ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ପୌର ନିର୍ବାଚନ

ଯାଞ୍ଚ ପରେ ଅଧକ୍ଷ୍ୟ ପାଇଁ ୪ ଓ ୱାର୍ଡ ସଭ୍ୟ ୩୬ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର କାଏମ 

ଜୁନାଗଡ଼ ୯/୩  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ପରେ ଅଧକ୍ଷ୍ୟ ପଦ ପାଇଁ ୪ ଓ ୱାର୍ଡ ସଭ୍ୟ ପାଇଁ ୩୬ ପ୍ରାର୍ଥୀ ଙ୍କ ନାମାଙ୍କନ କାଏମ ରହିଥିବାବେଳେ ଜଣେ ମାତ୍ର ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କନାମାଙ୍କନ ପତ୍ର ନାକଚ ହୋଇଥିବା ସୂଚନା ମିଳିଛି। ଜୁନାଗଡ଼ ପୌର ନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ୪ ଜଣ ପ୍ରାଥି ଅଧକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେମାନଙ୍କ ମଧରେ ବିଜେଡ଼ି ଦଳ ପକ୍ଷରୁ ପୁର୍ବତନ ନଗରପାଳ ମହେଶ ସାହୁ, ବିଜେପି ଦଳରୁ ଜିଲ୍ଲା ପୌରାଞ୍ଚଳ ସଂଜୋଜକ ତଥା ପୂର୍ବତନ ପାରିଷଦ ମୁକେଶ ଅଗ୍ରୱାଲ ଏବଂ କଂଗ୍ରେସ ଦଳରୁ ଯୁବ ନେତା ତଥା ନଗର ସଭାପତି ପ୍ରଭାତ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ସମାଜସେବୀ ଉଦୟନାଥ ଦାଶ ରହିଛନ୍ତି। ।ସେହିପରି ୧୨ ଟି ୱାର୍ଡ ସଭ୍ୟ ପାଇଁ ୩୬ ଜଣ ଙ୍କ ନାମାଙ୍କନ ପତ୍ର କାଏମ ରହିଥିବାବେଳେ। ୱାର୍ଡ ନମ୍ବର ୧୧ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ଗୋମତି ହରିଜନ ଙ୍କ ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ନାକଚ ହୋଇ ଥିବା ଜଣା ଯାଇଛି।କଡା ସୁରକ୍ଷା ମଧ୍ୟରେ ନାମାଙ୍କନ ପତ୍ର ଯାଂଚ ସରିଥିବାବେଳେ ପ୍ରାଥିମାନେ,ଦଳୀୟ କର୍ମକର୍ତ୍ତା ଏବଂ ତାଙ୍କ ସମର୍ଥକ ଉପସ୍ଥିତ ରହି ଥିଲେ। ନରେନ୍ଦ୍ର କ୍ଷିତୀ ଙ୍କ ରିପୋର୍ଟ ।

Related posts

ମାଝୀଗୁଡା ବଡ ରଣାପଡାରେ କୁରାଲ ଦେବତାଙ୍କ ପୂଜା ସମାପିତ

Sunil Chandra Nayak

ବାଲିଘାଟ ନିଲାମ ଘଟଣାକୁ କେନ୍ଦ୍ର କରି ଥାନା ଘେରିଲେ ଗ୍ରାମବାସୀ

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ଅକ୍ଷୟ ତୃତୀୟା

Leave a Comment

error: Content is protected !!