ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୧୨ ଦଫା ଦାବିରେ ୧୫ ତାରିଖରେ ବନ୍ଦ ଡାକରା ଦେଲା ଲାଲବାହିନୀ, ଅଡିଓ ଟ୍ୟାପ ଜାରି

ଲାଞ୍ଜିଗଡ,୧୩/୦୫(ମନିସ)-କଳାହାଣ୍ଡି ଜିଲ୍ଲାରେ ବେଶ୍ କିଛି ଦିନର ନିରବତା ପରେ ମାଓ ଗତିବିଧି ପୁଣି ବ୍ରୁଦ୍ଧି ପାଇଛି ! ଏପରିକି ଜିଲ୍ଲା ମ. ରାମପୁର ଥାନା ଟାପରାଙ୍ଗଠାରେ ଏସ୍ଆଇଡବ୍ଲ୍ୟୁ ଜବାନଙ୍କ ଗୁଳିରେ ୩ କ୍ୟାଡ଼ର ମାଓବାଦୀଙ୍କ ମ୍ରୁତ୍ୟୁର ୨୪ ଘଣ୍ଟା ନବିତୁଣୁ ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁଠାରେ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରିଥିଲା ଲାଲବାହିନୀ ! ତେବେ ୩ କ୍ୟାଡ଼ର ମାଓବାଦୀଙ୍କ ମ୍ରୁତ୍ୟୁ ପରେ ରାଜ୍ୟ ପୁଲିସ, ଅର୍ଦ୍ଧ ସାମରିକ ବଳ ଓ ଗୁଇନ୍ଦା ବିଭାଗର ଉଚ୍ଚପଦସ୍ତ ଅଧିକାରୀମାନେ ଜିଲ୍ଲା ମୁଖ୍ୟାଳୟରେ ମାଓଦମନ ରଣନୀତି ନେଇ ଘନଘନ ବୈଠକ କରୁଛନ୍ତି ! ରାଜ୍ୟ ପୁଲିସ ଏଡିଜି କଳାହାଣ୍ଡି ଗସ୍ତରେ ଆସି ମାଓଦମନ ନେଇ ସମୀକ୍ଷା କରି ଫେରି ଯାଇଥିବାବେଳେ ସେ ଭୁବନେଶ୍ବର ନପହଞ୍ଚୁଣୁ ମାଓବାଦୀଙ୍କ ଦ୍ବାରା ଏକ ଅଡ଼ିଓ ଟେପ ଜାରି କରାଯାଇଥିବା ଜଣାପଡ଼ିଛି ! ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ପହଞ୍ଚିଥିବା ଏଇ ଅଡ଼ିଓ ଟେପ୍ ସିପିଆଇ ମାଓବାଦୀଙ୍କ ଜାରି କରାଯାଇଥିବା କୁହାଯାଉଥିବାବେଳେ ୧୨ ଦଫା ଦାବି ପୂରଣକୁ ନେଇ ଆସନ୍ତା ୧୫ ତାରିଖରେ ରାଜ୍ୟର ୭ଟି ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଛି ! କଳାହାଣ୍ଡି ସମେତ କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ବଉଦ ଓ ନୟାଗଡ଼ ଜିଲ୍ଲାରେ ବନ୍ଦ କରାଯିବାକୁ ଅଡ଼ିଓ ଟେପ୍ ରେ ଆହ୍ବାନ ଦେଇଛି ମାଓ ସଂଗଠନ। ତେବେ ଏହି ବନ୍ଦ ପାଳନ ସମୟରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଓ ସେବାଗୁଡ଼ିକୁ ବାଦ୍ ଦେବାକୁ ଘୋଷଣା କରିଛି ସଂଗଠନ ! ସିପିଆଇ ମାଓବାଦୀ ରାଜ୍ୟ କମିଟିର ପ୍ରବକ୍ତା ଚକରା ବିଶୋଇ ବୋଲି ଅଡ଼ିଓରେ ପରିଚୟ ଦେଉଥିବା ବ୍ୟକ୍ତିଜଣକ ବିଭିନ୍ନ ସରକାରୀ ଯୋଜନାରେ ଗରିବ, ଆଦିବାସୀ ଓ ଦଳିତଙ୍କୁ ପ୍ରାଥମିକତା ଦେବା, ବହୁରାଷ୍ଟ୍ରୀୟ କଂପାନୀ ଓ ଖଣିଖନନକୁ ବନ୍ଦ କରିବା ସହ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ୍ ସେବା, ରାସ୍ତା ଯୋଗାଯୋଗ, ବେରୋଜଗାରଙ୍କୁ ମାସିକ ଭତ୍ତା, ବ୍ରୁଦ୍ଧବ୍ରୁଦ୍ଧାଙ୍କ ଭତ୍ତାରାଶି ବ୍ରୁଦ୍ଧି, ମନରେଗା ଯୋଜନାରେ ୨୦୦ ଦିନର କାମ ସାଙ୍ଗକୁ ୬୦୦ ଟଙ୍କାର ମଜୁରି, ଗରିବ ଆଦିବାସୀ ଚାଷୀମୂଲିଆଙ୍କୁ ୬ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ଵା ବିଜୁ ଆବାସ ଯୋଜନାରେ ଗ୍ରୁହ ପ୍ରଦାନ, ପିଡିଏସ୍ ଚାଉଳ ସହ ତେଲ, ଡାଲି, ଲୁଣ ମାଗଣାରେ ଦିଆଯିବା, କ୍ରୁଷିଋଣ ଛାଡ଼ ସହିତ ଚାଷୀଙ୍କୁ ପେନସନ୍, ଜଙ୍ଗଲଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପ୍ରଦାନ ଭଳି ୧୨ ଗୋଟି ଦାବି ରଖିଛନ୍ତି ! ତେବେ ପୁଲିସ ଓ ସୁରକ୍ଷା ବଳ ଦ୍ବାରା ମାଓ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାବେଳେ ସେସବୁ ଉପରେ ଗୁରୁତ୍ବ ନଦେଇ ସଂଗଠନର ପ୍ରବକ୍ତା ଜନସାଧାରଣଙ୍କ ହକ୍ ଓ ଅଧିକାର ତଥା ମୌଳିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବନ୍ଦ ଡାକରା ଦେବା ପୁଲିସ ପ୍ରଶାସନକୁ ଅଡ଼ୁଆରେ ପକାଇଛି ! ଏହାଦ୍ବାରା ଲାଲବାହିନୀ ପୁଲିସ, ପ୍ରଶାସନକୁ ଚକମା ଦେଖାଇବା ସହ ଜନସାଧାରଣଙ୍କ ନିକଟବର୍ତ୍ତୀ ହେବା ଓ ସେମାନଙ୍କ ସହାନୁଭୁତି ହାସଲ କରିବାକୁ ମସୁଧା ରଖିନାହିଁ ତ ବୋଲି ଚର୍ଚ୍ଚା ହେଉଛି !

ମସିହା ନିୟୁଜ୍ ସର୍ଭିସ୍ 

Related posts

ପୁଅ ରଜରେ ବୁଲିବାକୁ ବାହାରିଥିଲା/ରଥ ଯାତ୍ରା ହେଲାଣି ଘରକୁ ଫେରିନି/ପୂର୍ବ ଶତୃତାରୁ ଦୁଇ ଦିନ ହେଲା ଯୁବକଙ୍କୁ ଅପହରଣ ଅଭିଯୋଗ

Sunil Chandra Nayak

ବନ୍ଧୁଗାଁ ବ୍ଲକର ଯୁବ ସାମ୍ବାଦିକ ଆରସାଡା ଲାଚାନା ନିଖୋଜ

masiha

ପାଣି ଟାଙ୍କି ନିର୍ମାଣରେ ରେ ବ୍ୟବହୃତ ଜେନେରେଟର ,କଟର ମେସିନ ଏବଂ ରଡ଼ ଚୋରୀ ମାମଲାରେ ୬ ଜଣଙ୍କୁ କୋର୍ଟ ଚାଲାଣ

masiha

Leave a Comment

error: Content is protected !!