୋତିର୍ମୟୀ ଜୋତ୍ସ୍ନାରାଣୀ ପାତ୍ର, ସହକାରୀ ଅଶୋକ ମୁଣ୍ଡ, ଶିଶୁ ମଙ୍ଗଳ ସମିତି ସଦସ୍ୟା ସ୍ଵର୍ଣଲତା ମହାନ୍ତି, କିଶୋର ନ୍ୟାୟ ବୋର୍ଡ ସଦସ୍ୟ ରୁପେଶ ହୋତା ଓ ସଦସ୍ୟା ବସନ୍ତ କୁମାରୀ ପଟ୍ଟନାୟକ ଯୋଗଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଭାରତୀୟ ସଂସ୍କୃତିରେ ହଜାର ହଜାର ବର୍ଷ ପୂର୍ବରୁ ନାରୀ ଶକ୍ତିକୁ ଉଚ୍ଚ ଆସନ ଓ ସମ୍ମାନ ଦିଆଯାଇଛି। ତେବେ ପରିବର୍ତିତ ସମାଜରେ ନାରୀ ନିର୍ଯ୍ୟାତନା ଓ ଶୋଷଣ ର ଶିକାର ହେଉଛି। ନାରୀଙ୍କ ସୁରକ୍ଷା ନିମନ୍ତେ ଦେଶର ଅନେକ ସ୍ୱତନ୍ତ୍ର ଆଇନ ରହିଛି। ତେବେ ସମ୍ମିଳିତ ଉଦ୍ୟମ କରି ନାରୀ ନିର୍ଯ୍ୟାତନା କରୁଥିବା ଅପରାଧୀ ମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯାଇ ପାରିଲେ ହିଁ ସମାଜରେ ନାରୀଙ୍କ ସୁରକ୍ଷା ସୁନିଶ୍ଚିତ ହୋଇପାରିବ। ଏଥିସହ କଳାହାଣ୍ଡି ଜିଲ୍ଲାକୁ ବାଲ୍ୟ ବିବାହ ଜିଲ୍ଲା ରୂପେ ଗଢିତୋଳିବା ନିମନ୍ତେ ସମସ୍ତେ ଆଜି ସଂକଳ୍ପ ନେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଲ୍ୟ ବିବାହ ନିରୋଧ ଆଇନ ସମ୍ପର୍କରେ ଏକ ପାୱାର ପଏଣ୍ଟ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବ୍ଲକର ସିଡ଼ିପିଓ, ଆଙ୍ଗନଓଡି କର୍ମୀ, ଆଶକର୍ମୀ ଓ କିଶୋରୀ ବାଳିକା ମାନେ ଯୋଗଦେଇଥିଲେ। ମହିଳା ପରିଦର୍ଶିକା ସୁଷମା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ରଜନୀ ମିଶ୍ର ଙ୍କ ରିପୋର୍ଟ।

 

Related posts

ଜନରଞ୍ଜନ ପ୍ରଧାନ ଙ୍କ କବିତା ମାଆ ତାରିଣୀ

ସାହାଜଖୋଲ ଜଙ୍ଗଲ ମଧ୍ୟସ୍ଥ ଟିର୍ଲିଆମ ଗାଁ ରେ ଝାଡା ବାନ୍ତି, ଆଣ୍ଠୁଏ ପାଣିରେ ନାଲ ପାର ହୋଇ ୩ କିଲୋମିଟର ଚାଲି ପହଞ୍ଚିଲେ ଉପ ଜିଲ୍ଲାପାଳ 

Sunil Chandra Nayak

ଗାଁ କୁ ଫେରିଲା ମୃତ ଦାଦନ ଶ୍ରମିକଙ୍କ ଶବ

Sunil Chandra Nayak

Leave a Comment

error: Content is protected !!