ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇ ଥାନା ! ହଦହଦି ଜଙ୍ଗଲରେ ଭାଲୁ – ଚାଷୀ ମୁହାଁ ମୁହିଁ ! ଚାଷୀ ଗୁରୁତର !

ମୟୂରଭଞ୍ଜ – (ମସିହା) ବିଶୋଇ ଥାନା ଅନ୍ତର୍ଗତ ଖଡମଵେଡା ପଞ୍ଚାୟତର ସାନବାଲିଚୁଆ ଗ୍ରାମର ଜନୈକ ଯୁବ ଚାଷୀ ଜଙ୍ଗଲକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ସାନବାଲିଚୁଆ ଗ୍ରାମର କାନ୍ଦରା ନାଏକ(୩୦) ଶିମିଳିପାଳ ପାହାଡ଼ ଅଧିନସ୍ଥ ହଦହଦି ଜଙ୍ଗଲକୁ ଜଙ୍ଗଲଜାତ ସାମଗ୍ରୀ ଆଣିବାକୁ ଯାଇଥିବା ସମୟରେ ଏକ ମାଈ ଭାଲୁ ସହ ମୁହାଁମୁହିଁ ହୋଇଥିଲା । ଭାଲୁ ସହିତ ଲଢେ଼ଇ ହୋଇଥିଲା । ଭାଲୁ କାନ୍ଦରାକୁ କ୍ଷତ ବିକ୍ଷତ କରି ଗୁରୁତର ଅବସ୍ଥାରେ ପକାଇ ଜଙ୍ଗଲ ଭିତରକୁ ତାର ଦୁଇଟି ଶାବକ ଛୁଆକୁ ଧରି ପଳାଇଥିଲା । ଖବର ପାଇ ମଣଦା ବନବିଭାଗ କାନ୍ଦରାକୁ ପାଖରେ ପହଞ୍ଚି ହାଲଚାଲ ବୁଝି ଆବଶ୍ୟକୀୟ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ଖଡମଵେଡା ସମିତି ସଭ୍ୟା ବାସନ୍ତୀ ହାଁସଦା ଗୁରୁତର କାନ୍ଦରାକୁ ଡାକ୍ତର କାମନାରେ ଭେଟି ବନ ବିଭାଗ କାର୍ଯ୍ୟାଳୟକୁ ଯାଇ କାନ୍ଦରାକୁ ଆବଶ୍ୟକୀୟ କ୍ଷତିପୂରଣ ଖର୍ଚ୍ଚ ବହନ କରିବାକୁ ଵନ ବିଭାଗ ପାଖରେ ଦାବି କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ଅଂଶୁଘାତରେ ମହିଳା ମୃତ 

masiha

ତାରାଗାଁ ରେ ଜିଲ୍ଲାସ୍ତରୀୟ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

masiha

Leave a Comment

error: Content is protected !!