ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଲୁହାବାଡାରେ ବାଡ଼େଇ ହୋଇ ବାଇକ ଆରୋହୀ ଜଣେ ମୃତ ଜଣେ ଗୁରୁତର 

ମୟୂରଭଞ୍ଜ- ୧୫/୫ (ମସିହା) ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅଧୀନସ୍ଥ ମଣଦା ଫାଣ୍ଡି ଅନ୍ତର୍ଗତ କୁରୁକୁଟିଆ ଛକ ଅନତି ଦୂରରେ ରବିବାର ଦିନ ୧୨.୩୦ ଟା ପାଖାପାଖି ସମୟରେ ବାଇକ ଚାଳକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଲୁହା ବାଡାରେ ବାଡ଼େଇ ହୋଇ ରାସ୍ତାରେ ଛିଟିକି କଚାଡି ହୋଇ ପଡ଼ିଥିଲେ ।ଗୁରୁତର ଅବସ୍ଥାରେ ଉଭୟଙ୍କୁ ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା ।ସେଠାରେ ସାଓନା ମାରାଣ୍ଡି (୩୨) ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ସାଥୀ ରାମଦାସ ସୋରେନ୍ ଗୁରୁତର ଅବସ୍ଥାରେ କରଂଜିଆ ହସ୍ପିଟାଲ ଏବଂ ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବିଶୋଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସୋମବାର ଦିନ ସାଓନା ମାରାଣ୍ଡି ଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ୟବଚ୍ଛଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ବାଇକ ଚାଳକ ପଡୋଶୀ ଯାମସେଦପୁରର ଵିର୍ସାନଗଗରର ୬ ନମ୍ବର ଜୋନର ବାସିନ୍ଦା ଅଟନ୍ତି।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଦୀନକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ ଦ୍ୱାରା ଜଳେଶ୍ଵରରେ ଉତ୍କଳ ଦିବସ ପାଳନ 

Sunil Chandra Nayak

ଖାତିଗୁଡାରେ ସାଇବର ସୁରକ୍ଷା ସଚେତନତା ରଥକୁ ସମ୍ବର୍ଦ୍ଧନା

masiha

ଦଶୀପୁରରେ ପାନୀୟ ଜଳ ସମସ୍ୟା ଛବିଶି ଦିନରେ ପହଞ୍ଚିଲା

masiha

Leave a Comment

error: Content is protected !!