ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ରାହ୍ମଣ ସମାଜ ର ଭ୍ରାମ୍ୟ ମାଣ ବୈଠକ ଅଞ୍ଚଳଗୁମ୍ମା ରେ ଅନୁଷ୍ଠିତ 

ତେନ୍ତୁଳିଖୁଣ୍ଟି ୧୫ /୦୫ /୨୩ //ଆଜି ତେନ୍ତୁଳିଖୁଣ୍ଟି ବ୍ଳକ ବ୍ରାହ୍ମଣ ସମାଜ ର ଏକ ବୈଠକ ଅଞ୍ଚଳଗୁମ୍ମା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି । ତେନ୍ତୁଳିଖୁଣ୍ଟି ବ୍ଳକ ବ୍ରାହ୍ମଣ ସମାଜ ସଭାପତି ସନ୍ତୋଷ କୁମାର ଚୌ ଧୁରୀ ଙ୍କ ଅଧ୍ୟକ୍ଷତା ରେ ଭ୍ରାମ୍ୟମାଣ ବୈଠକ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ହରିହର ମିଶ୍ର , ମୁଖ୍ୟବକ୍ତା ଭାବେ ପ୍ରମୋଦ କୁମାର ଦାସ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ତେନ୍ତୁଳିଖୁଣ୍ଟି ବ୍ରାହ୍ମଣ ସମାଜ ର ଉପଦେଷ୍ଟା କୁଳମଣି ମିଶ୍ର, ସୁବ୍ରତ ଚୌ ଧୁରି , ଉପସଭାପତି ବସନ୍ତ ପାଣିଗ୍ରାହୀ ମଞ୍ଚାସୀନ ରହିଥିଲେ। ବୈଠକ ଆରମ୍ଭ ମନ୍ଦିର ରେ ଧୂପ ଦୀପ ଓ ପୁଷ୍ପାଞ୍ଜଳି ପ୍ରଦାନ ସହ ଆରମ୍ଭ କରଯାଇଥିଲା । ଉପସଭାପତି ଗୋପୀନାଥ ମହାନ୍ତି ଙ୍କ ସଂଯୋଜନା ରେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ସଂଗଠନ ସମ୍ପାଦକ ଗୋବର୍ଦ୍ଧନ ସାହୁ ୧୧ ମାର୍ଚ୍ଚ ରେ ଅନୁଷ୍ଠିତ ବୈଠକ ର ବିବରଣୀ ପାଠ କରିଥିଲେ। ସଂଗଠନ କୁ କ୍ରିୟାଶୀଳ କରିବାକୁ ଉପସ୍ଥିତ ସଭ୍ୟ ମାନଙ୍କ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ସନାତନ ସଂସ୍କୃତି ଅନୁସାରେ ପ୍ରତ୍ୟହ ମନ୍ଦିର ଯିବା, ଆଚରଣ ଊଚାରଣ, ବେଶ ଭୂଷା ମାର୍ଜିତ କରିବା ଉପରେ ମତ ପ୍ରକାଶ ପାଇଥିଲା। ବ୍ରାହ୍ମଣ ସମାଜ ର ୨୭ ତମ ବୈଠକ ରେ ମୁଖ୍ୟଅ ତି ଥି ମିଶ୍ର କହିଥିଲେ ଯେ ବ୍ରାହ୍ମଣ ପରିବାର ର ନୂଆ ପିଢୀ ବିଶେଷ କରି ପଚାଶ ବର୍ଷରୁ କମ ବର୍ଗ ପୂଜା ପଦ୍ଧତି ସମ୍ପର୍କରେ ଜାଣି ନାହାନ୍ତି । ସେମାନଙ୍କ ପାଇଁ ସାପ୍ତାହିକ ପୂଜାପଦ୍ଧତି ଓ କର୍ମକାଣ୍ଡ ସମ୍ପର୍କିତ ତାଲିମ ବ୍ୟବସ୍ଥା କରିବାକୁ ଆହ୍ଵାନ କରିଥିଲେ। ବ୍ରାହ୍ମଣ ସମାଜ କୁ ସଂସ୍କ। ରିତ କରିପାରିବ , ଏଣୁ ତାକୁ ପ୍ରଥମେ ସଂସ୍କ।ରିତ ହେବାକୁ ପଡିବ । ଦୈନିକ ଭଗବତ ଗୀତା ପାଠ କରି କିଛି ପରିମାଣରେ ସଂସ୍କରିତ ହୋଇପାରିବ ବୋଲି କହିଥିଲେ। ସୁବ୍ରତ ଚୌଧୁରୀ , କୁଳମଣି ମିଶ୍ର, ବସନ୍ତ ପାଣି ଗ୍ରାହୀ , ନିଜ ନିଜ ବକ୍ତବ୍ୟ ରଖିଥିଲେ। ସଭାପତି ନିଜ ସଭାପତିତ୍ଵ ଅଭିଭାଷଣ ରେ ଗରିବ ବ୍ରାହ୍ମଣ ପରିବାର ର ବ୍ରତ ଉପଯୋଗୀ ଙ୍କ ବ୍ରତ ଉପନୟନ ସମାଜ ତରଫରୁ କରିବା ପାଇଁ ପ୍ରସ୍ତୁତ ଶୀଘ୍ର ଜଣାଇବାକୁ ଆହ୍ଵାନ କରିଥିଲେ। ବୈଠକ ଶେଷରେ ପ୍ରଦୀପ ମହାପତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରସାଦ ସେବନ ପୂର୍ବରୁ ଆଗାମୀ ଭ୍ରାମ୍ୟମାଣ ବୈଠକ ଝରିଗୁମ୍ମା ରେ କରିବାକୁ ସ୍ଥିର ହୋଇଥିଲା ।   

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

                                                                           

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Related posts

ଖଜୁରିଆ ଗ୍ରାମ ରେ ପବିତ୍ର ରାମ ନବମୀ ମହା ଆଡ଼ମ୍ବର ରେ ପାଳିତ 

Sunil Chandra Nayak

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆମ୍ବତୋଟା ରେ ଜମୁଛି ପିଲାଙ୍କ ଭିଡ଼

Sunil Chandra Nayak

ଉତ୍ତମ ଚରିତ୍ର ଓ ଯୌଥ ପରିବାରର ମହତ୍ତ୍ୱ ଉପରେ ଆଲୋଚନାଚକ୍ର 

Sunil Chandra Nayak

Leave a Comment

error: Content is protected !!