ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ବିଭାଗୀୟ ଓ ପୋଲିସ ଅଧିକାରୀ ମାନଙ୍କର ସମନ୍ୱୟ ବୈଠକ ଅନୁଷ୍ଠିତ

ରାୟଗଡ:-11/05-ରାୟଗଡ ଉପଖଣ୍ଡରେ ସଡ଼କ ସୁରକ୍ଷା ଓ ଆଇନ ଶୃଙ୍ଖଳା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀ ଓ ପୋଲିସ ବିଭାଗର ସମନ୍ୱୟ ବୈଠକ ଗତ ତା 11/05/23ରିଖ ଦିନ ସ୍ଥାନୀୟ ଉପଜିଲ୍ଲାପାଳ, ରାୟଗଡଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଉପଜିଲ୍ଲାପାଳ ଭୀମସେନ ଶବରଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ ଦିଲ୍ଲୀପ କୁମାର ବେହେରା, ଉପଖଣ୍ଡ ପୋଲିସ ଅଧିକାରୀ ଦେବଜ୍ୟୋତି ଦାସ ଯୋଗଦାନ କରି ଆଲୋଚନା କରିଥିଲେ l ବିଶେଷ କରି ଆଇନ ଶୃଙ୍ଖଳା ପରିସ୍ଥିତି, ସଡ଼କ ସୁରକ୍ଷା ଏବଂ ସିଏସଆର ଦାୟିତ୍ୱ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ସଡ଼କ ଦୁର୍ଘଟଣା ଯୋଗୁଁ ଧନଜୀବନ ବହୁତ କ୍ଷତି ହେଉଥିବାରୁ ଏଥିନିମନ୍ତେ ଦୃଢ଼ ପଦ୍ଦକ୍ଷେପ ନେବାକୁ ବୈଠକରେ ଆଲୋଚନା କରାଇଥିଲା l ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଦାସ ଏଥିନିମନ୍ତେ ବିସ୍ତୃତ ଭାବରେ କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟକାରୀ କରିବାକୁ ଉପସ୍ଥାପନା କରିଥିଲେ l

ରାୟଗଡ଼ ସହର ଭିତରକୁ ଭାରୀଯାନ ଗୁଡିକ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ l ସାଇ ଇଣ୍ଟେରନାସିନlଲ ଛକ ଦେଇ ସିରିକଣା ବଡ଼ ଗାଡି ସବୁ ଯିବାଆସିବା କରିବେ l ପୋଲିସ ବିଭାଗ ତରଫରୁ ଯଥେଷ୍ଟ ସାଇନ ବୋର୍ଡ ଲଗାଇବେ l ସ୍ୱତନ୍ତ୍ର ଉଛେଦ ପ୍ରକ୍ରିୟାରେ ରାସ୍ତା କଡ ଜବରଦଖଲ ଉଛେଦ କରାଯିବ l ଏଥିନିମନ୍ତେ ପୋଲିସ, ପୈର ପରିଷଦ, ତହସିଲଦାର ଓ ଆଇଆଇସି ଟାଉନ ଥାନାର ସହାୟତା ନିଆଯିବ l ଦ୍ରୁତ ଓ ବେପାରୁଆ ଗାଡି ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆଂଚିଲିକ ଗାଡି ପରିବହନ ଅଧିକାରୀ ରାୟଗଡ଼ଙ୍କୁ ଅନୁରୋଧ କରାଯାଇଥିଲା l ସହରର ଦୁର୍ଘଟଣା କମ କରିବା ନିମନ୍ତେ ରାସ୍ତାକଡ଼ରେ ସାଇନ ବୋର୍ଡ, ସିଗ୍ନାଲ ଆଦି ଦେବା ସହିତ ଆମ୍ବଗୁଡା, ଗଜପତି ଛକ, ହନୁମାନ ମନ୍ଦିର, ତୁମ୍ବିଗୁଡା ଛକ ଓ ହୋଣ୍ଡା ଶୋ ରୁମ ଛକରେ ସିଲିଙ୍ଗ, ରିଲିଙ୍ଗ ବ୍ୟସ୍ଥା କରିବାକୁ ଜାତୀୟ ରାଜପଥ କର୍ତ୍ତ୍ତୃପକ୍ଷକୁ ନିର୍ଦେଶ ଦିଆଯାଇଥିଲା l ପ୍ରତ୍ୟେକ ସ୍ଥରରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା,କଡା କଡ଼ି ଯାଞ୍ଚ କରିବା, ସଡ଼କ ନିର୍ମlଣ କାର୍ଯ୍ୟକୁ କଡାକଡି ଭାବେ ଯାଞ୍ଚ କରିବା ଆଦି ଉପରେ ଆଲୋଚନା କରିଥିଲେ l କଡାକଡି ଯାଞ୍ଚ ବେଳେ ମଦ୍ୟପ ଗାଡି ଚାଳକ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ପ୍ରସିଡ଼ିଙ୍ଗ କରାଯିବା ସହିତ 24ଘଣ୍ଟା ମଧ୍ୟରେ କେଶ ଫୋରୱାର୍ଡ କରାଯିବ l ବିଦ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ବ୍ୟାପକ ସଚେତନତା l ରାସ୍ତାରେ ସାଇନିଙ୍ଗ ବୋର୍ଡ ଠିକ ଭାବରେ ଲଗାଯିବା, ଗାଡ଼ିଚାଳକଙ୍କ ଦ୍ରୁତଗତି ଆୟୋତ କରିବା ନେଇ ରାସ୍ତା ଓ କୋଠାବାଡି, ଜାତୀୟ ରାଜପଥ ଆଦିକୁ ନିର୍ଦେଶ ଦେଇଥିଲେ l ଏହାସହିତ ସିଏସଆର କାର୍ଯ୍ୟକ୍ରମକୁ ମଧ୍ୟ୍ୟ ଏହି ସବୁ କ୍ଷେତ୍ରରେ ସାମିଲ ହେବା ନିମନ୍ତେ ବିଭିନ୍ନ କର୍ପୋରେଟର ଯଥା ଉତ୍କଳ ଆଳୁମନା,ଜେକେ କାଗଜ କଳ ଏବଂ ଇମ୍ଫା ଥେରୁବାଲିକୁ ଅନୁରୋଧ କରାଯାଇଛି l

     ଏହି ବୈଠକରେ ଆଂଚଲିକ ପରିବହନ ଅଧିକାରୀ, ରାୟଗଡ, ବିଡିଓ, କୋଲନର, ରାୟାଗଡ଼, କଲ୍ୟାଣ ସିଂପୁର, ଜିଲ୍ଲା ମଂଗଳ ଅଧିକାରୀ, ଅନ୍ୟାନ୍ୟ ଜିଲ୍ଲାସ୍ଥରୀୟ ଅଧିକାରୀ, ଶିଳ୍ପ ସଂସ୍ଥାର ଲୋକସମ୍ପର୍କ ଅଧିକାରୀ, ଉପଖଣ୍ଡ ସ୍ଥରୀୟ ଅଧିକାରୀ ଯୋଗଦାନ କରିଥିଲେ l

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାପୁଜୀ ହାଇସ୍କୁଲ ୧୯୯୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

Sunil Chandra Nayak

ବେପାର ଜମୁଛି କିନ୍ତୁ ମାଛ’ଚିକେନ ମଇଳା ପାଣିରେ ବର୍ଷସାରା ରାସ୍ତା’ଘାଟ ଅପରିଷ୍କାର

masiha

ପର୍ଲା ଠାରେ ଫାଣ୍ଡି ସ୍ଥାପନ ନେଇ ଜମି ଚିହ୍ନଟ

masiha

Leave a Comment

error: Content is protected !!