ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲୁଟ ଉଦ୍ୟମ କରୁଥିବା ଦୁଇ ଜଣଙ୍କୁ କାବୁ କରି ପୁଲିସର ଜିମା ଦେଲେ ପଡ଼ା ବାସୀ

ଧର୍ମଗଡ ସହରାଞ୍ଚଳ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ରାସ୍ତାକଡ ରୁ ଦୁଇ ଜଣ ସନ୍ଦିଗ୍ଧ ଲୁଟେରାଙ୍କୁ ଭୀମଖୋଜ ପଡ଼ା ବାସୀ କାବୁ କରି ସ୍ଥାନୀୟ ପୁଲିସ କୁ ଜିମା ଦେଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଭୋର ସମୟରେ ଧର୍ମଗଡ ଭୀମଖୋଜ ପଡ଼ାର ଜନୈକ ମହିଳା ଶୌଚ ପାଇଁ ଯାଇଥିବା ବେଳେ ଦୁଇ ଜଣ ଯୁବକ ମହିଳା ଙ୍କ ନିକଟ କୁ ଯାଇଥିଲେ । ଅଜଣା ଯୁବକ ଙ୍କୁ ଦେଖି ମହିଲା ଜଣକ ଚିତ୍କାର କରିବାରୁ ପଡ଼ା ର ଲୋକ ମାନେ ଦଉଡ଼ି ଯାଇ ଦୁଇ ଜଣ ଯୁବକ ଙ୍କୁ କାବୁ କରିଥିବା ବେଳେ ଜଣେ ଯୁବକ ଫେରାର ମାରିଥିଲେ ।

ପରେ ସ୍ଥାନୀୟ ପୁଲିସ କୁ ଖବର ଦେବା ସହ ଯୁବକ ଦ୍ବୟ ଙ୍କୁ ପୁଲିସ ଜିମା ଦେଇଥିଲେ । ଯୁବକ ଦ୍ବୟ ହେଲେ ପଡ଼ୋଶୀ ଛତିଶ ଗଡ଼ ରାଜ୍ୟ ଦେଭୋଗ ଥାନା ଅନ୍ତର୍ଗତ କଏଣ୍ଟ ପଦର ଗ୍ରାମର କୁଞ୍ଜଲ ନାଗେଶ (୨୬ ବର୍ଷ) ଓ ହେମନ୍ତ ନେତମ (୨୭ ବର୍ଷ) l ତେବେ ଦେଭୋଗ ଥାନା ରେ ଉପରୋକ୍ତ ଅଭିଯୁକ୍ତ ଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାରୁ ସେମାନଙ୍କୁ ଛତିଶ ଗଡ଼ ପୁଲିସ କୁ ହସ୍ତାନ୍ତର କରା ଯାଇଥିବା ଧର୍ମଗଡ ପୁଲିସ ପକ୍ଷରୁ ସୂଚନା ଦିଆ ଯାଇଛି।

ବିଜୁ ଏକ୍ସପ୍ରେସ ୱେ ଏବେ ଅଞ୍ଚଳ ବାସୀଙ୍କ ଜୀବନ ରେଖା ପାଲଟି ଥିବା ବେଳେ ଏହି ରାସ୍ତାରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଦାବି ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କ୍ରସର ମାଲିକ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲା। ଧର୍ମଗଡ଼ ଉପଜିଲ୍ଲାପାଳ ନିଲମ୍ବିତ….

masiha

ରାତି ଅଧରେ ବେଆଇନ ଭାବେ କେନ୍ଦୁପତ୍ର ଚୋରା ଚାଲାଣ

କନ୍ଧମାଳ : ପୁଣି ସକ୍ରିୟ ଲାଲ୍ ବାହିନୀ, ଘରୁ ଡ଼ାକିନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା

Leave a Comment

error: Content is protected !!