ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ବ୍ୟକ୍ତିର ଶବ ଉଦ୍ଧାର

ଜୟପାଟଣା:୧୭/୦୫ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ପାଇକ କେନ୍ଦୁ ମୁଣ୍ଡି ଗ୍ରାମପଞ୍ଚାୟତ କରଞ୍ଜିଗୁଡ଼ା ଜଙ୍ଗଲ ପାଖରେ ଅଜଣା ବ୍ୟକ୍ତିର ମୃତ ଦେହ ମିଳିଥିବା ସୂଚନା ମିଳିଛି । କରଞ୍ଜିଗୁଡା ରୁ ପତିଗୁଡ଼ା ଯିବା ରାସ୍ତାକଡରେ ମୃତ ଦେହ ଦେଖି ସ୍ଥାନୀୟ ଗ୍ରାମ ବାସି ତୁରନ୍ତ ସ୍ଥାନୀୟ ମୁଖିଗୁଡ଼ା ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ । ଫାଣ୍ଡି ଅଧିକାରୀ ଏବଂ ଜୟପାଟଣା ଥାନା ଅଧିକାରୀଙ୍କ ମିଳିତ ଉଦ୍ୟମରେ ଶବଟିକୁ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହଯୋଗରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟ କୁ ପଠାଇ ଦିଆଯାଇଛି । ଶବର ବୟସ ପାଖାପାଖି ୬୦ରୁ ଉର୍ଦ୍ଧ୍ବ ହେବବୋଲି ଅନୁମାନ କରାଯାଉଛି । ଏଯାଏ ବ୍ୟକ୍ତି ର ପରିଚୟ ମିଳିପାରିନାହିଁ ଏବଂ ଏହା ଏକ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥାଇ ପାରେ ବୋଲି ଆଶଙ୍କା କରା ଯାଉଛି ।

ଜଗମୋହନ ପଟ୍ଟନାୟକ, ବରିଷ୍ଠ ପତ୍ରକାର

Related posts

ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେବ ବିଜାଘାଟିର କାଲିଆମାଳି ପାହାଡ 

masiha

ଗୋ ସମ୍ମାନ ଦିବସ ଘୋଷଣା ଦାବିରେ ତହସିଲଦାର ଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

ଭାଲୁ କାମୁଡା ରେ ମହିଳା ଗୁରୁତର

masiha

Leave a Comment

error: Content is protected !!