ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଆର୍ଯ୍ୟମାନଙ୍କ ସଫଳତା 

ମୟୂରଭଞ୍ଜ -,୧୩/୫- (ମସିହା)ଚଳିତ ବର୍ଷ ସି.ଵି.ଏସ୍.ଇ ଦଶମ ଶ୍ରେଣୀ ପରୀକ୍ଷାରେ କେନ୍ଦ୍ରୀୟ ବିଦ୍ୟାଳୟ ରାଇରଙ୍ଗପୁରର ମେଧାବୀ ଛାତ୍ର ଆର୍ଯ୍ୟମାନ ନନ୍ଦ ୯୫ ପ୍ରତିଶତ ନମ୍ବର ରଖି ଵାମନଘାଟୀ ଉପଖଣ୍ଡ ଟପ୍ପର ହୋଇଛନ୍ତି। ଏହାପୂର୍ବରୁ ବିଭିନ୍ନ ସମୟରେ ଆୟୋଜିତ ହୋଇଥିବା ବକୃତା, ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତାରେ ମଧ୍ୟ ବହୁବାର ପୁରସ୍କୃତ ହୋଇଛନ୍ତି। ଶ୍ରୀମାନ ନନ୍ଦ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ ଓ ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଗିରିଙ୍କ ସୁପୁତ୍ର ଅଟନ୍ତି।୯୫ ଶତକଡା ନମ୍ବର ସଫଳତା ପଛରେ ତାଙ୍କ ଜେଜେବାପା ସ୍ଵରୂପ ଚନ୍ଦ୍ର ନନ୍ଦ,ଜେଜେମାଆ ସୁକାନ୍ତି ନନ୍ଦ,ଆଈ ଚନ୍ଦନୀ ଗିରିଙ୍କ ସମେତ ଅନ୍ୟାନ୍ୟ ଗୁରୁଜନ ମାନଙ୍କ ଆଶିର୍ବାଦ ରହିଛି ବୋଲି ଶ୍ରୀ ମାନ ନନ୍ଦ ପ୍ରକାଶ କରିଛନ୍ତି। ବିଶେଷ କରି ତାଙ୍କୁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରିଥିବା ଶିକ୍ଷକ ଭାଗ୍ୟବାନ ମହାକୁଡ଼ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଙ୍କ ସଫଳତାର ଶ୍ରେୟ ପ୍ରଦାନ କରିଛନ୍ତି। ଭବିଷ୍ୟତରେ ଜଣେ ଦକ୍ଷ ଇଞ୍ଜିନିୟର ଭାବେ ନିଜ କ୍ୟାରିୟର ଗଢିବେ ବୋଲି ଶ୍ରୀ ନନ୍ଦ ଆଶା ପ୍ରକାଶ କରିଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଏକ୍ସକ୍ୟାଡ଼ର ଶିକ୍ଷକ ଙ୍କ ରଣ ହୁଙ୍କାର ଦାବି ପୂରଣ ନହେଲେ ପୁନର୍ବାର ଆନ୍ଦୋଳନ : ରାଜ୍ୟ ମହାସଂଘ

Sunil Chandra Nayak

ମୋ ମାଟି ମୋ ଦେଶ,”,କାର୍ଯ୍ୟକ୍ରମ 

masiha

ଏଓଏସସିଏଫ୍ ର ନବ-ନିର୍ବାଚିତ ପଦାଧିକାରୀଙ୍କ ପ୍ରଥମ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!