ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜରା ଗୁଡା କୃଷି ଫାର୍ମ କୁ ଉଛେଦ ନିମନ୍ତେ ବରିଷ୍ଠ ଚାଷୀଙ୍କ ସାମ୍ବାଦିକ ସମ୍ବିଳନୀ

ତେନ୍ତୁଳିଖୁଣ୍ଟି -୧୪/୦୫/୨୩ –ତେନ୍ତୁଳିଖୁଣ୍ଟି ବ୍ଳକ କୁକୁଡ଼ାବାଇ ପଞ୍ଚାୟତ ର ବିଜରା ଗୁଡା ଠାରେ ଛତିଶଗଡ଼  ଶିଳ୍ପପତି ଆସମାତ ଚାୱାଲା ଦ୍ୱାରା କୃଷି ଫାର୍ମ ହାଉସ କରାଯାଇଛି,ଉକ୍ତ କୃଷି ଫାର୍ମ ହାଉସ ତଥା ଉତ୍ପାଦ ବିକ୍ରି ବଟା ଏବଂ ଫାର୍ମ ରେ କାର୍ଯ୍ୟରତ ଶ୍ରମିକଙ୍କ ପାରିଶ୍ରମିକ ଆଦି କୁ ନେଇ ଆଜି ତେନ୍ତୁଳିଖୁଣ୍ଟି ବ୍ଳକର ବରିଷ୍ଠ ଚାଷୀ ତଥା ବ୍ଳକର ପୂର୍ବତନ ଚେୟାରମ୍ୟାନ ନାରାୟଣ ପାତ୍ର ଙ୍କ ସଭାପତିତ୍ତ୍ୱ ରେ ତେନ୍ତୁଳିଖୁଣ୍ଟି ବ୍ଳକର  ସମ୍ବିଳନୀ ଗୃହ ରେ ଖବରଦାତା ସମ୍ବିଳନୀ କରାଯାଇଛି। ଏହି ଖବରଦାତା ସମ୍ବିଳନୀ ରେ କହିଛନ୍ତି ଯେ ବିଜରା ଗୁଡା ଫାର୍ମ ହାଉସ ବେନିୟମ ଭାବେ ଆଦିବାସୀ ଓ ହରିଜନ ଙ୍କ ଜମିକୁ ଶାଗ ମାଛ ଦର ରେ କିଣି କରା ଯାଇଛି। ଉକ୍ତ ଫାର୍ମ ହାଉସ ପାଇଁ ଦୟାନିଧି ବାଘ ନାମକ ଜନୈକ ସରକାରୀ କର୍ମଚାରୀ କିଣି ଛତିଶଗଡ଼ ର ଶିଳ୍ପପତି କୁ ଲିଜ ଦେଇଥିବା ଅଭିଯୋଗ ହୋଇଛି। ସେହି ଶିଳ୍ପପତି ବିଜରା ଗୁଡ଼ା ର 46 ଏକର,କବାଗୁଡା ର 12 ଏକର,ତାରାପଦର ରେ 15 ଏକର ରେ ଏହି କୃଷି ଫାର୍ମ ରେ ଟମାଟୋ, କଲରା,କାକୁଡି, ମରିଚ, ବାଇଗଣ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛି । କିନ୍ତୁ କୁକୁଡ଼ାବାଇ ପଞ୍ଚାୟତ ର ମହିଳା ଶ୍ରମିକ ମାନଙ୍କୁ ଆଠ ଘଣ୍ଟା ଖଟେଇ ପାରିଶ୍ରମିକ ବାବଦରେ ମାତ୍ର   120 ଟଙ୍କା ଦେଉଛି। ସେହି ଜମିରେ ଅଧିକ ଉତ୍ପାଦନ ଓ ଅଧିକ ଲାଭ ପାଇବା ଆଶାରେ ପ୍ରଚୁର ପରିମାଣରେ ଖତ ସାର ସହ ବିଷାକ୍ତ ରାସାୟନିକ ସାର, ଅନୁସାର ବ୍ୟବହାର କରୁଛି। କୃଷିକ୍ଷେତ୍ର ରେ କାମ କରିବାବେଳେ ମହିଳା ଶ୍ରମିକ ମାନଙ୍କୁ ମୁହଁ ପାଇଁ ମାସ୍କ ଓ ପାଦ ପାଇଁ କିଛି କଭର ଦିଆଯାଉ ନାହିଁ ଏଣୁ ସେମାନେ ରୋଗାକ୍ରାନ୍ତ ହେବା ସମ୍ଭାବନା ରହିଛି। ଶ୍ରମ ଆଇନ ର ନିୟମ ଅନୁସାରେ ସେମାନଙ୍କ ପାଇଁ ବୀମା ବ୍ୟବସ୍ଥା କରିନି ଫାର୍ମ ମାଲିକ। ଏତଦ୍ଭିନ୍ନ  ଜମି ଅଲ୍ପ ଦିନ ଭିତରେ ଖରାପ ହେବା ସମ୍ଭାବନା ରହିଛି। ଜମି ରେ ଉତ୍ପାଦିତ ପନିପରିବା କୁ ଏହି ଅଞ୍ଚଳ ବ୍ୟବସାୟୀ ବା ଅଞ୍ଚଳ ବାସୀକୁ ବିକ୍ରି ନ କରି ବାହାର ରାଜ୍ୟକୁ ବିକ୍ରି କରୁଥିବା ରୁ ଏହି ଅଞ୍ଚଳରେ ହି ବିକ୍ରି କରିବାକୁ ଦାବି କରିଛନ୍ତି ଏହିଖବରଦାତା ସମ୍ମିଳନୀ ରେ । ଦୁଇ ବର୍ଷ ଧରି ଏହି କୃଷି ଫାର୍ମ ଆରମ୍ଭ ହୋଇଛି ,ଆରମ୍ଭ ହେବା ଦିନ ଠୁ କାମ କରୁଥିବା ଶ୍ରମିକ ଙ୍କ ସରକାର ନିୟମ ପ୍ରକାରେ ପରାଶ୍ରମିକଦେଇ ନାହିଁ ତେଣୁ କରି ଦୁଇ ବର୍ଷ ବଳକା ଅର୍ଥ ଶ୍ରମିକ କୁ ଦେବାକୁ ଦାବି କରିଛନ୍ତି।ସେହି ପଞ୍ଚାୟତ ର ତାରାପଦର ଗ୍ରାମରେ ଏହି ଶିଳ୍ପ ପତି ନୁତନ ଭାବେ କୃଷି ଫାର୍ମ ଆରମ୍ଭ କରିଛନ୍ତି ,ସେଥି ରେ ବି ବେନିୟମ ଭାବେ ସେହି କୃଷି ଫାର୍ମ କୁ ରାସ୍ତା ନିର୍ମାଣ କରିଛି ବୋଲି ଅଭିଯୋଗ କରିଛନ୍ତି।ସେହିପରି ନନ୍ଦାହାଣ୍ଡିବ୍ଳକର ମୁର୍ଲା ବାଇ 45 ଏକର ରେ ଏହି ଶିଳ୍ପ ପତି ଚାଷ କରୁଛି, ବୋରିଗୁମା ବ୍ଳକର ବିଜାପଦର ରେ ବି ଏହି ଶିଳ୍ପ ପତି ଶାଗ ମାଛ ରେ କିଣି ଆଦିବାସୀ ହରିଜନ ଙ୍କ ଜଙ୍ଗଲ ଜମିକୁ ବି ବେନିୟମ ଭାବେରଖି ଚାଷ କରୁଥିବା କହିଛନ୍ତି। ତାର ଏଭଳି ଗାଁ କୁ ଗାଁ ଚାଷ ଜମି ଦଖଲ ବୃଦ୍ଧି ପାଇଲେ ଆଞ୍ଚଳିକ ବିଷମତା ସୃଷ୍ଟି ହେବ ,ପନିପରିବା ଦର ଆଞ୍ଚଳିକ ବଜାର ରେ ବଜାର ଅଭିମୁଖୀ ହେବ ଖାଉଟି ଅଧିକ ଦର ରେ କିଣିବାକୁ ବାଧ୍ୟ ହେବେ।

 ଏହି ଶିଳ୍ପ ପତି ସରକାର ଙ୍କ ପ୍ରଶାସନିକ ଅଧିକାରୀମାନ ଙ୍କୁ ନିଜ କବଜା ରଖି ଏକ ଛତ୍ର ଭାବେ ଜୁଲମ କରି କାମ ହାସଲ କରୁଥିବା ଅଭିଯୋଗ କରିଛନ୍ତି।ଏହି ଛତିଶଗଡ଼ ର ଶିଳ୍ପ ପତି ଅଞ୍ଚଳ ଛାଡି ଯିବାକୁ ଦାବି କରିଛନ୍ତି ନ ହେଲେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି।ଆଜି ର ଏହି ସାମ୍ବାଦିକ ସମ୍ବିଳନୀ ରେ ସଭାପତିତ୍ୱ କରିଥିଲେ ନାରାୟଣ ପାତ୍ର, କୁକୁଡ଼ାବାଇ ର ପୂର୍ବତନ ସରପଞ୍ଚ ଲଳିତ ନାୟକ, କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଚେୟାରମ୍ୟାନ ମାଳତୀ ନାୟକ, ନନ୍ଦାହାଣ୍ଡି ବ୍ଳକର ସ୍ଵାଧୀନ ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟଦାନ ସୁନା,ଜିଲା ର ବରିଷ୍ଠ ଚାଷୀ ନେତା ବୃନ୍ଦାବନ ତ୍ରିପାଠୀ, ସାଂସଦ ପ୍ରତିନିଧି କେଶବ ପଣ୍ଡା,ପୂଜାରୀଗୁଡା ର ଚାଷୀ କିଶୋର ସିଂ, ମହିଳା ନେତ୍ରୀ ପି ନାଗାରତ୍ନ।ମ୍ମା, ବୋରିଗୁମା ବ୍ଳକର ପୂର୍ବତନ ସରପଞ୍ଚ ହରେକୃଷ୍ଣ ନହକା ମଞ୍ଚସିନ ହୋଇ ସାମ୍ବାଦିକ ସମ୍ବିଳନୀ କରିଥିଲେ ।କୁକୁଡାବାଇ ପଂଚାୟତ ର କେତେକ ଚାଷୀ ବି ଉପସ୍ଥିତ ରହିଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

କେନ୍ଦୁପତ୍ର ଫଡ଼ିରେ ଶିଶୁଶ୍ରମିକ , ସତ କହିବାରୁ ମୁନ୍ସୀ ପଦବୀରୁ ନିଲମ୍ବିତ

ଅଟୋ ରୁ ପଡି ୧ ମହିଳା ମୃତ

Sunil Chandra Nayak

ସରସ୍ଵତୀ ଶିଶୁ ମନ୍ଦିର ଗୋଲାମୁଣ୍ଡା ର ଷଷ୍ଠ ତମ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!